ହୃଦଘାତ ସମସ୍ୟାରୁ କେମିତି ପାଇବେ ମୁକ୍ତି ! ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

55

ନିକଟରେ ଜାରି ହୋଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ । ଏହି ରିପୋର୍ଟ ଅନୁସାରେ, ବିଶ୍ୱରେ ହୃଦଘାତର ସମ୍ବନ୍ଧୀୟ ମାମଲା ଭାରତରେ ଖୁବ୍ ଅଧିକ । ପଶ୍ଚିମ ଦେଶ ଗୁଡିକର ଅଧିବାସୀଙ୍କ ତୁଳନାରେ ଭାରତୀୟ ୧୦ ବର୍ଷ ପୂର୍ବରୁ ହୃଦଘାତ ସମସ୍ୟାରେ ପଡୁଥିଲେ । ଫଳରେ ଦେଶରେ ପ୍ରତିବର୍ଷ ପାଖାପାଖି ୨୦ ଲକ୍ଷ ଲୋକଙ୍କ ହୃଦଘାତ ହେଉଥିଲା । ଯେତେବେଳେ ପ୍ରତି ୩୩ ସେକେଣ୍ଡରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥାଏ । ପଟପଡଙ୍ଗଜ ସ୍ଥିତ ମ୍ୟାକ୍ସ ସୁପର ସ୍ପେଶାଲିଷ୍ଟ ଡାକ୍ତରଖାନାର ହାର୍ଟ ସର୍ଜନ ଡା. ରଜନୀଶ ମଲହୋତ୍ରା ଓ ଡା. ବିବେକ୍ କୁହନ୍ତି ହୃଦଘାତ ଅର୍ଥାତ୍ ମାୟୋକାଡିୟଲ୍ ଇନଫେକ୍ସନ ବ୍ଲଡରେ ଅକ୍ସିଜନ କାରଣରୁ ହାର୍ଟର ପେଶୀଗୁଡିକର ସ୍ଥାୟୀ କ୍ଷତି ହୋଇଥାଏ ।

ଲୋକମାନଙ୍କର ଦୈନିକ ଜୀବନ ଶୈଳୀରେ ବେଳେବେଳେ ସମସ୍ୟା ଦେଖାଦେଇଥାଏ । ଅନେକ ସମୟରେ ଛାତି ଯନ୍ତ୍ରଣାକୁ ସେମାନେ ଏସିଡିଟି ବା ଗ୍ୟାସଷ୍ଟିକର ଲକ୍ଷଣ ବୋଲି ଭାବି ନିଅନ୍ତି । ଆଉ ଏହାକୁ ଅଣଦେଖା କରିଥା’ନ୍ତି । ଏଣୁ ଏପରି କରିବା ଜମାରୁ ଠିକ୍ ନୁହେଁ । ଏହା ହାନିକାରକ ହୋଇପାରେ । ଯେତେବେଳେ ହାର୍ଟ ରୋଗର ସମ୍ଭାବନା ଅଧିକ ଥାଏ । ଡା. ବିବେକାଙ୍କ କହିବାନୁସାରେ ସହରରେ ରହୁଥିବା ପୁରୁଷଙ୍କୁ ଗାଁରେ ରହୁଥିବା ପୁରୁଷଙ୍କ ତୁଳନାରେ ଏ ସମସ୍ୟା ୩ଗୁଣା ଅଧିକ ଥାଏ । ମହିଳାଙ୍କ କ୍ଷେତ୍ରରେ ମେନୋପଜ ପରେ ସମସ୍ୟା ବଢିଯାଇଥାଏ । ସେ କହିଛନ୍ତି ଏହି ରୋଗରେ ଏମିତି ଅନେକ କାରଣ ରହିଛି । କିନ୍ତୁ କିଛି ମୁଖ୍ୟ କାରଣ ଡାୟବେଟିସ୍ , ଧୂମ୍ରପାନ, ଉଚ୍ଚ ରକ୍ତଚାପ ,ବଂଶାନୁକ୍ରମିକ କାରଣ , ବ୍ୟାୟାମ ବା ଶାରୀରିକ ଗତିବିଧିର ଅଭାବ ମଧ୍ୟ ସାମିଲ । ଯାହା ଦ୍ୱାରା ଏହି ରୋଗ ହେବାର ସମ୍ଭବନା ବଢିଯାଏ ।

ଡା. ରଜନୀଶ ମଲହୋତ୍ରା କହିଛନ୍ତି ହୃଦଘାତରୁ ରକ୍ଷା ପାଇଁ କିଛି ସହଜ ଉପାୟ । ଯାହାକୁ ସମସ୍ତେ କରିପାରିବେ –

ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣି ପାରିବେ । ଡା. ମଲହୋତ୍ରାଙ୍କ ଅନୁସାରେ , ଭୋଜନରେ ୮୦ଗ୍ରାମ ବା ୮୦ ମିଲିଲିଟରରୁ ଅଧିକ କ୍ୟାଲୋରୀ ନେବା ଉଚିତ ନୁହେଁ । ଗୋଟିଏ ବର୍ଷରେ ୮୦ଦିନ ଯାଏ ଖାଦ୍ୟଶସ୍ୟ ଖାଇବା ଉଚିତ ନୁହେଁ ପ୍ରତିଦିନ ଖାଦ୍ୟଶସ୍ୟ ଖାଇବା ଦ୍ୱାରା ଇନସୁଲିନ୍ ପ୍ରତିରୋଧର ସହ ହାଇ ଇନସୁଲିନ୍ ସ୍ତର ହୋଇଯାଏ । ଏହାଛଡା କାର୍ଡିୟୋଭାସ୍କୁଲାର ଟ୍ରେନିଂ ପ୍ରତି ସପ୍ତାହ ୮୦ ମିନିଟ୍ ଯାଏ ଜରୁରୀ ଅଟେ । ଏକ ମିନିଟରେ ୮୦ ପାଦ ଚାଲିବାକୁ ଚେଷ୍ଟା କରିବା । ପ୍ରତିଦିନ ୮୦ ଥର ନିଶ୍ୱାସ ନେଇ ଛାଡିବାର ପ୍ରାଣାୟାମ କରିବା ଉଚିତ୍ । ଏକ ସପ୍ତାହରେ ୮୦ ଗ୍ରାମ ରୁ ଅଧିକ ଆଲକହଲ ନେବା ମଧ୍ୟ ଉଚିତ୍ ନୁହେଁ । ମହିଳମାନେ ଏହା ୨ ସପ୍ତାହରେ ୮୦ଗ୍ରାମ ହେବା ଉଚିତ୍ ।
(ସୌଜନ୍ୟ-ନବଭାରତ ଟାଇମ୍ସ)