ଶୀତ ଦିନେ ପୁରୁଷମାନେ କିଭଳି ନେବେ ନିଜ ତ୍ୱଚାର ଯତ୍ନ

49

ସାଧାରଣତଃ ଶୀତ ଦିନେ ଅଧିକାଂଶ ଲୋକମାନଙ୍କଠାରେ ଚର୍ମଜନିତ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । କାହାର ଆଲାର୍ଜି ହେବାଣି ତ ପୁଣି କାହାର ଚର୍ମ ଶୁଖି ଘା’ ହେଲାଣି ଏଭଳି ଅନେକ ସମସ୍ୟା । ତେବେ ଏଭଳି ଏଥିପାଇଁ ହୋଇଥାଏ କାରଣ ଶୀତଦିନେ ଚର୍ମର ଆର୍ଦ୍ରତା ପ୍ରାୟତଃ ହ୍ରାସ ପାଇଥାଏ । ତେଣୁ ଥଣ୍ଡା ହେବାମାତ୍ରେ ବିଶେଷ କରି ତ୍ୱଚାର ଯତ୍ନ ନେବା ନିହାତି ଜରୁରୀ ଅଟେ ।

କେବଳ ମହିଳାମାନେ ନୁହେଁ ବରଂ ପୁରୁଷମାନେ ମଧ୍ୟ ନିଜର ତ୍ୱଚାକୁ ପ୍ରତି ଧ୍ୟାନ ଦେବା ଦରକାର । ଆସନ୍ତୁ ଜାଣିବା ଶୀତଦିନେ ପୁରୁଷମାନେ କିପରି ନିଜର ଯନ୍ତ୍ର ନେବା ଦରକାର । ଯଦି ଆପଣଙ୍କ ତ୍ୱଚା ଥଣ୍ଡା ପାଇଁ ଶୁଷ୍କ ଦେଖାଯାଉଛି । ଏବଂ ଆପଣ ତ୍ୱଚାର ସୋ÷ନ୍ଦର୍ଯ୍ୟ ଫେରାଇ ଆଣିବାକୁ ଚାହୁଁଛନ୍ତି, ତାହାହେଲେ ଏଥିପାଇଁ ମୁହଁର ଆର୍ଦ୍ରାତା ଫେରାଇ ଆଣିବା ଜରୁରୀ ଅଟେ । ତ୍ୱଚାକୁ ସୁନ୍ଦର ରଖିବା ପାଇଁ ବିଭିନ୍ନ ପ୍ରକାର ଥଣ୍ଡା କ୍ରିମ ବ୍ୟବହାର କରନ୍ତୁ । ଯାହା ଫଳରେ ଆପଣଙ୍କ ତ୍ୱଚା ପୁଣି ଥରେ ସୁନ୍ଦର ଦେଖାଯିବ ।

ଶୀତରେ ପୁରୁଷମାନେ ସେଭିଂ କରିବା ସମୟରେ ସାବଧାନ ରହନ୍ତୁ । ଥଣ୍ଡାରେ ରେଜର ସାହାର୍ଯ୍ୟରେ ସେଭିଂ କରନ୍ତୁ ନାହିଁ । ଏହା ଦ୍ୱାରା ତ୍ୱଚା ଶୁଷ୍କ ଦେଖାଯାଏ । ସେଥିପାଇଁ ଥଣ୍ଡାରେ ରେଜରକୁ ବ୍ୟବହାର ନ କରି ଟ୍ରିମର ସାହାର୍ଯ୍ୟରେ ସେଭିଂ କରନ୍ତୁ । ଏଭଳି କରିବା ଦ୍ୱାରା ତ୍ୱଚାର କିଛି କ୍ଷତି ହେବନାହିଁ ଏବଂ ଆପଣଙ୍କୁ ଡର ବି ଲାଗିବ ନାହିଁ ।

ଥଣ୍ଡାପାଇଁ ହାତଗୋଡ ଫାଟିବା ଭଳି ସମସ୍ୟା ମଧ୍ୟ ଦେଖାଯାଏ । ସେଥିପାଇଁ ଥଣ୍ଡାରେ ହାତଗୋଡ ପ୍ରତି ଧ୍ୟାନ ଦେବା ଉଚିତ୍ । ଏଥିପାଇଁ ଅଲଟ୍ରା ମୋଇସରାଇଜର ବଡି ଲୋସନ୍ ବ୍ୟବହାର କରନ୍ତୁ ।

ଶୀତରେ ଓଠ ଫାଟିବା ସମସ୍ୟା ବି ଦେଖାଯାଏ । ଏଥିରୁ ବଞ୍ଚିବା ପାଇଁ ଓଠରେ ସବୁବେଳେ ଲିଫ୍ ବାମ ବ୍ୟବହାର କରନ୍ତୁ । ଏହାଦ୍ୱାରା ଓଠ କୋମଳ ରହିବ ।

ଥଣ୍ଡାରେ ସନ୍ ସ୍କ୍ରିନ ତ୍ୱଚାରେ ଲଗାଇବା ସବୁଠାରୁ ଭଲ । ଏଥିରେ ତ୍ୱଚାର ଆର୍ଦ୍ରତା ରହିଥାଏ । ଥଣ୍ଡାରୁ ବଞ୍ଚିବା ପାଇଁ ଏହାକୁ ବ୍ୟବହାର କରନ୍ତୁ ।