ସେଲ୍ଫି ପାଇଁ ଆଗ୍ରହୀ ଅଟନ୍ତି କି ! ଟିକେ ରହିଯାଆନ୍ତୁ,କାରଣ ସୋସିଆଲ ମିଡିଆରେ ଅନେକ ଲୋକ ଏହାକୁ କରନ୍ତି ନାହିଁ ପସନ୍ଦ

46

ସାଧରଣତଃ କହିବାକୁ ଗଲେ ବର୍ତ୍ତମାନ ସେଲ୍ଫି ନେବା ଲୋକମାନଙ୍କ ପାଇଁ ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଗଲାଣି । ଯେଉଁଠି ଦେଖିଲେ ସେଇଠି ସେଲ୍ଫି, ଯିଏ ପାରିଲା ସିଏ ନେଲା ସେଲ୍ଫି । ତେବେ ମୋଟ ଉପରେ କହିବାକୁ ଗଲେ ସବୁ ସେଲ୍ଫି ମାୟାରେ ବାୟା । ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେଲ୍ଫି ନେବା ଓ ଆଉ ତାକୁ ବିଭିନ୍ନ ସୋସିଆଲ ମିଡିଆରେ ଛାଡିବା ଆଦିକୁ ଅଧିକାଂଶ ଲୋକ ପସନ୍ଦ କରି ନଥାନ୍ତି । ଏକଥା ଆମେ କହୁନାହୁଁ । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ସାମ୍ନାକୁ ଆସିଛି ।

ପ୍ରକୃତ ଘଟଣାଟି ହେଲା ,ଜର୍ମାନୀର ଏଲଏମ ୟୁନିଭରସିଟିର ଗବେଷକମାନେ ଲୋକମାନଙ୍କ ସେଲ୍ଫି ନେବା ଓ ତାକୁ ଦେଖିବାର ଲୋକଙ୍କ ତରିକା ଏବଂ ନିଷ୍ପତିକୁ ଜାଣିବା ପାଇଁ ଏକ ଅନଲାଇନ ସର୍ବେକ୍ଷଣ କରିଥିଲେ । ଆଉ ଯେଉଁଥିରେ ବିଭିନ୍ନ ଦେଶର ପାଖାପାଖି ୨୩୮ ଜଣ ଲୋକଙ୍କୁ ସାମିଲ କରିଥିଲେ । ତେବେ ଏହି ପର୍ଯ୍ୟବେକ୍ଷଣରୁ ସେମାନେ ଜାଣିବାକୁ ପାଇଥିଲେ କି ଏମାନଙ୍କ ମଧ୍ୟରୁ ପାଖାପାଖି ୭୭ ପ୍ରତିଶତ ଲୋକ ନିୟମିତ ରୂପେ ସେଲ୍ଫି ନିଅନ୍ତି । ଆଉ ନିଜ ସେଲ୍ଫିକୁ ଅନ୍ୟମାନଙ୍କ ସହ ତୁଳନା କରିଥାନ୍ତି ।

ତେବେ ସବୁଠାରୁ ବଡ କଥା ହେଲା, ଏହି ୭୭ ପ୍ରତିଶତ ଲୋକ ନିୟମିତ ରୂପେ ସେଲ୍ଫି ନେବା ପରେ ମଧ୍ୟ ପ୍ରାୟତଃ ୬୨ରୁ ୬୭ ପ୍ରତିଶତ ଲୋକ ସେଲ୍ଫିର ସଂମ୍ଭାବିତ ନକରାତ୍ମକ ପରିଣାମଗୁଡିକ ପାଇଁ ନିଜର ସହମତି ପ୍ରକାଶ କରିଛନ୍ତି । ଆଉ ଯାହାକୁ ମଧ୍ୟ ପାଖାପାଖି ୮୨ ପ୍ରତିଶତ ଲୋକ ସମର୍ଥନ ଜଣାଇଛନ୍ତି । ଖାଲି ସେତିକି ନୁହେଁ ସେମାନେ ଆଉ ମଧ୍ୟ କହିଛନ୍ତି, ସେମାନେ ସୋସିଆଲ ମିଡିଆରେ ସେଲ୍ଫି ବଦଳରେ ଅନ୍ୟ ପ୍ରକାର ଫଟୋ ଦେଖିବାକୁ ଅଧିକ ପସନ୍ଦ କରିଥାନ୍ତି ।