ଦିନବେଳା ମେକଅପ ନେବା ସମୟରେ ଧ୍ୟାନ ରଖନ୍ତୁ କିଛି କଥା ! ଦେଖା ଯିବେ ଅଧିକ ସୁନ୍ଦର

50

ସୁନ୍ଦର ଦେଖାଯିବାକୁ ସବୁ ମହିଳା ପସନ୍ଦ କରନ୍ତି ।  ଯେଉଁଥି ପାଇଁ ଅଧିକାଂଶ ମହିଳା ମେକଅପର ସାହାର ନେବାକୁ ପଛେଇ ନଥାନ୍ତି । ସେ ଦିନ ହେଉ କି ରାତି ହୋଇଥାଉ ନା କାହିଁକି । ସେମାନେ ନିଜର ଚେହେରାରେ ମେକଅପ କରିବାକୁ କେବେ ଭୁଲି ନଥାନ୍ତି । ହେଲେ ମେକଅପ କରିବା ସମୟରେ ଅନେକ ଗୁଡିଏ ଛୋଟ ଛୋଟ ଦିଗ ପ୍ରତି ଧ୍ୟାନ ରଖିବା ଜରୁରୀ ଅଟେ କାରଣ ଗୋଟିଏ ଛୋଟିଆ ଭୁଲ ବି ଆପଣଙ୍କର ସୌନ୍ଦର୍ଯ୍ୟକୁ ଖରାପ କରିପାରେ । ତେଣୁ ମେକଅପ ନେବା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆପଣଙ୍କୁ ବେଶିଧ୍ୟାନ ରଖିବାକୁ ପଡିବ । ତେବେ ସେଗୁଡିକ କଣ ଆସନ୍ତୁ ଜାଣିବା ।

• ଯଦି ଆପଣ ଦିନ ସମୟରେ ଅଧିକ ଅଠାଳିଆ କିମ୍ବା ଚମକିଲା ମେକଅପ ନେଉଛନ୍ତି ତେବେ ଏଭଳି କରିବା ଆଦୌ ଠିକ୍ ନୁହେଁ । କାରଣ ଏହା ଆପମଙ୍କ ମେକଅପକୁ ଆହୁରି ଖରାପ କରି ଦେଇଥାଏ ।

• ଦିନ ବେଳେ ମେକଅପ କରିବା ସମୟରେ କାଜଲର ବ୍ୟବହାର ନିଶ୍ଚୟ କରନ୍ତୁ ।

• ଦିନ ସମୟରେ ଗାଢ ରଙ୍ଗର ସ୍ୟାଡୋ ବ୍ୟବହାର କରନ୍ତୁ ନାହିଁ ଏବଂ ଯଦି ଲଗାଉଛନ୍ତି ତେବେ ହାଲକା ରଙ୍ଗର ବ୍ୟବହାର କରନ୍ତୁ ।

• ସେହିଭଳି ଲିପଷ୍ଟିକକୁ ଗ୍ଲାସ ସହିତ ଲଗାଇବା ଭଲ ହେବ ।

• ମେକଅପ କରିବା ପୂର୍ବରୁ ସ୍ଥିର କରନ୍ତୁ କି ଆପଣଙ୍କର ଚେହେରା ସଂପୂର୍ଣ୍ଣ ଭାବେ ସଫା ଅଛି କି ନାହିଁ । ତେବେ ଟୋନର ବ୍ୟବହାର କରି ମେକଅପ ନେବା ଦ୍ୱାରା ମେକଅପ ଖରାପ ହୋଇ ନଥାଏ ।

• ଭୁଲରେ ବି ଦିନ ସମୟରେ ନେଉଥିବା ମେକଅପରେ ଗ୍ଲିଟର ବ୍ୟବହାର କରନ୍ତୁ ନାହିଁ ।

• ଦିନ ସମୟରେ ଖରା ଏବଂ ଗରମ କାରଣରୁ ଆପଣଙ୍କର ମେକଅପ ଖରାପ ହୋଇପାରେ । ଏଥିପାଇଁ ୱାଟର ପ୍ରୁଫ ବ୍ୟୁଟି ପ୍ରଡକ୍ଟର ହିଁ ବ୍ୟବହାର କରନ୍ତୁ ।

• ମେକଅପ କରିବାରୁ ୨୦ ମିନିଟ ପୂର୍ବରୁ ସନ ସ୍କ୍ରିନ ସ୍କ୍ରିମ୍ ବ୍ୟବହାର କରିବାକୁ ଆଦୌ ଭୁଲନ୍ତୁ ନାହିଁ ।