ଘିମିରି ସମସ୍ୟା ଦୂର କରିବ ଚା !

70

ଗରମ ଦିନରେ ଲୋକେ ଅନେକ ଅସୁବିଧାରେ ପଡନ୍ତି । ଦେହରୁ ଝାଳ ବୋହିବା ସହ ଅସହ୍ୟ ଲାଗେ ଦିନ ବିତେଇବା । ସବୁଠୁ ବଡ ସମସ୍ୟା ହେଲା ଘିମିରିି । ଆଉ ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ କେତେବେଳେ କଣ ଉପଚାର କରନ୍ତି । ହେଲେ ଆପଣଙ୍କୁ ଏକ ଭଲ ଉପାୟ କଥା ଜଣାଉଛୁ, ଯାହା ଦ୍ୱାରା ଆପଣ ଏହି ଘିମିରିକୁ ଉପଚାର କରିପାରିବେ ।

ଆପଣ ବ୍ୟବହାର କରୁଥିବା ଟି ବ୍ୟାଗ୍ ଏଥିରେ ଖୁବ୍ ଉପଯୋଗୀ ଅଟେ । ଚା’ପିଇ ସାରି ଏହାକୁ ଫୋପାଡି ନଦେଇ ବ୍ୟବାହର କଲେ ଭଲ । ଏହି ଟି ବ୍ୟାଗକୁ ଫ୍ରିଜରେ ରଖି ,ଥଣ୍ଡା ହେବା ପରେ ଶରୀରର ଘିମିିରି ହୋଇଥିବା ଅଂଶରେ ଲଗାଇଲେ . କୁଣ୍ଡେଇ ହେବା ସମସ୍ୟାରୁ ମୁକ୍ତି ମିଳେ ।