ଚାକିରୀ ପାଇଁ ହଁ କରିବା ପୂର୍ବରୁ ମନେ ରଖନ୍ତୁ ଏହି ୭ଟି କଥା! ନଚେତ୍ ବିପଦରେ ପଡିପାରନ୍ତି ଆପଣ

77

ଚାକିରୀ କରିବା କୌଣସି ସହଜ କଥା ନୁହେଁ । ଆଉ ଏହି ଅବସ୍ଥାରେ କୌଣସି ବି ନୁଆ ଅଫରକୁ ହଁ କରିବା ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆପଣଙ୍କୁ ଧ୍ୟାନ ଦେବା ଜରୁରୀ ଅଟେ । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ ।

ଛୁଟି ବିଷୟରେ ଖୋଲାଖୋଲି କଥା ହୁଅନ୍ତୁ

ଆପଣ ଯେତେବେଳେ କୌଣସି ଚାକିରୀ ପାଇଁ ହଁ କରୁଛନ୍ତି ସେତେବେଳେ ଉକ୍ତ କଂପାନୀ ବା ସଂସ୍ଥାର ମୁଖ୍ୟ ବା ଆପଣଙ୍କ ମାଲିକଙ୍କ ସହ ଛୁଟି ବିଷୟରେ ଖୋଲାଖୋଲି ଭାବେ କଥା ହୁଅନ୍ତୁ । ଏଥିସହ କଂପାନୀ ପଲିସିଦ୍ୱାରା ଛୁଟି ନେଇ କର୍ମଚାରୀଙ୍କ ପାଇଁ କେଉଁ ପ୍ରକାର ଫାଇଦା ରହିଛି ଏବଂ ସାଲାରୀ ହାଇକଠାରୁ ଆରମ୍ଭ କରି ଛୁଟିଗୁଡିକର ସମସ୍ତ ହିସାବ କିତାବ ସଂପର୍କରେ କଂପାନୀ ସହିତ ଆଲୋଚନା କରନ୍ତୁ । ଯଦି ଏପରି ନକରନ୍ତି ତେବେ ଏହା ଆଗକୁ ଆପଣଙ୍କ ପାଇଁ ଅସୁବିଧା ହୋଇପାରେ ।

କାମ କରିବା ସମୟ

ଆପଣ କେଉଁ ସମୟରେ ଅଧିକ ଭଲ କାମ କରିପାରିବେ । ଦିନରେ ନାଁ ରାତିରେ । ଏଥିସହ ଆପଣଙ୍କ ଅଫିସ ଆସିବାର ସମୟସୀମା କଣ ରହିଛି ସେ ପ୍ରସଂଗରେ ମଧ୍ୟ କଂପାନୀ ସହ କଥା ହୁଅନ୍ତୁ । ଯାହାଦ୍ୱାରା କି ଆପଣଙ୍କୁ ପରବର୍ତ୍ତୀ ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ନହେବାକୁ ପଡିବ ।

ପଦନ୍ନୋତୀ

କୌଣସି ପୁରୁଣା ଚାକିରୀ ଛାଡି ନୁଆ ଚାକିରୀରେ ଜଏନ୍ କରିବା ସମୟରେ ଆପଣଙ୍କ ବିଭାଗ ତଥା ପଦନ୍ନୋତୀ ସଂପର୍କରେ କଂପାନୀ ସହିତ ସ୍ପଷ୍ଟ ହୋଇଯାଆନ୍ତୁ । ଯାହାଦ୍ୱାରା ଆପଣ ଆହୁରୀ ଭଲଭାବେ କାମ କରିପାରିବେ ।

ଅଫିସ ଖର୍ଚ୍ଚ

ଆପଣ ଅଫିସ୍ ଆସିବା ସମୟରେ କିମ୍ବା ଆପଣ ଅଫିସର କୌଣସି କାମରେ ବାହାରକୁ ଯାଉଛନ୍ତି ତେବେ ଏହାର ଖର୍ଚ୍ଚ କିଏ ବହନ କରିବ, ଏନେଇ ମଧ୍ୟ କଂପାନୀ ସହ କଥାବାର୍ତ୍ତା ହୋଇଯାଆନ୍ତୁ । ନଚେତ୍ ଅଫିସ କାମ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଆପଣଙ୍କ ପକେଟରୁ ଯାଇପାରେ ।

