ୠତୁର ପରିବର୍ତ୍ତନ ଯୋଗୁଁ ନୁହେଁ ବରଂ ଏହି କାରଣରୁ ଧରିଥାଏ ଥଣ୍ଡା ? ଜାଣନ୍ତୁ ଏହାର ୩ଟି ପ୍ରମୁଖ କାରଣ…

ଯଦି ହାତକୁ ଭଲ ଭାବେ ନ ଧୁଅନ୍ତି,ତେବେ ଦେହରେ ଥଣ୍ଡା ଧରିପାରେ

415

ଆମ ଭିତରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ବର୍ଷକର ୧୦ ମାସ ଥଣ୍ଡାରେ ପୀଡିତ ହୋଇଥାନ୍ତି। ଯଦି ଆପଣ ଭାବୁଥିବେ ଯେ ଋତୁର ପରିବର୍ତ୍ତନ ହେତୁ ଏମିତି ଘଟୁଛି,ତେବେ ତାହା ଭୁଲ୍‌। ଆସନ୍ତୁ ଜାଣିବା ଏଭଳି ଘଟିବା ପଛର ପ୍ରକୃତ କାରଣ

ପ୍ରଥମ କାରଣ ହେଲା ହାତ ନ ଧୋଇବା। ଖାଇବା ପୂର୍ବରୁ,ପରେ,ଟଏଲେଟ୍‌ ଯିବା ପରେ, ଯଦି ହାତକୁ ଭଲ ଭାବେ ନ ଧୁଅନ୍ତି,ତେବେ ଦେହରେ ଥଣ୍ଡା ଧରିପାରେ।

ଯେଉଁମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ,ସେମାନେ ଶୀଘ୍ର ଥଣ୍ଡାର ଶିକାର ହୋଇପାରନ୍ତି। ଯଦି ଆପଣଙ୍କ ଶରୀରରେ ଜଳର ମାତ୍ରା ଠିକ୍‌ ନଥାଏ,ତେବେ ବି ଆପଣ ସହଜରେ ଥଣ୍ଡା ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ରହିଛି।

ଯଦି କୌଣସି ସାମଗ୍ରୀ ପ୍ରତି ଆପଣଙ୍କର ଆଲର୍ଜି ରହିଛି,ଏବଂ ତା’ର ଉପଯୋଗ ବି ଆପଣ କରୁଛନ୍ତି,ତେବେ ଥଣ୍ଡା ହେବାର ଆଶଙ୍କା ବଢିଯାଏ। ଏସବୁ କାରଣ ଯୋଗୁଁ ବି ଥଣ୍ଡା ଧରିଥାଏ। ଯଦି ଏହି ସମସ୍ୟା ସାତ ଦିନ ଭିତରେ ଠିକ୍‌ ହୋଇ ନଥାଏ,ତେବେ ଏହାର ତୁରନ୍ତ ଚିକିତ୍ସା କରିବା ଆବଶ୍ୟକ।