ସୁମଧୁର ସଂଗୀତ କରିଥାଏ ଅନେକ ସମସ୍ୟାର ସମାଧାନ ! ଜାଣନ୍ତୁ କିଛି ତଥ୍ୟ

430

music-4କୁହାଯାଏ ସଂଗୀତ ମଣିଷକୁ ଜୀବନ ବି ଦେଇପାରେ । ସଂଗୀତର ଅଛି ଏକ ଏମିତି ଶକ୍ତି ଅକ୍ତି ଅଛି ସଂଗୀତର । ଡାକ୍ତର ମଧ୍ୟ ରୋଗର ଉପଶମ ପାଇଁ ସଂଗୀତ ଶୁଣିବାକୁ କହିଥାନ୍ତି । ସୁମଧୁର ସଂଗୀତ ଶୁଣିଲେ ସୃଜନଶୀଳତା ବୃଦ୍ଧି ପାଇଥାଏ । ନୀରବ ରହିବା ଅପେକ୍ଷା ସୁଗମ ସଂଗୀତ ଶୁଣିଲେ ମନରେ ନୂଆ ଭାବନା , ଧାରଣା ଓ ଭାବ ପ୍ରବଣତା ସୃଷ୍ଟି ହୋଇଥାଏ ବୋଲି ଗବେଷକମାନେ କୁହନ୍ତି । ଆଉ ଏହା ଏକ ଅଧ୍ୟନରୁ ଜଣାପଡିଛି ।

X61WN91SJ7ଅଷ୍ଟ୍ରେଲିଆର ଟେକ୍ନୋଲୋଜି ସିଡନୀ ୟୁନିଭର୍ସିଟିର ଗବେଷକମାନେ ୧୫୫ ଅଂଶଗ୍ରହଣକାରୀଙ୍କୁ କେତେକ ପ୍ରଶ୍ନର ଉତ୍ତର ଦେବାକୁ କହିବା ସହ ସେମାନଙ୍କୁ ୪ଭାଗରେ ବିଭକ୍ତ କରିଥିଲେ । ପ୍ରତ୍ୟେକ ଗ୍ରୁପକୁ ନୀରବ , ଦୁଃଖଦ , ସୁଖସମଂପନ୍ନ ଓ ଉକ୍ରଣ୍ଠାପୂର୍ଣ୍ଣ ସଂଗୀତ ଶୁଣାଇଦିଆଯାଇଥିଲା । ସଂଗୀତ କାର୍ଯ୍ୟକ୍ରମ ଆରମ୍ଭ ହେବା ମାତ୍ରେ ଅଂଶଗ୍ରହଣକାରୀମାନେ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିଥିଲେ । ଗବେଷକମାନେ ଦେଖିବାକୁ ପାଇଲେ ଯେ ,ମଧୁର ଶାସ୍ତ୍ରୀୟସଂଗୀତ ଶୁଣିବା ଦ୍ୱାରା ଶ୍ରୋତାଙ୍କ ମନରେ ଏକ ସକରାତ୍ମକ ଭାବଧାରା ସୃଷ୍ଟି ହେଉଛି । ସେମାନଙ୍କ ମଧ୍ୟରେସୃଜନାତ୍ମ ଶକ୍ତି ବେଶୀ ସୃଷ୍ଟି ହେଉଛି ।

Brainଏହା ସହ ସୁଗମ ସଂଗୀତ ଶୁଣିବା ଦ୍ୱାରା ଶ୍ରୋତାଙ୍କ ମନରେ ନମନୀୟତା ବୃଦ୍ଧିପାଉଛି । ଏହାଦ୍ୱାରା ମନରେ ଭାବପ୍ରବଣତା ସୃଷ୍ଟିହେଉଛି । ଏହି ଅଧ୍ୟୟନରୁ ଜଣାପଡୁଛି ଯେ,ସଂଗୀତ ଶୁଣିବା ଦ୍ୱାରା ମନରେ ସୃଜନାତ୍ମକ ଚିନ୍ତାଧାରା ତ୍ୱରାନ୍ୱିତ ହୁଏ ଓ ଏଥିପାଇଁ କିଛି ଖର୍ଚ୍ଚ କରିବାକୁ ପଡିନଥାଏ ।