ନୋଟିସ ବା ସେଟେଲମେଂଟ

ଯଦି ଆପଣ ପ୍ରଥମ ଥର ପାଇଁ କୌଣସି ଚାକିରୀରେ ଜଏନ୍ କରୁଛନ୍ତି ତେବେ ସବୁକିଛି ଶିଖି ଯିବେ । କିନ୍ତୁ ଯଦି ଆପଣଙ୍କ ପୂର୍ବରୁ ଅଭିଜ୍ଞତା ରହିଛି ତେବେ ଅଫର ଲେଟରରେ ନୋଟିସ ପିରିୟଡ ଉପରେ ଧ୍ୟାନ ଦେବା ଜରୁରୀ ଅଟେ । କଂପାନୀ ସହିତ କରିଥିବା ଚୁକ୍ତି କେବେ ସରିପାରେ ତେବେ ଏହା ଆପଣଙ୍କ ପାଇଁ ଅସୁବିଧା ହୋଇପାରେ ମାତ୍ର ସବୁବେଳେ ଗୋଟିଏ କଥା ମନେ ରଖନ୍ତୁ କି କଂପାନୀକୁ ଆପଣ ଛାଡିବାରେ ଅଛି ଆଉ ଏଥିପାଇଁ ଆପଣଙ୍କୁ ତାଙ୍କୁ ନୋଟିସ୍ ଦେବାରେ ଅଛି । ଏଥିପାଇଁ କିଛି ସପ୍ତାହ ଆପଣଙ୍କୁ ଦିଆଯିବ କି କାରଣ ଏହି ସମୟରେ ଆପଣ ଆରାମରେ ଅନ୍ୟ କୌଣସି ଚାକିରୀ ଖୋଜି ପାରିବେ ।

ଅଫିସ

ନୁଆ ଚାକିରୀରେ ଜଏନ କରିବା ପୂର୍ବରୁ ଦେଖନ୍ତୁ କି ଆପଣଙ୍କୁ କେଉଁ ଅଫିସରେ ବସିବାକୁ ପଡିବ । ଏମିତି ବି ହୋଇଥାଏ କି ଆପଣ ଭୁବନେଶ୍ୱର ଅଫିସ ପାଇଁ ଆବେଦନ କରିଥିବେ କିନ୍ତୁ ଆପଣଙ୍କୁ କେଉଁ ଅନ୍ୟ ସ୍ଥାନକୁ ପଠାଯାଉଥିବ । ତେବେ ଏଥିପାଇଁ ଅଫିସ୍ ପ୍ଲେସ ସଂପର୍କରେ ପୂର୍ବରୁ ହିଁ ସ୍ପଷ୍ଟ ହୋଇଯିବା ଉଚିତ ।

ଟ୍ରେନିଂ

ଅଫିସ ଲେଟରରେ ସାଇନ କରିବା ପୂର୍ବରୁ ଏକଥା ଉପରେ ନିଶ୍ଚୟ ସ୍ପଷ୍ଟ ହୋଇଯାଆନ୍ତୁ କି ନୁଆଭାବେ ଟ୍ରେନିଂ କିମ୍ବା ଟ୍ୟୁସନ ପାଇଁ ହେଉଥିବା ଖର୍ଚ୍ଚକୁ କଂପାନୀ ଉଠାଇବ କି । ନଚେତ୍ ଏହା ଆପଣଙ୍କ ପାଇଁ କ୍ଷତି ହୋଇପାରେ । ଅର୍ଥାତ୍ ଏଥିପାଇଁ ଆପଣଙ୍କ ସାଲେରୀରୁ ମଧ୍ୟ ଟଙ୍କା କଟି ପାରେ ।