ଆପ୍ ଜରିଆରେ ବି କରିହେବ ଡିପ୍ରେସନର ଚିକିତ୍ସା । କିପରି ଜାଣନ୍ତୁ

42

ଏଣିକି ସ୍ମାର୍ଟଫୋନ ମାଧ୍ୟମରେ ବି ଡିପ୍ରେସନର ଚିକିତ୍ସା କରାଯାଇପାରିବ । ସ୍ମାର୍ଟଫୋନରେ ନଜର ଆସୁଥିବା ବିଭିନ୍ନ ଆପ ଜରିଆରେ ଲୋକଙ୍କର ଡିପ୍ରେସନ ତଥା ଅବସାଦ ଭଳି ରୋଗର ଚିକିତ୍ସା କରାଯାଇପାରିବ । ଏକଥା ଆମେ କହୁନାହୁଁ ବରଂ ନିକଟରେ ଏନେଇ ଗବେଷଣା କରାଯିବା ପରେ କିଛି ଗବେଷକ ଏଭଳି ଦାବି କରିଛନ୍ତି ।

ସୂଚନା ମୁତାବକ, ଗବେଷକଙ୍କ ମତ ରହିଛି କି ଲୋକଙ୍କଠାରେ ଦେଖାଦେଉଥିବା ଡିପ୍ରେସନ ତଥା ଅବସାଦ ଭଳି ସମସ୍ୟା ବା ରୋଗର ଚିକିତ୍ସା ପାଇଁ ସ୍ମାର୍ଟଫୋନରେ ଥିବା ବିଭିନ୍ନ ଆପ ସହାୟତାରେ କରାଯାଇପାରିବ । ଯାହାଦ୍ୱାରା କି ଆଗାମୀ ଦିନମାନଙ୍କରେ ଏହାଦ୍ୱାରା ଲୋକେ ଉପକୃତ ହେବେ । ତେବେ ଅବସାଦ ହେଉଛି ଏଭଳି ଏକ ରୋଗ ଯାହାକି ଏବେ ବିଶ୍ୱ ପାଇଁ ବଡ ସମସ୍ୟା ହୋଇ ଉଭା ହୋଇଛି ଯେଉଁଥିରେ ମଣିଷ ବିକଳାଙ୍ଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଗବେଷଣଙ୍କ ମତ ଅନୁସାରେ, ସେମାନେ କରିଥିବା ଏକ ଗବେଷଣାରେ ସ୍ମାର୍ଟଫୋନ ଆପ୍ ଜରିଆରେ ଲୋକମାନଙ୍କର ଅବସାଦ ତଥା ଡିପ୍ରେସନର ଲକ୍ଷଣରେ ଉଲ୍ଲେଖନୀୟ ହ୍ରାସତା ଦେଖିବାକୁ ପାଇଛନ୍ତି । ତେଣୁ ସ୍ମାର୍ଟଫୋନଦ୍ୱାରା ଏହି ରୋଗର ଚିକିତ୍ସା ଅତି ସହଜରେ କରାଯାଇପାରିବ । କାରଣ ସ୍ମାର୍ଟଫୋନ ମାଧ୍ୟମରେ ଲୋକଙ୍କ ମାନସିକ ଅବସ୍ଥା ଉପରେ ନଜର ରଖାଯିବା ସହିତ ତାଙ୍କୁ ବୁଝାଇବା ଏବଂ ଏହି ରୋଗରୁ ମୁକ୍ତ କରିବାକୁ ସହାୟତା ମିଳିବ ।

ଉଲ୍ଲେଖଯୋଗ୍ୟ ଯେ, ଅଷ୍ଟ୍ରେଲିଆର ନ୍ୟାସନାଲ ଇଷ୍ଟିଚ୍ୟୁଟ୍ ଅଫ କମ୍ପଲିମେଂଟ୍ରି ମେଡିସିନ ଏବଂ ଆମେରିକାର ହାର୍ଭଡ ମେଡିସିନ ସ୍କୁଲର ଅନୁସନ୍ଧାନକର୍ତ୍ତାମାନେ ଏହି ଗବେଷଣାରେ ସାମିଲ ହୋଇଥିଲେ ।

ସୌଜନ୍ୟ: ଆଜତକ୍