ପ୍ରମୋସନ ମିଳିବା ପରେ କରି ବସନ୍ତୁନି ଏହି ଭୁଲ୍ । ଚାଲି ଯାଇପାରେ ଆପଣଙ୍କର ଚାକିରି

30

ଚାକିରିରେ ପ୍ରମୋସନ କିଏ ନ ଚାହେଁ । କିନ୍ତୁ କିଛି ଏଭଳି ବି କର୍ମଚାରୀ ଅଛନ୍ତି, ଯେଉଁମାନେ ପ୍ରମୋସନ ପାଇବା ପରେ ପରେ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଚାଲିଆସିଥାଏ । ଏବଂ ନିଜର କାମରେ ଗୁରୁତ୍ୱ ଦେବା ମଧ୍ୟ କମ କରିଦେଇଥାନ୍ତି । ଏଭଳି ଦେଖିବାକୁ ମିଳିଥାଏ କି ପ୍ରମୋସନ ମିଳିବା ପରେ କର୍ମଚାରୀ ଟିକିଏ ଅବହେଳା ହୋଇଯାଏ ଏବଂ କିଛି ଭୁଲ୍ ବି କରିପକାଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏଭଳି କିଛି ଭୁଲ୍ ଏବଂ ଏଥିରୁ ରକ୍ଷା କରିବାର ଉପାୟ ସଂପର୍କରେ…….

ଟିମକୁ ଆଭୋଏଡ କରନ୍ତୁ ନାହିଁ

ସବୁବେଳେ ଧ୍ୟାନ ରଖିବେ କି ଆପଣଙ୍କୁ ଯେଉଁ ପ୍ରମୋସନ ମିଳିଛି । ସେଥିରେ ଆପଣଙ୍କର ଟିମର ବି ଯୋଗଦାନ ରହିଛି । ଟିମର ପରିଶ୍ରମ ବିନା ଆପଣଙ୍କୁ ସଫଳତା ମିଳିପାରିବ ନାହିଁ । ଏଥିପାଇଁ କାମ କରିବା ସମୟରେ ଟିମକୁ ଆଭୋଏଡ କରିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ । ଏଥିସହିତ ନିଜକୁ ବଢେଇ ଚୋଢେଇ ଉପସ୍ଥାପନା ଆଦୌ କରନ୍ତୁ ନାହିଁ ।

ଖାମଖିଆଲି ମନୋଭାବ ଆଦୌ ଆଣନ୍ତୁ ନାହିଁ

ଅଧିକାଂଶ ଲୋକେ ପ୍ରମୋସନ ମିଳିବା ପରେ ଟିକିଏ ଖାମଖିଆଲି ହୋଇପଡନ୍ତି । କୌଣସି କଥାକୁ ଗୁରୁତର ଭାବେ ଗ୍ରହଣ କରିନଥାନ୍ତି । ସେମାନଙ୍କୁ ଲାଗିଥାଏ କି, ଏବେତ ପ୍ରମୋସନ ହୋଇଯାଇଛି, ଯଦି ପରଫର୍ମମାନ୍ସ ସାମାନ୍ୟ କମ ବି ହେବ ତେବେ କୌଣସି ଫରକ ପଡିବନାହିଁ । ତେବେ ଏଭଳି ଭାବନା ମନ ଭିତରେ ଆଣିବା ଆପଣଙ୍କର ବଡ ଭୁଲ ।

ଓରଭକନ୍ଫିଡେନ୍ସ ଦେଖାନ୍ତୁ ନାହିଁ

ପ୍ରମୋସନ ପରେ ଓଭରକନ୍ଫିଡେନ୍ସ ଆଦୌ ହୁଅନ୍ତୁ ନାହିଁ । ଅଫିସର ପ୍ରତ୍ୟେକଟି କାମରେ ହସ୍ତକ୍ଷେପ କରନ୍ତୁ ନାହିଁ । ଆପଣଙ୍କୁ ଯେତିକି କାମ କରିବାକୁ ଦାୟିତ୍ୱ ଦିଆଯାଇଛି , ଆପଣ ସେତିକି ହିଁ କରନ୍ତୁ । କେବେ ଉପରେ ପଡି କିମ୍ବା ଆଗତୁରିଆ ଭାବେ ଅନ୍ୟ କାହା କାମରେ ହସ୍ତକ୍ଷେପ କରନ୍ତୁ ନାହିଁ । କାରଣ ଆପଣଙ୍କର ଏହି କାର୍ଯ୍ୟ ପାଇଁ ଆପଣ କୌଣସି ବଡ ଅସୁବିଧାରେ ପଡି ପାରନ୍ତି ।

ଗର୍ବ କରନ୍ତୁ ନାହିଁ

ନିଜର ସଫଳତାକୁ ନେଇ ଗର୍ବ କରିବା ଏକ ଭଲ କଥା, କିନ୍ତୁ ଏହାକୁ ଆପଣ ମୁଣ୍ଡରେ ବସାଇବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ । ନିଜର ସହକର୍ମୀମାନଙ୍କ ମଧ୍ୟରେ ବସି ଗୋଟିଏ ଭଲ ବନ୍ଧୁ ଭଳି ମିଶନ୍ତୁ । ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ଜାଣିବାକୁ ଚେଷ୍ଟା କରନ୍ତୁ ।