ଛୁଟି କାଟିବାକୁ ଯାଉଛନ୍ତି କି ? ତେବେ ମନେ ରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

30

ବୁଲିବାକୁ କିଏ ନ ପସନ୍ଦ କରନ୍ତି । କିନ୍ତୁ ଏହି ସମୟରେ କିଛି ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ । କାରଣ ଯଦି ଆପଣ ଏହାକୁ ଅଣଦେଖା କରନ୍ତି ତେବେଏଥିପାଇଁ ଆପଣଙ୍କୁ ନିଶ୍ଚୟ କୌଣସି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆପଣଙ୍କୁ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ କଥା ସଂପର୍କରେ ଜଣାଇବାକୁ ଯାଉଛୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିବ । ତେବେ ଆସନ୍ତୁ ଜାଣିବା ।

• ଯଦି ଆପଣ ଯାତ୍ରା ସମୟରେ ନିଜ ସାଙ୍ଗରେ କୌଣସି ଅନ୍ୟ ମୂଲ୍ୟବାନ୍ ସାମଗ୍ରୀ ନେଉଥାନ୍ତି, ତେବେ ସର୍ବପ୍ରଥମେ ତାକୁ ହୋଟେଲର ଲକରରେ ଜମା କରି ଦିଅନ୍ତୁ ।

• ଯଦି ଆପଣଙ୍କର ଭୁଲିଯିବାର ଅଭ୍ୟାସ ରହିଛି, ତେବେ ମୋବାଇଲରେ ରିମାଇଣ୍ଡର ଲଗାନ୍ତୁ ।

• ଯଦି ବିଦେଶ ଭ୍ରମଣରେ ଯାଉଥାଆନ୍ତି ତେବେ ସେଠାରେ ପ୍ରଚଳିତ ‘ମୁଦ୍ରା’ ସଂପର୍କରେ ଜାଣି ନିଜ ପାଖରେ ରଖନ୍ତୁ । ଯିବା ପୂର୍ବରୁ ଦେଶର ଏକ୍ସଚେଞ୍ଜ କରାଯାଇଥିବା ମୁଦ୍ରା ମଧ୍ୟ ସୁରକ୍ଷିତ ଜାଗାରେ ରଖିବାକୁ ଭୁଲନ୍ତୁ ନାହିଁ ।

• ୟୁନିର୍ଭସାଲ୍ କେଡ୍ରିଟ୍ କାଡ୍ର ଓ ଏଥିସହିତ ଆବଶ୍ୟକୀୟ ନଥିପତ୍ର ଯଥା ପରିଚୟ ପତ୍ର, ଇନସ୍ୟୁରାନ୍ସ କାଡ୍ର୍ ଆଦି ସୁରକ୍ଷିତ ରଖନ୍ତୁ ।

• ଟ୍ରାଭେଲ୍ କାଡ୍ର ଏକ ସୁରକ୍ଷିତ ବିକଳ୍ପ , ଯେଉଁଥିରେ ଆପଣ ଯାତ୍ରାରେ ଯିବା ପୂର୍ବରୁ କିଛି ଟଙ୍କା ଡିପୋଜିଟ୍ କରି ନିଅନ୍ତୁ ।

ଏହି ସବୁ ଛୋଟ ଛୋଟ ଦିଗ ପ୍ରତି ଧ୍ୟାନ ଦିଆଗଲେ, ନିଜର ଅର୍ଥକୁ ଯାତ୍ରା ସମୟରେ ସୁରକ୍ଷିତ ରଖିପାରିବେ ।