ସିଗରେଟ ପିଇବା ଦ୍ୱାରା ଯୌନ କ୍ଷମତା କମିଯାଏ ! ଏ ଅଭ୍ୟାସ ନପୁଂସକ କରିପାରେ

99

Sexual-Performance-Problemsଧୂମ୍ରପାନ ଦ୍ୱାରା ଖାଲି ଯେ ଶ୍ୱାସ ପ୍ରଶ୍ୱାସରେ ପ୍ରଭାବ ପଡେ ତାନୁହେଁ । ଏହା ଦ୍ୱାରା ହୃଦ୍ ରୋଗ ଓ ରକ୍ତଚାପ ଆଦି ସମସ୍ୟା ଦେଖାଦେଇଥାଏ । ଏହା ସହ ପୁରୁଷର ଯୌନ କ୍ଷମତା ଉପରେ ଖୁବ୍ ପ୍ରଭାବ ପକାଇଥାଏ ।

ଏକ ଅଧ୍ୟୟନରୁ ଜଣାପଡିଛି ଯେଉଁ ଲୋକ ଦିନକୁ ୨୦ଟି ସିଗରେଟ ପିଇଥାନ୍ତି ,ତାଙ୍କର ପୈାରୁଷତ୍ୱରେ ୪୦% ଯାଏ କମ୍ ହେବାର ସମ୍ଭାବନା ଥାଏ । ଏହି ସୂଚନା ଇଣ୍ଡିଅନ ମେଡିକାଲ ଏସୋସିଏସନର ମନୋନେୀତ ଡାଃ. କେ.କେ ଅଗ୍ରୱାଲ ଦେଇଛନ୍ତି । ଏମାନେ କହିଛନ୍ତି  ଧୂଆ ଥିବା ନିକୋଟିନ୍ ଶରୀରର ବିଭିନ୍ନ ଅଙ୍ଗକୁ ଶୁଖାଇଦେଇଥାଏ ।

ଟବାକୋ କଣ୍ଟ୍ରୋଲ୍’ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ଧୂମ୍ରପାନ କରୁଥିବା ୧୬-୫୯ ବର୍ଷୀୟ ପୁରୁଷଙ୍କ ପାଇଁ ଏହା ବେଶୀ କ୍ଷତିକାରକ ହୋଇଥାଏ । ଧୂମ୍ରପାନ ଛଡା ମୋଟାପା ,ବେଶି ମଦ୍ୟପାନ ଓ ଭାଏଗ୍ରା ଔଷଧର ଦୁରୁପଯୋଗ  ପୁରୁଷଙ୍କ ଯୌନ କ୍ଷମତା ଉପରେ ପ୍ରଭାବ ପକାଇଥାଏ ।