ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଏ ନଡିଆ ! ଜାଣନ୍ତୁ କିପରି . . .

116

କ୍ୟାଲୋରୀ କାଉଂଟର ଭାବରେ ନଡିଆକୁ ସାଧାରଣତଃ ବୁଝାଯାଏ । ସନ୍ତୁଳିତ ସ୍ୱାସ୍ଥ୍ୟ ପାଇଁ ନଡିଆକୁ ଅଧିକ ପସନ୍ଦ ମଧ୍ୟ କରନ୍ତି । କିନ୍ତୁ ଏହାକୁ ଆପଣଙ୍କ ଖାଦ୍ୟରେ ନିୟମିତ ଭାବରେ ବ୍ୟବହାର କରିବା ଜରୁରୀ । ପଇଡ,କୋକୋନେଟ୍ ଫ୍ଲେକ୍ ଏବଂ କୁକିଜ୍, କୋକୋନେଟ ଲାଟିସ୍ ଓ କୋକୋନୋଟ୍ ଆଇସକ୍ରିମ ଆଡକୁ ମଧ୍ୟ ସାମାନ୍ୟ ନଜର ଦିଅନ୍ତୁ । ତେବେ ଏହାର କାରଣ ସଂପର୍କରେ ଆସନ୍ତୁ ଜାଣିବା ।

• ନିକଟରେ ଏକ ପର୍ଯ୍ୟବେକ୍ଷଣରୁ ଜଣା ପଡିଛି ଯେ, ନଡିଆରେ ସାଧାରଣତଃ ଉପଲବ୍ଧ ଥିବା ପୋଷଣ ଅନ୍ୟ ଖାଦ୍ୟମାନଙ୍କରେ ଥିବା ପୋଷଣଠାରୁ ବହୁତ ଅଗଲା । ଏହା ମିଡିୟମ-ଚେନ-ଟ୍ରାଇଗ୍ଲିସେରାଇଡ ଫ୍ୟାଟ୍ । ଏହା ଶରୀରରେ ଖୁବ କମ ପରିମାଣରେ ରହିଥାଏ । ବ୍ଲଡ୍ ସୁଗାରର ସ୍ତର ବୃଦ୍ଧି ନକରି କର୍ବୋହାଇଡ୍ରେଟସ୍ ପରି ଏହା ଶରୀରକୁ ଅଧିକ ଶକ୍ତି ଦେଇଥାଏ । ରିପୋର୍ଟରେ ଆଉ ମଧ୍ୟ ଉଲ୍ଲେଖ ରହିଛି ଯେ, ନଡିଆ ଏମସିଟି ପୁରୁଷ ଓ କ୍ୟାଲୋରା ନଷ୍ଟ ବା କ୍ଷୟ କରିବାରେ ସହାୟକ ହେବା ସହ ଶରୀରରେ କମ୍ ମାତ୍ରାରେ ଫ୍ୟାଟ୍ ଜମା କରିଥାଏ ।

• ନଡିଆରେ ମାଇକ୍ରୋନ୍ୟୁଟ୍ରିଂଟ ବହୁ କମ ପରିମାଣରେ ରହିଥାଏ । ତେବେ ୧୦୦ ଗ୍ରାମ ନଡିଆରେ ୧୫ ଗ୍ରାମ କାର୍ବୋହାଇଡ୍ରେଟସ୍ ରହିଛି । ଏଣୁ ଆପଣଙ୍କ ଖାଦ୍ୟରୁ ଯଦି କାର୍ବୋହାଇଡ୍ରେଟସ୍ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ନଡିଆ ହିଁ ସେଥିପାଇଁ ଉପଯୁକ୍ତ ।

• ନଡିଆରେ କମ୍ ମାତ୍ରାରେ କାର୍ବୋହାଇଡ୍ରେଟସ୍ ରହିବା ସହ ଏମସିଟି ଫ୍ୟାଟ ବର୍ଣ୍ଣ କରୁଥିବା ଯୋଗୁ ତାହା କ୍ୟାଲୋରୀର ଏକ ଦଶମାଂଶ ନଡିଆରୁ ପୂରଣ କରିବା ଉଚିତ ।

ଖାଲିରେ ନଡିଆ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ ତାହା ନୁହେଁ ଏଥିରେ ଥିବା ରୋଗପ୍ରତିରୋଧକ ଶକ୍ତି ବିଭିନ୍ନ ରୋଗଜୀବାଣୁ ଦାୟରୁ ଶରୀରକୁ ରକ୍ଷା କରିଥାଏ । ତେବେ ଟିକେ ଧ୍ୟାନ ଦିଅନ୍ତୁ ।

• ନଡିଆକୁ ଯଦି ଜଣେ ଅମ୍ଳପିତ୍ତ ରୋଗୀ ସେବନ ତଥା ଏହାର ପାଣିକୁ ଖାଇସାରିବାର କିଛି ସମୟ ପରେ ପିଇବା ଅଭ୍ୟାସ କରନ୍ତୁ । ଏପରି କିଛି ଦିନ କରିବା ପରେ ଫଳ ଦେଖନ୍ତୁ ।

• ଦୃଷ୍ଟି ଶକ୍ତି ବଢାଇବା ପାଇଁ ମଧ୍ୟ ଆପଣ ନଡିଆ ପାଣିକୁ ବ୍ୟବହାର କରିପାରିବେ । ତେବେ ଚକ୍ଷୁ ଡୋଳା ଲାଲ ହୋଇ ଯାଇଥିଲେ । ଆଉ ସେଥିରୁ ପାଣି ଗଡୁଥିଲେ କିମ୍ବା ମୁଣ୍ଡ ବିନ୍ଧୁଥିଲେ ପଇଡ ପାଣିରେ ଆଖି ଧୋଇଲେ ଏହି ସମସ୍ୟା ଦୂର ହୋଇଥାଏ ।

• ପାଟିରେ ଘା ହେଉଥିଲେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ । ତେବେ ଗରମ ଭାତରେ ନଡିଆ ରସ ମିଶାଇ କିଛି ଦିନ ଖାଇଲେ ଏହା ଭଲ ହୋଇଥାଏ ।

• ନଡିଆ ରସକୁ ଫାଟିଥିବା ଓଠରେ ଲଗାଇଲେ ଏହି ସମସ୍ୟା ଦୂର ହୋଇଥାଏ ।

• ମୁହଁରୁ ବିଭିନ୍ନ କଳା ଦାଗ ଲିଭାଇବା ପାଇଁ ମଧ୍ୟ ପଇଡ ପାଣିକୁ ବ୍ୟବହାର କରିପାରିବେ । ପ୍ରତିଦିନ ସକାଳୁ ଉଠି ପଇଡ ପାଣିରେ ମୁହଁ ଧୋଇବା ଦ୍ୱାରା କଳା ଦାଗ ହଟିଥାଏ । ଏଥିସହ ଏକ ସୁନ୍ଦର ଓ ଆକର୍ଷଣୀୟ ତ୍ୱଚା ଆଣିଥାଏ ।