ରୁପି ସମସ୍ୟାରୁ ଚିନ୍ତିତ କି ? ତେବେ ଅବଲମ୍ବନ କରନ୍ତୁ କିଛି ଘରୋଇ ଉପଚାର

59

କେଶରେ ରୁପି ବା ଡାଡ୍ରଫ୍ ଭଳି ସମସ୍ୟା ଦେଖାଦେବା ଏବେ ଏକ ସାଧାରଣ ସମସ୍ୟା ହୋଇ ଗଲାଣି । ବିଶେଷ କରି ଶୀତଦିନେ ଏହି ସମସ୍ୟା ଅଧିକ ପରିମାଣରେ ଦେଖାଦେଇଥାଏ । ମାତ୍ର କେବଳ କିଛି ପ୍ରାକୃତିକ ତଥା ଘରୋଇ ଉପଚାର ସହାୟତାରେ ହିଁ ଏହି ସମସ୍ୟାକୁ ଦୂର କରାଯାଇପାରିବ । ତେବେ ଆସନ୍ତୁ ଜାଣିବା ଏହାର କିଛି ଘରୋଇ ଉପଚାର ସଂପର୍କରେ ।

ଲେମ୍ବୁ ସହ ନଡିଆ ତେଲର ମିଶ୍ରଣ

ଲେମ୍ବୁ ସାଧାରଣତଃ ଏକ ଉପକାରୀ ଫଳ ଅଟେ । ଏହାକୁ ବିଭିନ୍ନ ସମସ୍ୟାରେ ବ୍ୟବହାର କରାଯାଇଥାଏ । ଆପଣ ଏହାକୁ ମଧ୍ୟ କେଶରୁ ରୁପି ଦୂର କରିବାକୁ ବ୍ୟବହାର କରିପାରିବେ । ଲେମ୍ବୁ ସହ କିଛି ପରିମାଣରେ ନଡିଆତେଲକୁ ମିଶ୍ରଣ କରି ମୁଣ୍ଡ ଖପୁରୀରେ ଭଲ ଭାବରେ ମାଲିସ କରନ୍ତୁ । ପରେ ଏହାକୁ ପାଖାପାଖି ୨ ଘଂଟା ଯାଏଁ ଛାଡିଦିଅନ୍ତୁ । ଏହାପରେ ସାମ୍ଫୁରେ ଭଲଭାବରେ ସଫାକରି ଦିଅନ୍ତୁ । ଏଭଳି କିଛିଦିନ କରନ୍ତୁ ଆଉ ଫଳ ଦେଖନ୍ତୁ ।

ତୁଳସୀ ତେଲ

ରୁପି ଭଳି ସମସ୍ୟାରୁ ସବୁଦିନ ପାଇଁ ଦୂର କରିବାକୁ ତୁଳସୀର ତେଲ ସବୁଠାରୁ ଭଲ ଔଷଧ । ଏହା ରୁପି ଦୂର କରିବା ସହ କେଶପାଇଁ କଣ୍ଡିସନର ଭାବେ କାମ କରିଥାଏ । ଏଥିସହ କେଶକୁ ମୁଲାୟମ କରିବା ସହ ସୁସ୍ଥ ମଧ୍ୟ କରିଥାଏ । ତେବେ ଏହା ବଜାରରେ ଉପଲବ୍ଧ ହୋଇଥାଏ ।

ଘି’ କୁଆଁରୀ ବା ଏଲୋବେରା

ଏହା କେଶପାଇଁ ଏକ ଉପକାରୀ ଔଷଧ । ଏହାକୁ ମଧ୍ୟ ରୁପି ସମସ୍ୟାରେ ବ୍ୟବହାର କରାଯାଇଥାଏ । ତେବେ ଗାଧୋଇବାର ମାତ୍ର ୩୦ ମିନିଟ୍ ପୂର୍ବରୁ ଏହାକୁ ଭଲଭାବରେ କେଶ ତଥା ମୁଣ୍ଡ ଖପୁରୀରେ ମାଲିସ କରନ୍ତୁ । ତାପରେ ଏହାକୁ ସଫାକରି ଦିଅନ୍ତୁ । ଏହିପରି ଲଗାତର ଭାବେ କରିବାଦ୍ୱାରା କେଶରୁ ରୁପି ଜନିତ ସମସ୍ୟା ସବୁଦିନପାଇଁ ଦୂର ହୋଇଯାଇଥାଏ । ଖାଲି ସେତିକି ନୁହେଁ ଏଥିସହ କେଶ ମଧ୍ୟ ସତେଜ ଦେଖାଦେବା ସହ ସାଇନ୍ ମଧ୍ୟ କରିଥାଏ ।

