କେମିତି କରିବେ ଯୁବତୀଙ୍କୁ ଆକର୍ଷିତ! ଜାଣନ୍ତୁ କିଛି ଟିପ୍ସ

314

ଯଦି ଆପଣ ଭାବୁ ଥାଆନ୍ତି ଯୁବତୀଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ସୁନ୍ଦର ଚେହେଁରା ସାଙ୍ଗକୁ ଷ୍ଟାଇଲିଷ୍ଟ ଦେଖାଯିବା ଦରକାର, ତେବେ ଏହା ଭୂଲ! କାରଣ ଯୁବତୀମାନଙ୍କୁ ଆକର୍ଷିତ କରିବାକୁ ହେଲେ ଆପଣଙ୍କୁ କିଛି ପରିଶ୍ରମ କରିବାକୁ ପଡିବ । ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି ଆଉ ତାଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କେତୋଟି କଥା ଉପରେ ନିଶ୍ଚୟ ଧ୍ୟାନ ଦେବାକୁ ପଡିବ ।

• ଆପଣ ପସନ୍ଦ କରୁଥିବା ଝିଅଟିକୁ ଯେତେବେଳେ ଦେଖା କରିବାକୁ ଯାଉଛନ୍ତି ତେବେ ନିଶ୍ଚୟ ଭାବରେ ଆପଣ ଏକ ଭଲ ବ୍ରାଣ୍ଡର ଡିଓ ସହ ଷ୍ଟାଇଲିଷ୍ଟ ପୋଷାକ ପିନ୍ଧି ଯାଆନ୍ତୁ ଦେଖିବେ ତାଙ୍କର ନଜର ଆପଣଙ୍କ ଉପରେ ରହିବ ।

• କୁହାଯାଏ, ‘ଯେଉଁ କଥା ଓଠ କହିପାରେ ନାହିଁ ସେ କଥା ଆଖି ସହଜରେ କହି ଦିଏ’ । ଯେତେବେଳେ ଆପଣ ତାଙ୍କୁ ଦେଖା କରିବାକୁ ଯାଉଛନ୍ତି ତେବେ ମନେ ରଖିଲେ ଆପଣଙ୍କର ତାଙ୍କ ସହ ଯାହା ବି ବାର୍ତ୍ତାଳପ ହେବ ଆପଣ ତାଙ୍କ ଆଖିରେ ଆଖି ମିଶାଇ କଥା ହେବାକୁ ଚେଷ୍ଟା କରିବେ । ଏହା କରିବା ଦ୍ୱାରା ଆପଣଙ୍କ ବାନ୍ଧବୀଙ୍କ ନଜର ଆପଣଙ୍କ ଉପରେ ରହିବ ଆଉ ତାଙ୍କ ପ୍ରତି ଆପଣ ଅନୁଭବ କରୁ ଥିବା ପ୍ରେମକୁ ସେ କିଛି ମାତ୍ରାରେ ବୁଝିପାରବେ ।

• ଯେତେବେଳେ ଆପଣଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବାର୍ତ୍ତାଳପ ହେଉଛି ସେତେବେଳେ ଆପଣ ତାଙ୍କ କଥାର ମଝିରେ ମଝିରେ ସ୍ମିତ ହାସ୍ୟ ଦେବାକୁ ଚେଷ୍ଟା କରିବା ସହ କିଛି କଥାବର୍ତ୍ତା କରିବା ଉଚିତ । ଏହା କରିବା ଦ୍ୱାରା ସେ ଆପଣଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି । ଆଉ ସହଜରେ ତାଙ୍କ ପ୍ରତି ଥିବା ଆପଣଙ୍କ ଭଲ ପାଇବାର ଇସାରା ଆପଣ ଦେଇପାରିବେ ।

• ମନେ ରଖନ୍ତୁ, ଯେତେବେଳେ ଆପଣ ତାଙ୍କ ସହ କୌଣସି ବିଷୟରେ କଥା ହେଉଛନ୍ତି ତେବେ, ଆପଣ ମୁଁ, ମୋର କହିବା ପରିବର୍ତ୍ତେ ଆମର ଶଦ୍ଧକୁ ବ୍ୟବହାର କରନ୍ତୁ । ଏହା କହିବା ଦ୍ୱାରା ସେ ଆପଣଙ୍କ କଥା ଉପରେ ଧ୍ୟାନ ଦେବେ । ଯାହା ଦ୍ୱାରା ହୁଏତ ସେ ଆପଣଙ୍କ ମନର କଥାକୁ ବୁଝିପାରିବେ ।

• କଥା ହେବା ସମୟରେ ଆପଣ ନିଜ ଜୀବନରେ ଘଟି ଯାଇଥିବା ପ୍ରତିଟି ମୁହୁର୍ତ୍ତକୁ ତାଙ୍କ ସହ ସେୟାର କରିପାରିବେ ଏବଂ କିଛି ମଜା ବି କରିପାରବେ,ଏହାଦ୍ୱାରା ସେ ମଧ୍ୟ ଆପଣଙ୍କ ନିକଟତର ହୋଇପାରନ୍ତି ।

• ଯଦି ଆପଣ ତାଙ୍କ ସହ କେଉଁଆଡେ ବୁଲି ଯିବାକୁ କିଛି ପ୍ଲାଲିଂ କରୁଛନ୍ତି ତେବେ,ଆପଣ ସନ୍ଧ୍ୟା ସମୟରେ ବୁଲିଯିବାକୁ ପ୍ଲାଲିଂ କରନ୍ତୁ କାରଣ, ସନ୍ଧ୍ୟା ସମୟରେ ଯଦି ଆପଣ ବାହାରକୁ ଯାଉଛନ୍ତି ତେବେ ଆପଣ ଏହି ସମୟରେ ସିନେମା ଦେଖିବାକୁ ଯାଇପାରିବେ ଓ ସାଥୀହୋଇ ଡିନର ମଧ୍ୟ କରିପାରିବେ । ସବୁଠାରୁ ବଡ କଥା ହେଲା ଆପଣ ନିଜର ମନ କଥା ତାଙ୍କ ନିକଟରେ ପ୍ରକାଶ କରିବାକୁ ସୁଯୋଗ ପାଇପାରିବେ ।