ଫେସବୁକରେ ଫଟୋ ପୋଷ୍ଟ କରିବା ଦ୍ୱାରା ନଷ୍ଟ ହୁଏ ଆତ୍ମ ସମ୍ମାନ : ଅଧ୍ୟୟନ

44

ବର୍ତ୍ତମାନ ସମୟରେ ସେଲ୍ଫିକୁ ଫେସବୁକ୍ ଆଦି ସୋସିଆଲ ମିଡିଆରେ ପୋଷ୍ଟ କରିବା ଏବଂ ସେଗୁଡିକୁ ଦେଖିବାର ଟ୍ରେଣ୍ଡ୍ ଦିନକୁ ଦିନ ବଢିବାରେ ଲାଗିଛି । ଯଦିଓ ଏହାଦ୍ୱାରା ମନୋବୈଜ୍ଞାନିକ ରୂପରେ ନକରାତ୍ମକ ପ୍ରଭାବ ପଡିଥାଏ ।

ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଏକଥା ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ଫେସବୁକରେ ସେଲ୍ଫିକୁ ବାରମ୍ବାର ପୋଷ୍ଟ କରିବାଦ୍ୱାରା ନିଜର ଆତ୍ମ ସମ୍ମାନ ନଷ୍ଟ ହୋଇଥାଏ । ଖାଲି ସେତିକି ନୁହେଁ ଏହାଦ୍ୱାରା ଜୀବନକୁ ନେଇ ଆତ୍ମସନ୍ତୋଷ ମଧ୍ୟ ହ୍ରାସ ପାଇଥାଏ ।

ଯେତେବେଳେ ଲୋକେ ଫେସବୁକରେ ନିଜର ଏବଂ ଅନ୍ୟମାନଙ୍କ ଫଟୋ ଦେଖିଥାନ୍ତି । ସେତେବେଳେ ସେ ନିଜ ଫଟୋକୁ ଅନ୍ୟମାନଙ୍କ ଫଟୋ ସହ ତୁଳନା କରିଥାନ୍ତି । ଯଦି ଫଟୋଟି ଭଲ ଲାଗିଲା ତ ଭଲ କଥା ନଚେତ୍ ମନକୁ କଷ୍ଟ ଦେଇଥାଏ । ଏହାସହ ଆପଣ ଅପଲୋଡ କରିଥିବା ଫଟୋଟିକୁ ଯଦି କେହି ନକରାତ୍ମକ କମେଂଟ କରିଦିଏ ତେବେ କଥା ସରିଲା । ସେଗୁଡିକ ଭିତରେ ଭିତରେ ଜଣେ ବ୍ୟକ୍ତିକୁ ମାରି ଦିଏ । ଯାହାକୁ ନେଇ ଉକ୍ତ ବ୍ୟକ୍ତି ଜଣକ ମଧ୍ୟ ମାନସିକ ବିଷାଦକୁ ଠେଲି ହୋଇଯାଇଥାଏ ବୋଲି ଅଧ୍ୟୟନରୁ ଜଣା ପଡିଛି ।