ନିଦ ଆସୁ ନାହିଁ କି ? ତେବେ ଆପଣାନ୍ତୁ ଏହି ସହଜ ତରିକା

83

ଅଧିକାଂଶ ଲୋକମାନେ ରାତିରେ ଭଲ ଭାବରେ ଶୋଇ ପାରନ୍ତି ନାହିଁ । ଯାହା ଫଳରେ ରାତିର ନିଦ ଖରାପ ହୋଇଥାଏ । ଏହାଦ୍ୱାରା ଆପଣମାନେ ଚିନ୍ତାରେ ବି ପଡିଥାନ୍ତି । ତେବେ ଅଧିକ ଶୋଇବା ବି ସ୍ୱାସ୍ଥ୍ୟ ପକ୍ଷେ ଠିକ୍ ହୋଇନଥାଏ । ସବୁ ଜିନିଷ ଭଳି ନିଦର ବି ଏକ ନିର୍ଦ୍ଦିଷ୍ଟ ଟାଇମଟେବୁଲ ରହିଥାଏ । ଯଦି ଏଥିରେ ତିଳେମାତ୍ର ବ୍ୟତିକ୍ରମ ହୁଏ ତେବେ ଏହାର ସିଧା ପ୍ରଭାବ ସ୍ୱାସ୍ଥ୍ୟ ଉପରେ ହିଁ ପଡିଥାଏ । ତେଣୁ ଏଥିପ୍ରତି ଧ୍ୟାନ ଦେବା ଜରୁରୀ ଅଟେ । ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ କିଛି ଏଭଳି ପ୍ରାଣାୟମ ସଂପର୍କରେ ଜଣାଇବାକୁ ଯାଉଛୁ ଯାହାକୁ ଆପଣ ନିଜ ଜୀବନରେ ପ୍ରୟୋଗ କଲେ ନିଶ୍ଚୟ ସୁଫଳ ମିଳିବ । ତେବେ ଆସନ୍ତୁ ଜାଣିବା ।

ବାଳାସନ ଏବଂ ଶିଥିଳାସନ

ସାଧାରଣତଃ ଛୋଟ ପିଲାଙ୍କ ଶୋଇବା ଭଳି ଏହି ଆସନଟିକୁ କରାଯାଇଥାଏ । ଏହି ଆସନଟି ଖୁବ୍ ସହଜ ଅଟେ । ଅଧିକ କ୍ଳାନ୍ତ, ପେଟ ଭାରି ଭାରି ଲାଗିବା, ମୁଣ୍ଡବ୍ୟଥା ଏବଂ କମ୍ ନିଦ ଆସୁଥିବା ସମସ୍ୟା ଥିଲେ ଆପଣ ଏହି ଆସନଟିକୁ ଆପଣାଇ ପାରିବେ । ଏଥିପାଇଁ ସର୍ବ ପ୍ରଥମେ ଚଟାଣ ବିଛାଇ ତଳେ ଶୁଅନ୍ତୁ । ଏହାପରେ ଦୁଇ ହାତ ଆଗକୁ କରନ୍ତୁ । ଏବଂ ମୁଣ୍ଡ ଉପରେ ହାତ ରଖନ୍ତୁ । ବାମ ଗୋଡକୁ ମୋଡି ସହିତ ଡାହାଣ ହାତକୁ ଆଗକୁ କରନ୍ତୁ । ତା’ପରେ ବାମ ହାତକୁ ସିଧା ରଖନ୍ତୁ ଏବଂ ତା’ ସହିତ ଡାହାଣ ଗୋଡକୁ ସିଧା ରଖନ୍ତୁ । ବାମ ଗୋଡ ଆଣ୍ଠୁ ପର୍ଯ୍ୟନ୍ତ ମୋଡନ୍ତୁ । ଏହା ପରେ ଲମ୍ବା ନିଶ୍ୱାସ ନିଅନ୍ତୁ । ଯେପରି ଗୋଟିଏ ଛୋଟପିଲା ଶୋଇଲା ବେଳେ ନିଶ୍ୱାସ ନେଇଥାଏ । ଏହା ପରେ ଧୀରେ ଧୀରେ ନିଶ୍ୱାସ ଛାଡନ୍ତୁ । ଏଭଳି କରିବା ପରେ ଦେଖିବେ ଆପଣଙ୍କୁ ନିଶ୍ଚୟ ନିଦ ଆସିବ ଏବଂ ଶରୀର ମଧ୍ୟ ସୁସ୍ଥ୍ୟ ଲାଗିବ ।

ଶବାସନ

ଏହି ଆସନଟି ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଅଟେ । ଏହାଦ୍ୱାରା ଆପଣ ମାନସିକ ରୋଗ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିପାଇଁ ପ୍ରଥମେ ଆପଣ ଚଟାଣ ଉପରେ ଶୁଅନ୍ତୁ । ହାତକୁ ସିଧା କରି ଆଣଣ୍ଠୁ ପାଖରେ ରଖନ୍ତୁ ଓ ଦୁଇ ଗୋଡ଼କୁ ଦୂରେଇ ରଖନ୍ତୁ । ପାଖାପାଖି ଏକ ଫୁଟ୍ ଦୂରେଇ ରଖନ୍ତୁ । ବେକକୁ ଡାହଣ କିମ୍ବା ବାମ ପାଶ୍ୱ କରି ମୁଣ୍ଡ ଉପରକୁ କରନ୍ତୁ । ତାହା ପରେ ଶରୀରର ଏକ ଅଙ୍ଗକୁ ଚଳ ପ୍ରଚଳ କରନ୍ତୁ । ନିଶ୍ୱାସକୁ ଠିକ୍ ଭାବରେ ନିଅନ୍ତୁ । ଏଭଳି ସ୍ଥିତିରେ ଆପଣ ଯେତେ ସମୟ ରହି ପାରିବେ । ସେହି ସମୟରେ କିଛି ଚିନ୍ତା କରନ୍ତୁ ନାହିଁ ଏବଂ କାହା ସହିତ କଥା ବି ହୁଅନ୍ତୁ ନାହିଁ । ଦେଖିବେ ଆପଣଙ୍କୁ ନିଦ ଧୀରେ ଧୀରେ ଆସିଯିବ ।

ମକାରସନ

ଚଟାଣରେ ପେଟକୁ ତଳ କରି ଶୁଅନ୍ତୁ । ଗୋଡକୁ ସିଧା ରଖନ୍ତୁ । ଗୋଡର ପାଦକୁ ପାଖାପାଖି ରଖନ୍ତୁ । ହାତକୁ ଖୋଲା ରଖନ୍ତୁ । ତାହା ପରେ ଲମ୍ବା ନିଶ୍ୱାସ ନିଅନ୍ତୁ ଏବଂ ଧୀରେ ଧୀରେ ନିଶା୍ୱସକୁ ଛାଡନ୍ତୁ । ଏଭଳି ଭାବରେ ଆପଣ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ରୁହନ୍ତୁ । ଏହା ପରେ ଆପଣଙ୍କୁ ଧୀରେ ଧୀରେ ନିଦ ଆସିବ । ଯାହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହ ମନ ଭଲ ରହିବ ।