ବାରମ୍ବାର ଭୋକ ଲାଗୁଛି କି ! ଅଣଦେଖା କରନ୍ତୁ ନାହିଁ , ହୋଇଥାଇପାରେ ଏହି ରୋଗ

157

କିଛି ଲୋକଙ୍କୁ ଖାଇବାର କିଛି ସମୟ ପରେ ଆଉ କିଛି ଜଣଙ୍କୁ ସାଙ୍ଗେ ସାଙ୍ଗେ ଭୋକ ଲାଗିଥାଏ । ତେବେ ଏପରି ବାରମ୍ବାର ଭୋକ ଲାଗୁଥିଲେ ଅଣଦେଖା କରିବା ଅନୁଚିତ୍ । କାରଣ ଏହା କୌଣସି ଗମ୍ଭୀର ରୋଗର ଲକ୍ଷଣ ହୋଇଥାଇପାରେ । ବୈଜ୍ଞାନିକ ଭାଷାରେ ଏହାକୁ ହାଇପରଫେଜିଆ କୁହାଯାଏ । ଏବେ ନଜର ପକାନ୍ତୁ ବାରମ୍ବାର ଭୋକ ଲାଗିବାର କାରଣ କଣ ହୋଇପାରେ ।

• ବାୟପୋଲାର୍ ଡିଜଅର୍ଡର ଏବଂ ମସ୍ତିସ୍କରେ ଥିବା କିଛି କେମିକାଲରେ ସନ୍ତୁଳନ ନରହିଲେ ଖାଇବା ପ୍ରତି ଇଚ୍ଛା ବଢିଥାଏ ।

• ଅନେକ ଲୋକ ଚିନ୍ତା କିମ୍ବା ଚାପଗ୍ରସ୍ତ ରହିଲେ ଭୋକ ଲଗିଥାଏ । ମସ୍ତିସ୍କ ଉପରେ ଚାପ ପଡିଲେ କୋର୍ଟିକୋଟ୍ରୋଫିନ୍ ରିଲିଜ୍ ହରମୋନ୍ ଏବଂ ଅଡ୍ରେନାଲାଇନ୍ ତିଆରି ହୋଇଥାଏ ଯାହା ଭୋକ ବଢାଇଥାଏ ।

• ସେହିପରି ପେଟରେ କୃମି ହେଲେ ଅଧିକ ଭୋକ ଲାଗିଥାଏ । ଏହି କୃମି ଶରୀର ଭିତରୁ ଜରୁରୀ ପୋଷକ ତତ୍ୱ ନେଇଯାଇଥାଏ ଯାହା ଦ୍ୱାରା ପେଟ ବଢିବାକୁ ଲାଗିଥାଏ । ଏବଂ ଅଧିକ ଭୋକ ଲାଗିଥାଏ ।