ଖୁବ୍ ସହଜରେ ସଫା କରିପାରିବେ ଆପଣଙ୍କର ଗଦି ! ଜାଣନ୍ତୁ ଏହାର ପ୍ରକ୍ରିୟା

69

ଆମେ ଆମର ଜୀବନର ତୃତୀୟ ଭାଗ ଶୋଇବାରେ ବିତାଇଥାଉ । ଏହି ବିଷୟରେ ଚିନ୍ତା କରିବା ନିହାତି ଦରକାର । ଯେଉଁ ଗଦି ଉପରେ ଆମେ ନିତି ଶୋଉଛେ, ସେଥିରେ ବହୁତ ବ୍ୟାକ୍ଟେରିଆ ଓ ଭାଇରସ୍ ରହିଥାଏ । ଯେଉଁ କାରଣରୁ ଆମକୁ ସ୍କ୍ରିନ୍ ଆଲର୍ଜି ହେବାର ଆଶଙ୍କା ରହିଥାଏ । ଦୀର୍ଘ ସମୟ ଧରି ଯଦି ଏହି ଗଦିକୁ ସଫା ନକରାଯାଏ , ଏହା ଖୁବ୍ ମଇଳା ଓ ଅପରିଷ୍କାର ହୋଇଯାଏ । ଏଥିପାଇଁ ଗଦିକୁ ସମୟ ସମୟ ଅନ୍ତରରେ ସଫା କରିବା ନିହାତି ଜରୁରୀ । କିନ୍ତୁ ଗଦିକୁ ସଫା କରିବା ସହଜ ହୋଇନଥାଏ । କାରଣ ବହୁତ ପରିଶ୍ରମ କରିବାକୁ ପଡେ । ଏଣୁ ଏହାକୁ କିପରି ସୁବିଧାରେ କମ୍ ସମୟରେ ସଫା କରିପାରିବେ , ଏହାର ତରିକା ଆପଣକୁ ଜଣାଉଛୁ –

ବେକିଂ ସୋଢା – ଅନେକ ଜିନିଷର ସଫା କରିବାରେ ବେକିଂ ସୋଢାକୁ ବ୍ୟବହାର କରାଯାଇଥାଏ । ଏବଂ ଏଗୁଡିକ ମଧ୍ୟରୁ ଗଦି ଅନ୍ୟତମ । ନିଜର ଗଦିକୁ ସଫା କରିବା ପାଇଁ ଆପଣ ପ୍ରତିଥର ବେକିଂ ସୋଢାର ବ୍ୟବହାର କରିପାରିବେ । ପ୍ରକୃତରେ , ବେକିଂ ସୋଢାରେ ବ୍ୟାକ୍ଟେରିଆ ଓ କୀଟାଣୁ , ଜୀବାଣୁ ଆଦିକୁ ମାରିବାର କ୍ଷମତା ଥାଏ । ଏହା ସହ ବେକିଂ ସୋଢାର ବ୍ୟବହାର ଆପଣ ଗଦିରେ ଲାଗିଥିବା ଦାଗ ଓ ମଇଳାକୁ ମଧ୍ୟ ସଫା କରିପାରିବେ ।

ଗଦିକୁ ସଫା କରିବା ପ୍ରକ୍ରିୟା –

ଷ୍ଟେପ୍-୧
ପ୍ରଥମେ ୫ଶହ ଗ୍ରାମ ବେକିଂ ସୋଢା , ନିଜର ପସନ୍ଦର ବ୍ୟବହୃତ ତୈଳ ଓ ଭାକ୍ୟୁମ୍ କ୍ଲିନର ନିଅନ୍ତୁ । ଏବେ ବେକିଂ ସୋଢାରେ ପସନ୍ଦ ଯୋଗ୍ୟ ତେଲରୁ କିଛି ବୁନ୍ଦା ମିଶାଅ ।

ଷ୍ଟେପ୍ -୨  ଗଦିକୁ ଓଲଟା ଭାବେ ରଖନ୍ତୁ ଓ ଏହା ଉପରେ ବେକିଂ ସୋଢା ଏବଂ ପସନ୍ଦର ତେଲ ମିଶ୍ରଣକୁ ସମାନ ରୂପରେ ଛିଂଚାଡନ୍ତୁ । ଯେମିତି ଭଲ ଭାବେ ଏହି ମିଶ୍ରଣ ଗଦିରେ ଲାଗିବ । ଏବେ ଏହାକୁ ୧ବା ୨ଘଣ୍ଟା ପାଇଁ ଏମିତି ଭାବରେ ଛାଡି ଦିଅନ୍ତୁ , ଯାହାକି ଏହି ମିଶ୍ରଣ ନିଜର କମାଲ ଦେଖାଇବ ।

ଷ୍ଟେପ୍-୩ ଏବେ ଭାକ୍ୟୁମ କ୍ଲିନରର ବ୍ୟବହାର କରି ଗଦିକୁ ଭଲ ଭାବେ ସଫା କରନ୍ତୁ । ଯେମିତି କି ଗଦିରେ ଲାଗିଥିବା ବେକିଂ ସୋଢା ପୁରାପୁରି ଛାଡିଯିବ । ଆପଣ ଦେଖିବେ ବେକିଂ ସୋଢାର ମିଶ୍ରଣ ଗଦିରେ ଲାଗିଥିବା ବ୍ୟାକ୍ଟେରିଆ , ଧୂଳି ଓ ମଇଳାକୁ ସଂପୂର୍ଣ୍ଣ ଭାବେ ଶୁଖିଯାଇଥିବା ଏବଂ ଆପଣଙ୍କ ଗଦି ଭଲ ଭାବେ ସଫା ହୋଇଯାଇଥିବ । ଏବେ ଖୁବ୍ ଭଲ ନିଦର ମଜା ନେଇପାରିବେ ଆପଣ ଗଦିରେ ।

(ସୌଜନ୍ୟ- ନବଭାରତ ଟାଇମ୍ସ)