ସଂଗୀତର ରହିଛି ଏକ ଅଜଣା ଆକର୍ଷଣ । ତାହା ସୃଷ୍ଟିର ଆଦ୍ୟରୁ ରହିଆସିଛି । କ୍ଷଣିକ ସୁମଧୁର ମନରେ ଏକ ଭିନ୍ନ ଇଚ୍ଛା ଓ ଫୂର୍ତ୍ତି ଜଗାଏ । ଯେତେବେଳେ ଜଣେ ଦୁଃଖରେ ଥିବ ଏହା ମନରେ ଆନନ୍ଦଭରିଥାଏ । ଆଉ ମନକୁ ହାଲକା ଅନୁଭବ ଆଣିଦେଇଥାଏ । ସଂଗୀତ ଅନେକ ସମସ୍ୟାର ସମାଧାନ କରିଥାଏ ବୋଲି ଗବେଷକନମାନେ କୁହନ୍ତି ।

music-3୧- ନବଜାତକ ଶିଶୁର ବୃଦ୍ଧିରେ ସଂଗୀତ ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ । ଏଣୁ ଅନେକ ହସ୍ପିଟାଲରେ ଏହି ବ୍ୟବସ୍ଥା ମଧ୍ୟ ଥାଏ କାନାଡିଆନ ଗବେଷକଙ୍କର ଏକ ଦଳ ଏହା ଜାଣିବାକୁ ପାଇଛନ୍ତି ଯେ, ସୁମଧୁର ସଂଗୀତ ଶୁଣିବା ଦ୍ୱାରା ପ୍ରିମାଇଜ୍ ର ଯନ୍ତ୍ରଣା କମିଥାଏ । ଆଉ ମଧ୍ୟ ଡାକ୍ତରଖାନାରେ ମ୍ୟୁଜିକାଲ ଇନଷ୍ଟ୍ରୁମେଂଟ ବ୍ୟବହାର କରାଯାଇଥାଏ ମା’ର ହାର୍ଟବିଟର ସାଉଣ୍ଡକୁ ମିମିକ୍ କରିବା ପାଇଁ । ଆଉ ପ୍ରିମେଚୁର ବେବିକୁ ଶୁଆଇବା ପାଇଁ ।

୨- ଶିଶୁର ବୃଦ୍ଧିଭଳି ଗବେଷକମାନେ କୁହନ୍ତି ସଂଗୀତ ମଧ୍ୟ ଗଛର ବୃଦ୍ଧିରେ ସହାୟକ ହୋଇଥାଏ । ରକ୍ ମ୍ୟୁଜିକ୍ ଦ୍ୱାରା ଗଛର ବୃଦ୍ଧି ଘଟିଥାଏ । ଗଛଟି କ୍ରମେ ଡେଙ୍ଗା ହୋଇ ବଢେ ।

music-2୩- ବ୍ରେନ ଡ୍ରାମେଜିଂର ଚିକିତ୍ସା ପାଇଁ ମଧ୍ୟ ମ୍ୟୁଜିକ୍ ପ୍ରମୂଖ ଭୂମିକା ଗ୍ରହଣ କରେ । ସଂଗୀତର ବିଟ୍ ବ୍ରେନକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ସଂଗୀତ ଧ୍ୱନୀ ମସ୍ତିଷ୍କରେ ଏକ ସୂକ୍ଷ୍ମ କଂପନ ସୃଷ୍ଟିକରେ । ସ୍ମୃତିଶକ୍ତି ହରାଇ ବସିଥିବା ଲୋକ ମଧ୍ୟ ଅନେକ ସମୟରେ ସଂଗୀତ ଦ୍ୱାରା ପୂର୍ବାବସ୍ଥାକୁ ଫେରିପାଇଥାଏ ।

୪- ସଂଗୀତ ଶ୍ରବଣ ଶକ୍ତି ସିନା ଫେରାଇପାରିନଥାଏ । କିନ୍ତୁ ଏହା ଦ୍ୱାରା ଏହାର ପ୍ରତିରୋଧ ହୋଇଥାଏ । ଆଉ ଶ୍ରବଣ ଶକ୍ତିକୁ ସୁରକ୍ଷା ଦେଇଥାଏ ।