ଡିପ୍ରେସନକୁ ଦୂର କରିଥାଏ ଏହି ୫ଟି ଘରୋଇ ଉପାୟ !

42

ଆଜିର ଏହି ବ୍ୟସ୍ତ ବହୁଳ ଜୀବନ ଭିତରେ କାମର ପ୍ରେସର, ପାରିବାରିକ କଳହ ଏବଂ ପ୍ରତାରଣା ଭଳି ପରିସ୍ଥିତି କାରଣରୁ ଲୋକେ ବିଭିନ୍ନ ମାନସିକ ଦୁଶ୍ଚିନ୍ତା ତଥା ଅବାସାଦର ଶିକାର ହୋଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ୫ଟି ଘରୋଇ ଉପାୟ ସଂପର୍କରେ ଜଣାଇବୁ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣ ଏହି ସମସ୍ୟାକୁ ନିଜ ଜୀବନରୁ ସବୁଦିନ ପାଇଁ ଦୂର କରିପାରିବେ । ଆସନ୍ତୁ ଜାଣିବା ।

ଏକାକୀ ରୁହନ୍ତୁ ନାହିଁ

ଯଦି ଆପଣ ମାନସିକ ଆବସାଦରେ ଶିକାର ଅଛନ୍ତି ତେବେ ଏହାର ଗୋଟିଏ ମାତ୍ର ଔଷଧ ହେଲା ଆପଣ କେବେ ହେଲେ ଏକାକୀ ରୁହନ୍ତୁ ନାହିଁ । ଏଥିସହିତ ନିଜକୁ ମଧ୍ୟ ବିଭିନ୍ନ କାମରେ ବ୍ୟସ୍ତ ରଖନ୍ତୁ । କାରଣ ଏକାପଣ ଅବସାଦକୁ ଆହୁରୀ ବଢାଇଥାଏ । ତେଣୁ ନିଜ ପରିବାର ସଦସ୍ୟ କିମ୍ବା ବନ୍ଧୁ ଅଥବା ଏକ ଏଭଳି ସ୍ଥାନରେ ସମୟ ବିତାନ୍ତୁ ଯେଉଁଠି କୋଳାହଳ ଥିବ ଏବଂ ଆପଣ ଚାହୁଁଥିବା ସମସ୍ତ ଜିନିଷ ଉପଲବ୍ଧ ଥିବ ।

ନିଜକୁ ବ୍ୟସ୍ତ ରଖନ୍ତୁ

ସବୁଠାରୁ ଭଲ ଉପାୟ ହେଲା ନିଜକୁ ସବୁବେଳେ କୌଣସି ନା କୌଣସି କାମରେ ବ୍ୟସ୍ତ ରଖନ୍ତୁ । କାରଣ କାମରେ ବ୍ୟସ୍ତ ରହିବା ଦ୍ୱାରା ମନ ଭିତରେ ଏକ ସକାରତ୍ମକ ଭାବନା ସୃଷ୍ଟି ହୋଇଥାଏ । ମାତ୍ର ଖାଲିପଣ କେବଳ ନକରାତ୍ମକ ଚିନ୍ତାଧାରା ସୃଷ୍ଟି କରିଥାଏ ।

ନକରାତ୍ମକ ଚିନ୍ତାଧାରାକୁ ପ୍ରସୟ ଦିଅନ୍ତୁ ନାହିଁ

ଅବସାଦଗ୍ରସ୍ତ ବ୍ୟକ୍ତିର ସବୁଠାରୁ ବଡ ଦୁର୍ବଳତା ହେଉଛି ନକରାତ୍ମକ ବିଚାରଧାରା । ଅର୍ଥାତ୍ ଆପଣ ଯେତେବେଳେ କୌଣସି ବିପଦ କିମ୍ବା ଖରାପ ମୁହୂର୍ତ୍ତ ଦେଇ ଗତି କରୁଥାନ୍ତି ସେତେବେଳେ ହିଁ ଏପ୍ରକାର ଚିନ୍ତାଧାରା ମନ ଭିତରକୁ ବେଶି ଆସିଥାଏ । ତେଣୁ ଏହି ସମୟରେ ହିଁ ଆପଣଙ୍କୁ ନିଜକୁ ଷ୍ଟ୍ରଙ୍ଗ କରିବାକୁ ପଡିବ ଏବଂ ମନ ମଧ୍ୟରେ ଏକ ସକରାତ୍ମକ ବିଚାରଧାରା ସୃଷ୍ଟି କରିବା ଜରୁରୀ ଅଟେ ।

ଡାଏରୀ ଲେଖନ୍ତୁ

ଜଣେ ଅବସାଦଗ୍ରସ୍ତ ବ୍ୟକ୍ତି ସବୁବେଳେ ଚିନ୍ତାରେ ରହିଥାଏ । କାରଣ ତା ମନରେ କେବଳ ନକରାତ୍ମକ ବିଚାର ହିଁ ଜାତ ହୋଇଥାଏ । ତେବେ ଏହି ପରିସ୍ଥିତିରେ ଆପଣ ଡାଏରୀ ଲେଖିବା ଉଚିତ୍ । ଖାଲି ସେତିକି ନୁହେଁ ଲେଖିବା ସମୟରେ ନିଜ ମନରେ ଜାତ ହୋଇଥିବା ସମସ୍ତ ପ୍ରକାର ନକରାତ୍ମକ ବିଚାରକୁ ମଧ୍ୟ ଡାଏରୀରେ ଉଲ୍ଲେଖ କରନ୍ତୁ ।

ସବୁଜ ପନିପରିବା ସେବନ କରନ୍ତୁ

ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାରର ସବୁଜ ତଥା ସତେଜ ପନିପରିବା ନିଜ ଖାଦ୍ୟରେ ସାମିଲ କରିବା ଉଚିତ୍ । କାରଣ ସନ୍ତୁଳିତ ଖାଦ୍ୟ ଖାଇବାଦ୍ୱାରା ମନ ଏବଂ ଶରୀର ସୁସ୍ଥ ରହିଥାଏ ।