ଆପଣ ହାତଘଣ୍ଟା ପିନ୍ଧୁଛନ୍ତି କି ? ଜାଣନ୍ତୁ ନିଜ ହାତଘଣ୍ଟାର କିପରି ନେବେ ଯତ୍ନ

60

ମୋବାଇଲ ଫୋନର ଯେତେ ପ୍ରଚଳନ ହେଲେ ବି ସମୟ ଦେଖିବା ପାଇଁ ହାତରେ ଘଣ୍ଟା ପିନ୍ଧିବା ଲୋକଙ୍କ ସଂଖ୍ୟା କମିନାହିଁ । ଏହା ମଧ୍ୟ ଅନେକଙ୍କର ସଉକ୍ । ତେବେ ଘଣ୍ଟା ପିନ୍ଧିବା ସହିତ ଏହାର କାର୍ଯ୍ୟାକାରୀତା ବଢାଇବା ନେଇ କିଛି ଯତ୍ନ ନେବାକୁ ହୋଇଥାଏ । ଜାଣନ୍ତୁ ନିଜ ହାତ ଘଣ୍ଟାକୁ କିପରି ଯତ୍ନ ନେବେ –

୧ – ଘଣ୍ଟାକୁ କେବେ ଭାଇବ୍ରେସନ ହେଉଥିବା ବୈଦ୍ୟୁତିକ ସରଂଜାମ ଯଥା- ରେଫ୍ରିଜେରେଟର ,ଟିଭି ,କୁଲର୍ ଆଦି ଉପରେ ରଖିବା ଉଚିତ୍ ନୁହେଁ । କାରଣ , ଏହାଦ୍ୱାରା ଭିତର ପାର୍ଟସ ଖରାପ ହେବାର ଆଶଙ୍କା ଥାଏ । ଚୁମ୍ବକ ପାଖରେ ବି ଏହାକୁ ରଖନ୍ତୁ ନାହିଁ ।

୨ – ଘଣ୍ଟାକୁ ଝରକା କାଚ କ୍ଲିନରରେ ବି ସଫା କରିପାରିବେ । ଏହାକୁ ସଫା କରିବା ଲାଗି ଟିସ୍ୟୁ ପେପର ବ୍ୟବହାର କରନ୍ତୁ । ବ୍ୟାଣ୍ଡ୍ ଲେଦରର ହୋଇଥିଲେ ଲେଦର କ୍ଲିନର ଏବଂ ମେଟାଲର ହୋଇଥିଲେ କ୍ୱେଲରୀ କ୍ଲିନରରେ ସଫା କରିପାରିବେ ।

୩ – ହାତଘଣ୍ଟାକୁ ବେଶୀ ଖରା ଦେଖାଇବା ଅନୁଚିତ । ଏହାଦ୍ୱାରା ଘଣ୍ଟାର ରଙ୍ଗ ଫିକା ହେବା ସହିତ ବ୍ୟାଟେରୀ ଲାଇଫ୍ କମେ ଏବଂ ଏଥିରେ ଥିବା ଲୁବ୍ରିକାଣ୍ଟ ଶୁଖିଯାଇପାରେ ।

୪ – ବାହାର କରିବା ପରେ ହାତଘଣ୍ଟାକୁ ତା’ର କେସରେ ହିଁ ରଖନ୍ତୁ । ଏହାଦ୍ୱାରା ସ୍କ୍ରାଚ୍ ହେବାର ଭୟ ରହିବନାହିଁ।

୫ – ବ୍ୟବହାର ପରେ ପ୍ରତିଦିନ ହାତଘଣ୍ଟାକୁ ନରମ ଭେଲଭେଟ୍ କପଡାରେ ସଫା କରିଦେଲେ ସେଥିରେ ଲାଗିଥିବ ଧୂଳି ,ଝାଳ , କୈାଣସି ପ୍ରକାର ମଏଶ୍ଚର ସଫା ହୋଇଯାଏ । ଏହା ଦୀର୍ଘସ୍ଥାୟୀ ହୁଏ ।

୬ – ହାତଘଣ୍ଟା ପିନ୍ଧିବା ପରେ ପରଫ୍ୟୁମ୍ ଲଗାନ୍ତୁ ନାହିଁ । ଏଥିରେ ଥିବା କେମିକାଲ୍ ଘଣ୍ଟାର ବ୍ୟାଣ୍ଡକୁ କ୍ଷତି କରିଥାଏ । ବିଶେଷକରି ଲେଦର ବ୍ୟାଣ୍ଡର କ୍ଷତି ହୁଏ । ଏହାକୁ କ୍ଲୋରିନ୍ ଯୁକ୍ତ ପାଣିରୁ ବି ସୁରକ୍ଷା ଦିଅନ୍ତୁ ।

୭ – ପ୍ରତି ଦୁଇ-ତିନି ବର୍ଷରେ ଅଥୋରାଇଡ୍ ସର୍ଭିସ୍ ନ ସେଣ୍ଟରରୁ ହାତଘଣ୍ଟା ଚେକ୍ କରାଇନେବା ଉଚିତ୍ ।