ସାବଧାନ୍ ! ସେଲ୍ଫି ଦ୍ୱାରା ଆପଣ କମ୍ ବୟସରୁ ହୋଇପାରନ୍ତି ବାର୍ଦ୍ଧକ୍ୟର ଶିକାର

59

ବର୍ତ୍ତମାନ ସମୟରେ ସେଲ୍ଫିକୁ ନେଇ ଚାରିଆଡେ ଚର୍ଚ୍ଚା । ଯେଉଁଠି ଦେଖିବ ଆଉ ଯାହାକୁ ଦେଖିବ ଖାଲି ସେଲ୍ଫି ମାୟାରେ ବାୟା । ଖାଲି ସେତିକି ନୁହେଁ ଏହାକୁ ନେଇ ପ୍ରତିଦିନ କିଛି ନା କିଛି ଖବର ମଧ୍ୟ ଆପଣ ଶୁଣିବାକୁ ପାଉଥିବେ । ତେବେ, ଯଦି ଆପଣ ସେଲ୍ଫି ଉଠାଇବା ପାଇଁ ପାଗଳ ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ଏହି ଅଭ୍ୟାସ ଆପଣଙ୍କ ଜୀବନ ପ୍ରତି ଅଧିକ କ୍ଷତିକାରକ । ଅର୍ଥାତ୍ ଏହାଦ୍ୱାରା ଆପଣ ବୟସ ପୂର୍ବରୁ ହିଁ ବୟସ୍କ ତଥା  ବୁଢା ଦେଖା ଯାଇପାରନ୍ତି । ତେବେ  କଥାଟା ହୁଏତ କିଛି ଲୋକଙ୍କୁ ଝଟକା ଲାଗିପାରେ ମାତ୍ର ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଲଣ୍ଡନର ଏକ ବିଶେଷଜ୍ଞ ଦଳ ।

ବିଶେଷଜ୍ଞଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି ଯେ, ବାରମ୍ବାର ସେଲ୍ଫି ନେବାଦ୍ୱାରା ତାହା ଚେହେରା ତଥା ମୁଖ ମଣ୍ଡଳରେ ପ୍ରଭାବ ପକାଇଥାଏ ଯେଉଁଥିପାଇଁ କି ମୁହଁର ଚର୍ମ ସାଧାରଣତଃ ସଙ୍କୁଚିତ ହେବାକୁ ଲାଗିଥାଏ । ଯାହାଫଳରେ ଆପଣ କମ୍ ବୟସରୁ ହିଁ ଅଧିକ ବୟସ୍କ ବା ବୟସ୍କା ଦେଖା ଯାଇପାରନ୍ତି ।
ଆପଣ ବ୍ୟବହାର କରୁଥିବା ମୋବାଇଲ ଫୋନ, ଲାପଟପ୍ ଓ ଟାବଲେଟ୍ ମଧ୍ୟରୁ  ସାଧାରଣତଃ ଏଚଇଭି ରଶ୍ମୀ ତଥା ହାଇ ଏନର୍ଜି ଭିଜିବୁଲ ଲାଇଟ୍ ନିର୍ଗତ ହୋଇ ଥାଏ, ଯାହା କି ୟୁବିଏ ଓ ୟୁବିଭି ଲାଇଟ୍ ଭଳି କ୍ଷତିକାରକ ହୋଇଥାଏ ।

ବିଶେଷଜ୍ଞଙ୍କ କହିବାନୁସାରେ, ୟୁବିଏ ଓ ୟୁବିଭି ଲାଇଟ୍ ଯୋଗୁଁ ମୁହଁର ଚର୍ମ ସଙ୍କୁଚିତ ହୋଇଯାଇଥାଏ ସେହିପରି ଏହି ଏଚଇଭି ଲାଇଟ୍ ମଧ୍ୟ ଚର୍ମ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଏଥିପାଇଁ ଯଦି ଆପଣ ଦିନକୁ ଅନେକ ଥର ସେଲ୍ଫି ନେଉଛନ୍ତି ତେବେ ଏହି କଥାକୁ ନିଶ୍ଚୟ ମନେ ରଖନ୍ତୁ ।