ଖରାଦିନେ ଘିମିରି ସମସ୍ୟାରୁ କିପରି ପାଇବେ ମୁକ୍ତି ? ଜାଣନ୍ତୁ କିଛି ଘରୋଇ ପ୍ରତିକାର

199

ଖରାଦିନେ ଘିମିରି ହେବା ସ୍ୱାଭାବିକ କଥା । କିନ୍ତୁ ଏହା ଖୁବ୍ ଅସହ୍ୟ ମନେ ହୁଏ । ତେବେ ଏଥିରୁ ମୁକ୍ତି ପାଇବା କିପରି ଆପଣାନ୍ତୁ କିଛି ସଜହ ଉପାୟ ।

୧ – ଏକ ଗ୍ଲାସ୍ ପାଣିରେ ଏକ ଲେମ୍ବୁ ଚିପୁଡନ୍ତୁ । ଏଥିରେ କାକୁଡିର ଏକ ଖଣ୍ଡ ବୁଡାଇ ୧୦ ମିନିଟ୍ ପର୍ଯ୍ୟନ୍ତ ଘିମିର ଉପରେ ଘଷନ୍ତୁ । ଏହା କଲେ ଘିମିରି କମିଯିବ ।

୨ – ଏକ ଚାମଚ ଆଲଭେରା ଜେଲ୍ ଘିମିରି ଉପରେ ଲଗାନ୍ତୁ । ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ । ଏପରି ଦିନକୁ ୩ ଥର କରନ୍ତୁ । ଏହାଦ୍ୱାରା ଘିମିରି ଯନ୍ତ୍ରଣା ଦୂର ହେବା ସହ ଘିମିରି ମଧ୍ୟ ଚାଲିଯାଏ ।

୩ – ୫ ଚାମଚ ପାଣିରେ ଏକ ଚାମଚ ବେକିଙ୍ଗ ସୋଡା ମିଶାନ୍ତୁ ଏହାକୁ ଘିମିରି ଉପରେ ଲଗାନ୍ତୁ ଓ ୨୦ ମିନିଟ୍ ପରେ ଧେ୍ଧବ ଦିଅନ୍ତୁ । ଏପରି ଦିନକୁ ୨ଥର କରନ୍ତୁ । ଶୀଘ୍ର ଘିମିରି ଭଲ ହୋଇଯିବ ।

୪- ୨୦ ରୁ ୩୦ଟି ନିମ ପତ୍ରକୁ ଏକ ଗ୍ଲାସ ପାଣିରେ ଫୁଟାନ୍ତୁ । ଥଣ୍ଡା ହେବା ପରେ ଘିମିରି ଉପରେ ଏହାକୁ ଲଗାନ୍ତୁ । ୨୦ ମିନଟ୍ ପରେ ଧୋଇ ଦିଅନ୍ତୁ ।ପ୍ରତିଦିନ ଏପରି କରନ୍ତୁ । ଏହା ଦ୍ୱାରା ଘମିରି ଶୀଘ୍ର କମିଯିବ ।

୫ – ଏକ ଚାମଚ ନଡିଆ ତେଲରେ ଏକ କର୍ପୁର ମିଶାନ୍ତୁ ଏହାକୁ ଘିମିରି ଉପରେ ଲଗାନ୍ତୁ । ୨୦ ମିନିଟ୍ ପରେ ଧେ୍ଧବ ଦିଅନ୍ତୁ । ଏହା ଦ୍ୱାରା ଘିମିରି ଯନ୍ତ୍ରଣାରୁ ଲ୍କ୍ି ମିଳିବା ସହ ଉପଶମ ହୋଇଥାଏ ।

୬ – ଅଧ ଚାମଚ ଚନ୍ଦନ ପାଉଡରକୁ ଏକ ଚାମଚ ଗୋଲାପ ଜଳରେ ମିଶାନ୍ତୁ । ଏହାକୁ ଘିମରି ଉପରେ ଲଗାନ୍ତୁ ।