ସାବଧାନ୍ ! ସେକେଣ୍ଡହ୍ୟାଣ୍ଡ ଖେଳଣା ପିଲାଙ୍କ ପାଇଁ ହୋଇପାରେ କ୍ଷତିକାରକ

33

ଖେଳଣା ପ୍ରତ୍ୟେକ ଛୋଟ ପିଲାଙ୍କ ଜୀବନର ଏକ ଗରୁତ୍ୱପୂର୍ଣ୍ଣ ସାମଗ୍ରୀ । ଯାହା ସହିତ ଛୋଟ ପିଲାଙ୍କର ଏକ ସୁନ୍ଦର ସଂଯୋଗ ରହିଥାଏ । ବେଳେ ବେଳେ ଖେଳଣାକୁ ଦେଖିବାମାତ୍ରେ ବୟସ୍କ ବ୍ୟକ୍ତି ମାନଙ୍କର ମଧ୍ୟ ପିଲାଦିନ କଥା ମନେ ପଡ଼ିଯାଇଥାଏ । ତେବେ ଖେଳଣାକୁ ନେଇ ଏଭଳି କିଛି ଅଜଣା କଥା ରହିଛି ଯାହାକୁ ଜାଣିବା ଆପଣଙ୍କର ନିହାତି ଆବଶ୍ୟକ । କିନ୍ତୁ ଆଜିକାଲି ଖେଳଣାର ଦାମ ଆକାଶ ଛୁଆଁ ହୋଇଯାଇଛି । ସେଥିପାଇଁ କେତେକ ସମୟରେ ବଡ଼ ଭାଇ ଓ ଭଉଣୀର ଖେଳଣାକୁ ସାନ ଭାଇ ଓ ଭୁଉଣୀକୁ ଦିଆଯାଇଥାଏ । କିନ୍ତୁ ଏଭଳି ପଦକ୍ଷେପ ବିପଦଜ୍ଜନକ ହୋଇପାରେ । ବୈଜ୍ଞାନିକଙ୍କ କହିବା ଅନୁସାରେ ଏହା ସୁରକ୍ଷିତ ହୋଇନଥାଏ ।

ବ୍ରିଟେନର ୟୁନିଭର୍ସିଟି ଅଫ ପ୍ଲାଇମାଉଥର ଗବେଷକଙ୍କ କହିବା ଅନୁସାରେ, ନିକଟରେ ସେମାନେ ଘର ଏବଂ ନର୍ସରୀର ପାଖାପାଖି ୨୦୦ ଖେଳଣାକୁ ନେଇ ବିଶ୍ଲେଷଣ କରିଥିଲେ । ତେବେ ପିଲାମାନେ ବସ,କାର ଏବଂ ପଜଲ୍ସକୁ ଅଧିକାଂଶ ସମୟରେ କାମୁଡ଼ିଥାଆନ୍ତି । ଏହି ଖେଳଣାରେ ଆଂଟି ମନି, ବେରିୟମ, ବ୍ରୋମିନ,କ୍ୟାଡ଼ମିୟମ ଓ ଲେଡ ଭଳି କେତେକ ମାରାତ୍ମକ ତତ୍ତ୍ୱ ରହିଥାଏ । ଯାହାକି ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ ।

ବୈଜ୍ଞାନିକମାନେ ଏକ କୃତ୍ରିିମ ପୋଷା ଜନ୍ତୁ ତିଆରି କରିଥିଲେ ଯାହା ଉପରେ ହାଇଡ୍ରେକ୍ଲୋରିକ ଏସିଡର ବ୍ୟବହାର କରିଥିଲେ । ପାଚନ କ୍ରିୟା ଦ୍ୱାରା ଏଚସିଏଲ ପ୍ରୋଟିନକୁ ଭାଙ୍ଗିବାର କାର୍ଯ୍ୟ କରିଥାଏ । ଏଚସିଏଲ ସଂପର୍କରେ ଆସିବା ମାତ୍ରେ ହିଁ ଖେଳଣାରୁ ପ୍ରବଳ ମାତ୍ରାରେ ବ୍ରୋମିୟମ, କ୍ୟାଡ଼ମିୟମ ଏବଂ ଲେଡ ଭଳି ତତ୍ତ୍ୱ ବାହାରିଥାଏ । ଯାହାକି ପିଲାଙ୍କ ସ୍ୱାସ୍ଥ୍ୟପ୍ରତି ବିପଦଜ୍ଜନକ ଅଟେ ।