କେମିତି ନେବେ ସ୍ୱାସ୍ଥ୍ୟର ଯତ୍ନ ? ପୁରୁଷଙ୍କ ପାଇଁ କିିିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ

67

ବ୍ୟସ୍ତମୟ ଜୀବନରେ ସାଧାରଣତଃ ପୁରୁଷମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ଭଲଭାବରେ ନେଇ ପାରି ନଥାନ୍ତି । ଯେଉଁକାରଣରୁ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଆଜି ଆମେ ଏନେଇ କିିଛି ଗୁରୁତ୍ୱ ପୂର୍ଣ୍ଣ ଦିଗ ଉପରେ ଦୃଷ୍ଟି ଆକର୍ଷଣ କରିବୁ ଯାହାକୁ ନିଜ ଦୈନନ୍ଦିନ ଜୀବନରେ ବ୍ୟବହାର କରିବା ଦ୍ୱାରା ଏହିସବୁ ସମସ୍ୟାରୁ ରକ୍ଷା ପାଇପାରିବେ ।

• ଅତ୍ୟଧିକ ଜଙ୍କ ଫୁଡ୍ ସେବନ କରିବା ଦ୍ୱାରା ତାହା ପୁରୁଷଙ୍କ ଶୁକ୍ରାଣୁ ଉପରେ ପ୍ରଭାବ ପକାଇଥାଏ । ଯଦି ଆପଣ ଏହି ପ୍ରକାର ଖାଦ୍ୟର ଅଭ୍ୟସ୍ତ ହୋଇଯାଇଛନ୍ତି ତେବେ ତୁରନ୍ତ ସେଥିରୁ ନିବୃତ ରୁହନ୍ତୁ । ଏଥିପାଇଁ ଆପଣ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ଦୁଇଟି ଲେଖାଏଁ ପାଚିଲା କଦଳୀ ସାମିଲ କରିପାରିବେ । କାରଣ ଏହା ସାରା ଦିନ ଆପଣଙ୍କୁ ସତେଜ ରଖିବା ସହ କାମ କରିବାକୁ ଶକ୍ତି ଯୋଗାଇ ଥାଏ ।

• ବିନା ଯୋଗ ବା ବ୍ୟାୟାମ ଆଦିରୁ ଦୂରେଇ ରହି ଯଦି ଆପଣ ସ୍ୱସ୍ଥ୍ୟ ରହିପାରିବେ ବୋଲି ଚିନ୍ତାକରୁଛନ୍ତି ତେବେ ଏହାଠୁ ବଡ ମୁର୍ଖତା ଭଳି କୌଣସି ବିଷୟ ନାହିଁ । କାରଣ ଯୋଗଭ୍ୟାସ ଦ୍ୱାରା ହିଁ ଆପଣ ଆପଣଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିପାରିବେ । ଏଥିପାଇଁ ଯଦି ଆପଣ ନିଜକୁ ସବୁଦିନ ପାଇଁ ସୁସ୍ଥ୍ୟ ରଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଦୈନନ୍ଦିନ ଜୀବନରେ ଏହାକୁ ସାମିଲ କରନ୍ତୁ ।

• ସୋଡା,କଫି ଓ ଚିପ୍ସ ଇତ୍ୟାଦିକୁ ବହୁତ କମ ମାତ୍ରାରେ ସେବନ କରିବା ଉଚିତ । କାରଣ ଏହାକୁ ଅତିମାତ୍ରାରେ ସେବନ କରିବା ଦ୍ୱାରା ଏହା ଆପଣଙ୍କ ପାଇଁ ଭବିଷ୍ୟତରେ ଏକ ବଡ ସମସ୍ୟା ସୃଷ୍ଟି କରିପାରେ ।

• ଲ୍ୟାପଟପ୍ ଆଦି ବ୍ୟବହାର କରୁଥିଲେ ଏହାକୁ ସାଧାରଣତଃ ଜଂଘ ଉପରେ ରଖି କାମ କରିବା ଆଦୌ ଉଚିତ ନୁହେଁ । କାରଣ ଏହାର ପ୍ରଭାବ ସିଧାସଳଖ ପୁରୁଷଙ୍କ ଯୌନ କ୍ଷମତା ଉପରେ ପଡିଥାଏ । ଏହା ଦ୍ୱାରା ନପୁଂସକ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି ।

ଏହାଛଡା ଖାଦ୍ୟପେୟରେ ମଧ୍ୟ ଦୃଷ୍ଟି ଦେବା ଜରୁରୀ ଅଟେ । ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ କ୍ଷୀର । ତେବେ କ୍ଷୀରରେ ଥିବା ପୋଷଣ ପୁରୁଷଙ୍କ ଶରୀରକୁ ଅଧିକ ମାତ୍ରାରେ ଶକ୍ତି ଯୋଗାଇ ଥାଏ ।

• କ୍ଷୀରରେ ଥିବା ଫ୍ୟାଟ୍ ଓ ପୋଷଣ ବିଶେଷ କରି ପୁରୁଷମାନଙ୍କ ହର୍ମୋନ୍ସକୁ ଅଧିକ କ୍ରିୟାଶୀଳ କରିଥାଏ ।

• କ୍ଷୀରରେ ଥିବା କ୍ୟାଲସିୟମ, ସୋଡିୟମ ଓ ପଟାସିୟମ ଭଳି ପୋଷଣ ଶରୀରରୁ ଶକ୍ତି ଯୋଗାଇ ଦେବା ସହ ସତେଜ ମଧ୍ୟ ରଖିଥାଏ ।

• କ୍ଷୀରରେ ଥିବା ପାଣି ଡାଇଜେଷ୍ଟିଭ ଟ୍ରାକ୍ଟକୁ ସଫା କରି ବିଭିନ୍ନ ସ୍ପାଇସି ଫୁଡକୁ ହଜମ କରିବାରେ ସହାୟକ ହୋଇଥାଏ ।

• ବିଶେଷ କରି ପୁରୁଷଙ୍କଠାରେ ହଜମ ଜନିତ ସମସ୍ୟା ବହୁ ପରିମାଣରେ ଦେଖାଯାଇଥାଏ । ତେଣୁ ଗାଜର ଖାଇବା ଦ୍ୱାରା ଏଭଳି ସମସ୍ୟାରୁ ରକ୍ଷା ପାଇହେବ । ତେବେ ଶରୀରରେ ପାଚନପ୍ରକ୍ରିୟା ସୁଚାରୁ ରୂପେ ଚଳାଇବା ପାଇଁ ହେଲେ ଦିନକୁ ଦୁଇ ଥର ଲେଖାଏଁ ଲାଲ ରଙ୍ଗର ଗାଜର ଖାଇବାକୁ ଚେଷ୍ଟା କରନ୍ତୁ । ଏହିଭଳି ନିୟମିତ ଭାବେ ସେବନ କରିବା ଦ୍ୱାରା ପେଟ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ ।