ଟୁଥପେଷ୍ଟର ୩ଟି ଦମଦାର ଉପକାରୀତା ! ଜାଣନ୍ତୁ

37

ଆପଣ ଟୁଥପେଷ୍ଟର ବ୍ୟବହାର କେବଳ ଦାନ୍ତକୁ ସଫା ରଖିବାକୁ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଟୁଥପେଷ୍ଟର କିଛି ଏଭଳି ବ୍ୟବହାର ସଂପର୍କରେ ଜଣାଇବୁ ଯାହା ଆପଣଙ୍କ କାମରେ ନିଶ୍ଟୟ ଆସିବ । ତେବେ ଆସନ୍ତୁ ଜାଣିବା ।

ଯଦି ଆପଣଙ୍କ ମୋବାଇଲ ସ୍କ୍ରିନରେ କୌଣସି ପ୍ରକାରର ଦାଗ ଲାଗି ଯାଇଥାଏ

ଯଦି ଆପଣଙ୍କ ମୋବାଇଲ ସ୍କିନରେ କୌଣସି ପ୍ରକାରର ଦାଗ ଲାଗି ଯାଇଛି ଆଉ ଯେତେ ଯାହା କଲେ ମଧ୍ୟ ତାହା ଲିଭିବାକୁ ନାରାଜ ତେବେ ଏଭଳି ପରିସ୍ଥିତିରେ ଆପଣ କଣ କରିବେ ନା ସେହି ସ୍ଥାନରେ କିଛି ମାତ୍ରାରେ ଟୁଥପେଷ୍ଟ ଲଗାଇ ଦିଅନ୍ତୁ । ଏବଂ ତାକୁ କିଛି ସମୟ ପାଇଁ ଛାଡି ଦିଅନ୍ତୁ । ତେବେ ଶୁଖିଯିବା ପରେ ତାକୁ ଏକ ସଫା କପଡାରେ ପୋଛି ଦିଅନ୍ତୁ । ଏଥର ଦେଖିବେ ଆପଣଙ୍କ ମୋବାଇଲ ପୁରାପୁରି ନୁଆ ଦେଖାଯାଉଥିବ ।

ଯଦି ମାଚିସ କାଠି ଜଳୁନାହିଁ

ମାଚିସ କାଠି ଅଧିକାଂଶ ସମୟରେ ଗୋଟିଏ କାରଣରୁ ଜଳି ନଥାଏ । ଯଦି ତାହା ଓଦା ଥାଏ । ତେବେ ଏହିସମୟରେ ଆପଣ ମାଚିସ କାଠିର ବାରୁଦ ଥିବା ଅଂଶକୁ ଟୁଥପେଷ୍ଟଦ୍ୱାରା ସଂପୂର୍ଣ୍ଣ ରୂପେ ଆସ୍ତରଣ କରି ଦିଅନ୍ତୁ । ପୁଣି ତାକୁ ପାଣିରେ ଭିଜାଇ ଦିଅନ୍ତୁ । ଏହାପରେ ଏକ ଶୁଖିଲା କପଡାରେ ତାକୁ ପୋଛି ଜଳାନ୍ତୁ ଦେଖିବେ ତାହା ନିଶ୍ଚୟ ଜଳିବ ।

ଯଦି ଆପଣଙ୍କ ସ୍ପୋର୍ଟସ ସୁଜ୍ ପୁରୁଣା ଦେଖାଯାଉଛି

ଯଦି ଆପଣ ଆପଣଙ୍କ ଜୋତା କିମ୍ବା ସୁଜକୁ ଟୁଥପେଷ୍ଟ ଦ୍ୱାରା ସଫା କରନ୍ତି ତେବେ ସେଥିରେ ଯେତେ କଠିନ ଦାଗ ଲାଗିଥିଲେ ମଧ୍ୟ ତାହା ହଟି ଯାଇଥାଏ ।