ସାବଧାନ୍ ! ବର୍ଗର ଓ ପିଜା ଆଦି ଖାଦ୍ୟର ମାତ୍ରାଧିକ ସେବନ ହୋଇଥାଏ ବ୍ରେଷ୍ଟ କ୍ୟାନସରର ପ୍ରମୁଖ କାରଣ

64

ଯେଉଁ ମହିଳାମାନେ ବର୍ଗର, ପିଜା ଆଦି ଫାଷ୍ଟ ଫୁଡ୍ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି ସେମାନଙ୍କଠାରେ ବ୍ରେଷ୍ଟ କ୍ୟାନସର ବା ସ୍ତନ କର୍ଳଟ ଭଳି ଭୟାନକ ରୋଗ ହେବାର ଯଥେଷ୍ଟସମ୍ଭାବନ ରହିଛି । ଏକଥା ଆମେ କହୁନାହୁଁ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏହି ସତ୍ୟ ସାମ୍ନାକୁ ଆସିଛି । ଏକଥା ତ ସମସ୍ତଙ୍କୁ ଜଣା ଥିବ ଯେଉଁ ଖାଦ୍ୟରେ ସୁଗାର,କାର୍ବୋହାଇଡ୍ରେଟର ମାତ୍ରା ଅଧିକ ପରିମାଣରେ ରହିଥାଏ ସେଭଳି ଖାଦ୍ୟକୁ ଖାଇବା ଦ୍ୱାରା କ୍ୟାନସର ଏବଂ ହୃଦୟ ଜନିତ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି ।

• ମାତ୍ର ଏହି ଅଧ୍ୟୟନ ମୁତାବକ, ଯୁବାବସ୍ଥାରେ ମହିଳାଙ୍କଠାରେ ସ୍ତନ ଗ୍ରନ୍ଥିଗୁଡିକର ସାଧାରଣତଃ ବିକାଶ ହୋଇଥାଏ । ଏବଂ ଏହି ପ୍ରରିପେକ୍ଷୀରେ ଏଭଳି ଖାଦ୍ୟ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଅଧିକ କ୍ଷତିକାରକ ହୋଇଥାଏ ।

• ଏଭଳି ଖାଦ୍ୟ ଖାଇବା ଦ୍ୱାରା କିଶୋରୀମାନଙ୍କଠାରେ ପାଖାପାଖି ୪୫ ବର୍ଷ ବୟସ ପୂର୍ବରୁ ହିଁ ଦେଖାଦେଇଥାଏ ବ୍ରେଷ୍ଟ କ୍ୟାନସର ବା ସ୍ତନ କର୍କଟ ସମସ୍ୟା । ଏଥିପାଇଁ ସେମାନେ ବିଶେଷ କରି ମହିଳାମାନଙ୍କୁ ସବୁଜ ପନିପରିବା ଖାଇବା ସହ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଛନ୍ତି ।

• ଗବେଷକଙ୍କ ମତରେ, ଯେଉଁ ମହିଳାମାନେ ଦୀର୍ଘ ସମୟ ଧରି ଫାଷ୍ଟ ଫୁଡ୍ ଜନିତ ଖାଦ୍ୟ ଖାଇ ଆସୁଛନ୍ତି । ସେମାନଙ୍କଠାରେ ବ୍ରେଷ୍ଟ କ୍ୟାନସର ଜନିତ ସମସ୍ୟା ଦେଖାଦେଇଥାଏ ।

• ଯଦିଓ ସେମାନେ ଏକଥା ମଧ୍ୟ ସ୍ପଷ୍ଟ କରଛନ୍ତି କି କିଛି ମହିଳାଙ୍କଠାରେ ମଧ୍ୟ ଭିନ୍ନ-ଭିନ୍ନ କାରଣରୁ ବ୍ରେଷ୍ଟକ୍ୟାନସର ଭଳି ସମସ୍ୟା ଦେଖାଦେଇଥାଏ ।