ସକାଳୁ ଉଠି ବାସି ମୁହଁରେ ପିଅନ୍ତୁ ଗରମ ପାଣି : ଅନେକ ମାରାତ୍ମକ ରୋଗରୁ ମିଳିବ ମୁକ୍ତି

657

ଅନେକ ଲୋକ ସକାଳୁ ଉଠିବା ମାତ୍ରେ ବିଭିନ୍ନ ପ୍ରକାରର ଚା ଓ କଫି ପିଇବାକୁ ପସନ୍ଦ କରିଥାନ୍ତି । ଏହାର କାରଣ ହେଉଛି ସେମାନେ ଭାବିଥାଆନ୍ତି, ଏହା ପିଇବା ଦ୍ୱାରା ତାଙ୍କୁ ସତେଜ ଲାଗିବ,ଅଳସୁଆପଣ ଦୂର ହୋଇଯିବ । ତେବେ ଆପଣ ଯଦି ନିଜକୁ ଫିଟ ରଖିବାକୁ ଚାହୁଁଛନ୍ତି ତେବେ ଆପଣ ପ୍ରତିଦିନ ସକାଳୁ ଗୋଟିଏ ଗ୍ଲାସ ଗରମ ପାଣି ପିଅନ୍ତୁ । ନିୟମିତ ମାସେ ପିଅନ୍ତୁ ଦେଖିବେ ଆପଣଙ୍କ ସ୍ୱାସ୍ଥ୍ୟରେ ପରିବର୍ତନ ଆସିବ ।

-ସକାଳୁ ଗରମ ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀରରୁ ଚର୍ବି କମିବା ସହ ମୋଟା ପଣ କମିଥାଏ ।

-ଆପଣଙ୍କ ଗଳାର ସମସ୍ୟାକୁ ନେଇ ଚିନ୍ତିତ କି ? ତେବେ ଲୁଣ ସହ ଗରମ ପାଣି ପିଅନ୍ତୁ । ଆପଣଙ୍କ ଗଳା ସମସ୍ୟା ଦୂର ହୋଇଯିବ ।

-ଖୋଲାପେଟରେ ଗରମ ପାଣି ଗୋଟେ ଗ୍ଲାସ ପିଅନ୍ତୁ । ଏପରି ନିୟମିତ ମାସେ ପିଇଲେ ଆପଣଙ୍କ ଗ୍ୟାସ ସମସ୍ୟା ଦୂର ହେବାରେ ସହାୟକ ହୋଇଥାଏ ।

-ଗରମ ପାଣି ପିଇବା ଦ୍ୱାରା ଶରୀରରେ ଥିବା ଟଳ୍ସିନ ଭଳି ଅଦରକାରୀ ପଦାର୍ଥ ନିଷ୍କାସନହେବାରେ ସାହାଯ୍ୟ କରିଥାଏ ।

-ହଜମ ଶକ୍ତି ବଢାଏ ଗରମ ପାଣି । ପେଟରେ ଥିବା ଏନଜାଇମକୁ ସକ୍ରିୟ କରାଇଥାଏ ଗରମ ପାଣି । ଫଳରେ ପାଚନ କ୍ରିୟା ଠିକ ହୋଇଥାଏ ।