୫ଟି ରୋଗରୁ ମୁକ୍ତି ପାଇବେ ! ଏହି ପତ୍ରର ବ୍ୟବହାରରେ

98

ଦୈନନ୍ଦିନ ଜୀବନରେ ଏକ ସୁସ୍ଥ ଶରୀର ପାଇବା ପାଇଁ ଆମେ ପ୍ରତିଦିନ କିଛି ନା କିଛି ପୃଷ୍ଟିକର ଖାଦ୍ୟ ଖାଉଛନ୍ତି । ଆଜି ଆମେ ଆପଣଙ୍କୁ ଏଭଳି ଏକ ଜିନିଷ ସଂପର୍କରେ ଜଣାଇବାକୁ ଯାଉଛୁ ତାହା ଆପଣଙ୍କ କାମରେ ନିଶ୍ଚୟ ଆସିବ । କାରଣ ଏହାକୁ ସେବନ କରିବା ଦ୍ୱାରା ଶରୀରର ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ଏବେ ଆପଣ ଭାବୁଥିରେ ଏମିତି କେଉଁ ଜିନିଷ, ଯାହାକୁ ସେବନ କରିବା ଦ୍ୱାରା ଏତେ ପ୍ରକାର ରୋଗ ସମସ୍ୟାରୁ ମୁକ୍ତି ମିଳିପାରିବ । ତେବେ ଜାଣି ରଖନ୍ତୁ, ତରକାରୀରେ ବ୍ୟବହୃତ ହେଉଥବା ତେଜପତ୍ର । ତେଜପତ୍ରରେ ବହୁ ମାତ୍ରାରେ ଔଷଧିୟ ଗୁଣ ରହିଛି । ଏଥିରେ ଆଟିଂ-ଅକ୍ସିଡେ, ପୋଟାସିୟମ, ସେଲେନିୟମ ଓ ଆଇରନ ପରିମାଣ ଭରପୁର ମାତ୍ରାରେ ରହିଛି । ତେଜପତ୍ର ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଖୁବ ଫଳପ୍ରଦ ତେବେ ଆସନ୍ତୁ ଜାଣିବା, ଏହି ପତ୍ରର ଉପକାରୀତା ସମ୍ବନ୍ଧରେ କେତେକ ଟିପ୍ସ ।

ଷ୍ଟୋନ ସମସ୍ୟା

ଷ୍ଟୋନ ସମସ୍ୟା ଥିଲେ ତେଜପତ୍ର ବ୍ୟବହୃତ ଲାଭଦାୟକ । ଯଦି ଆପଣଙ୍କର ଷ୍ଟୋନ ସମସ୍ୟା ରହିଛି, ତେବେ ତେଜପତ୍ରକୁ ପାଣିରେ ଗରମ କରନ୍ତୁ । ତା’ପରେ ଏହି ପାଣିକୁ ଥଣ୍ଡା କରି ପିଅନ୍ତୁ । ଏହା କୀଡନୀ ଷ୍ଟୋନ ଓ କୀଡନୀ ସହ ଜଡିତ ସମସ୍ୟାକୁ ଦୂର କରିବାରେ ସହାୟତା ହୋଇଥାଏ ।

ପେଟ ସମସ୍ୟା

ପେଟ ସହ ଜଡିତ ଅନେକ ସମସ୍ୟାରୁ ମୁକ୍ତି ଦେବାରେ ସହାୟତା କରିଥାଏ ତେଜପତ୍ର । ଏଥିପାଇଁ ଚା’ ତିଆରି କରିଲା ବେଳେ ତେଜପତ୍ର ବ୍ୟବହୃତ କରନ୍ତୁ । ଏହି ଚା’କୁ ପିଇବା ଦ୍ୱାରା କୋଷ୍ଠକାଠିନ, ଏସିଡିଟି ଭଳି ସମସ୍ୟାରୁ ଆରାମ ଦେଇଥାଏ ।

ମଧୁମେହ ସମସ୍ୟା

ମଧୁମେହ ରୋଗୀଙ୍କ ପାଇଁ ତେଜପତ୍ର ରାମବାଣ । ଏହାକୁ ନିୟମିତ ଭାବେ ସେବନ କରିବା ଦ୍ୱାରା ମଧୁମେହ ରୋଗକୁ ନିୟନ୍ତ୍ରଣ ରଖିଥାଏ ।

ଯନ୍ତ୍ରଣାରୁ ଆରାମ

ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ତେଜପତ୍ର ଫଳପ୍ରଦ । ଯେଉଁ ଜାଗାରେ ଆପଣଙ୍କୁ ଯନ୍ତ୍ରଣା ଅନୁଭବ ହେଉଛି, ସେଠାରେ ତେଜପତ୍ର ତେଲରେ ମସାଜ କରନ୍ତୁ । ଦେଖିବେ କିଛି ସମୟ ପରେ ଯନ୍ତ୍ରଣା କମିବାରେ ଲାଗିବ । ଏହା ବ୍ୟତୀତ ମୁଣ୍ଡ ବ୍ୟାଥରୁ ବି ଆରାମ ମିଳିଥାଏ ।

ଭଲ ନିଦ

ରାତିରେ ଶୋଇବା ପୂର୍ବରୁ ତେଜପତ୍ର ସେବନ କରନ୍ତୁ । କାରଣ ତେଜପତ୍ର ବ୍ୟବହାର କରିବା ଦ୍ୱାରା ସୁନ୍ଦର ନିଦ ଆସିଥାଏ । ସେଥିପାଇଁ ତେଜପତ୍ର ତେଲର କିଛି ବୁନ୍ଦା ପାଣିରେ ମିଶାଇ ଫିଇବା ଦ୍ୱାରା ଭଲ ନିଦ ଆସିଥାଏ ।