ମେଥି

ଏହା କେଶପାଇଁ ଅତ୍ୟନ୍ତ ଉପକାରୀ । ଏଥିସହ କେଶ ଜନିତ ସମସ୍ୟା ତଥା ରୁପି ପାଇଁ ମଧ୍ୟ ଭଲ କାମ କରିଥାଏ । ତେବେ ମୁଣ୍ଡ ସଫା କରିବା ପୂର୍ବରୁ ତଥା ରାତିରେ ଦୁଇ ମୁଠା ମେଥି ପାଣିରେ ଭିଜାଇ ଦିଅନ୍ତୁ । ଓ ସକାଳେ ଏହାର ପେଷ୍ଟ୍ ପ୍ରସ୍ତୁତ କରି ଦିଅନ୍ତୁ ଆଉ ଏହି ପେଷ୍ଟକୁ ମୁଣ୍ଡରେ ଲଗାଇ ପାଖାପାଖି ୧ ଘଂଟା ରଖନ୍ତୁ ତାପରେ ସଫା କରିଦିଅନ୍ତୁ । ଏଭଳି କରିବାଦ୍ୱାରେ ରୁପି ଜନିତ ସମସ୍ୟା ସଂପୂର୍ଣ୍ଣ ଦୂରହୋଇଥାଏ ।

ଦହି

ରୁପି ଜନିତ ସମସ୍ୟାରୁ ରକ୍ଷା ପାଇବାକୁ ଦହି ଏକ ସହଜ ଓ ଉପକାରୀ ଜିନିଷ ହୋଇଥାଏ । ଏହାକୁ ସପ୍ତାହରେ ଦୁଇ ଥର କେଶ ବା ଖପୁରୀରେ ଭଲଭାବରେ ଲଗାଇବା ଉଚିତ । ଯଦି ଏହାକୁ ଆପଣ ନିୟମିତ ଭାବେ ବ୍ୟବହାର କରନ୍ତି ତେବେ ଆପଣ ରୁପି ଦାଉରୁ ମୁକ୍ତି ପାଇବା ସହ ଆପଣଙ୍କ କେଶ ଝଡିବା ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏଥିସହ କେଶ ମଧ୍ୟ ବଢିଥାଏ ।

କଂଚା କ୍ଷୀର

କଂଚା କ୍ଷୀରରେ ସାଧାରଣତଃ ଅନେକ ଉପକାରୀ ଗୁଣ ମିଶି କରିଥାଏ । ଏହା ବ୍ୟବହାର କରିବାଦ୍ୱାରା ଏଥିରେ ଥିବା ପୋଷଣ ଅଂଶ କେଶକୁ ମଜଭୁତ୍ କରିବା ସହ କେଶ ଜନିତ ବିଭିନ୍ନ ସମସ୍ୟାକୁ ଦୂର ମଧ୍ୟ କରିବାରେ ସହାୟକ ହୋଇଥାଏ । ତେବେ ଏହାକୁ ଆପଣ ରୁପି ସମସ୍ୟାରୁ ମୁକ୍ତି ପାଇଁ ମଧ୍ୟ ବ୍ୟବହାର କରିପାରିବେ । ଗାଧୋଇବାର କିଛି ସମୟ ପୂର୍ବରୁ ଆପଣଙ୍କ କେଶ ମୁତାବକ କଂଚା କ୍ଷୀରକୁ ମୁଣ୍ଡରେ ଭଲଭାବରେ ଲଗାଇଦିଅନ୍ତୁ । ଆଉ ପରେ ତାକୁ ସଫା କରିଦିଅନ୍ତୁ । ଦେଖିବେ ନିଶ୍ଚୟ ରୁପି ସମସ୍ୟାରୁ ଆପଣ ସବୁଦିନ ପାଇଁ ରକ୍ଷା ପାଇ ପାରିବେ ।