ଗୋଲାପୀ ଓଠ ଚାହୁଁଥିଲେ . . . .

407

ମୁହଁର ସୌନ୍ଦର୍ଯ୍ୟକୁ ଅଧିକ ଆକର୍ଷଣୀୟ କରିଥାଏ ଓଠ । ଅଧିକାଂଶ ସମୟରେ ମହିଳାମାନେ ନିଜ ଓଠ ଜନିତ ସମସ୍ୟାକୁ ନେଇ ଚିନ୍ତିତ ଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହି ସମସ୍ୟାରୁ କିପରି ମୁକ୍ତି ପାଇବେ ତାହା ନେଇ କିଛି ସରଳ ଓ ସହଜ ଉପାୟ ସଂପର୍କରେ ଅବଗତ କରାଇବୁ । ଯାହାକୁ ନିୟମିତ ଭାବରେ ବ୍ୟବହାର କଲେ ସବୁଦିନ ପାଇଁ ଏହି ସମସ୍ୟାରୁ ରକ୍ଷା ପାଇପାରିବେ ।

• ପାଂଚ ସାତ ବୁନ୍ଦା ଅଲିଭ୍ ତେଲରେ ଏକ ଚାମଚ ଚିନି ମିଶାଇ ସପ୍ତାହରେ ଥରେ ଓଠରେ ଲଗାନ୍ତୁ । ଅଧ ଘଂଟା ପରେ ଥଣ୍ଡା ପାଣିରେ ଧୋଇ ଏହା ଉପରେ ଲହୁଣୀ ଲଗାନ୍ତୁ । ଏହା ଦ୍ୱାରା ଓଠ ନରମ ରହିବା ସହ କଳା ପଡି ନଥାଏ ।

• ରାତିରେ ଶୋଇବା ପୂର୍ବରୁ ଓଠରେ ଲେମ୍ବୁ ରସ ଲଗାନ୍ତୁ । ଏଭଳି ରୂପେ ନିୟମିତ ଲଗାଇଲେ କିଛି ମାସରେ ଏହାଦ୍ୱାରା ସୁଫଳ ମିଳିଥାଏ ।

• ଫାଳେ ଲେମ୍ବୁରେ କିଛି ମାତ୍ରାରେ ଚିନି ମିଶାଇ ଓଠରେ ଘଷନ୍ତୁ । ଏହା ଦ୍ୱାରା ମୃତ କୋଷ ବାହାରିଯାଏ ଏବଂ କଳା ଦାଗ ଦୂର ହେବା ସହ ଓଠ ଫାଟିବା ଆଦି ସମସ୍ୟା ଦୂର ହୋଇଥାଏ ।

• କଳା କିମ୍ବା ଫିକା ପଡିଆସୁଥିବା ଓଠର ଉପଚାର ପାଇଁ ବିଟ୍ ରସ ଖୁବ୍ ଉପକାରୀ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ତାଜା ବିଟ୍ ରସ ଓଠରେ ଲଗାନ୍ତୁ ଏବଂ ସକାଳେ ଏହାକୁ ଧୋଇ ଦିଅନ୍ତୁ । ଏହାର ପ୍ରାକୃତିକ ଲାଲ ଉପାଦାନ ଓଠକୁ ମସୃଣ ଓ ଗୋଲାପୀ କରିଥାଏ ।

• ସମାନ ପରିମାଣର ବିଟ୍ ଓ ଗାଜର ରସ ମିଶାଇ ଓଠରେ ଲଗାନ୍ତୁ ଏବଂ ପନ୍ଦର ମିନିଟ୍ ପରେ ଏହାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ତେବେ ସପ୍ତାହକୁ ପାଖାପାଖି ୨-୩ ଥର ଏଭଳି କରିନ୍ତୁ ଏବଂ ଏହାର ଫରକ୍ ଦେଖନ୍ତୁ ।