ସ୍ୱାସ୍ଥ୍ୟବାନ ହେବା କିପରି ? ଆସନ୍ତୁ ଜାଣିବା

39

healthy-1ସୁନ୍ଦର ସ୍ୱାସ୍ଥ୍ୟ ସମସ୍ତେ ଚାହାନ୍ତି । ସବଳ ଓ ହୃଷ୍ଟପୃଷ୍ଟ ହେବାକୁ ସମସ୍ତଙ୍କର ଇଚ୍ଛା ଥାଏ । ହେଲେ ଆଧୁନିକତାର ଔଦ୍ଧତ୍ୟ ଏତେ ବଢିଗଲାଣି ଯେ ନିଜେ ସୁସ୍ଥରେ ବଂଚିବା କାଠିକର ପାଠ ମନେହେଲାଣି । କିନ୍ତୁ ଯଦି ଆମେ କେତୋଟି ଜିନିଷ ଉପରେ ଧ୍ୟାନ ଦେବା ତ ବିନା ଖର୍ଚ୍ଚରେ ଆମେ ସ୍ୱାସ୍ଥ୍ୟବାନ ହୋଇ ଖୁସିରେ ଜୀବନ ବିତେଇପାରିବା ।

୧ – ପ୍ରତିଦିନ ବଡିଭୋରରୁ ଶଯ୍ୟାତ୍ୟାଗ କରି ଉଷୁମ ବା ସାଦା ପାଣି ପିଇବା ଅଭ୍ୟାସ କରିବା । ନିତ୍ୟକ୍ରମ ସାରି ଯୋଗ ପ୍ରାୟାଣମରେ ମନୋନିବେଶ କରିବା ଭଲ । ଚିତ୍ତ ଶୁଦ୍ଧ ପାଇଁ ଠାକୁର ଆରାଧନା କରିବା ।

୨ – ପ୍ରତ୍ୟହ ପ୍ରାତଃଭ୍ରମଣ କରିବା ଦେହ ପାଇଁ ଖୁବ୍ ଭଲ । ସକାଳେ ସୂର୍ଯ୍ୟ କିରଣରେ ଚଲାବୁଲା ଓ ଧାଁ ଦୈାଡ କଲେ, ସୂର୍ଯ୍ୟଙ୍କ ଠାରୁ ଭିଟାମିନ ଡି ମିଳିଥାଏ । ଯାହା ଶରୀରରେ ରୋଗପ୍ରତିରାଧକ ଶକ୍ତି ବଢାଏ ଓ ମନକୁ ଫୂର୍ତ୍ତି କରାଏ । ରକ୍ତ ସଂଚାଳନ ଠିକରେ ହୁଏ ।

୩ – ପ୍ରତିଦିନର ଖାଦ୍ୟ ପାନୀୟରେ ନିୟମିତତା ରକ୍ଷା କରିବା । ଉତ୍ତମ ପରିବେଶରେ ବାସ କରିବା । ପ୍ରକୃତରେ ଭିଟାମିନଯୁକ୍ତ ଖାଦ୍ୟ ଖାଇବା ନିହାତି ଜରୁରୀ । ବାହାର ଜଙ୍କ ଫୁଡ୍ ,ଧୂଳି ପଡିଥିବା ଖାଦ୍ୟ ଓ ବାସି ଖାଦ୍ୟ ଆଦିକୁ ବର୍ଜନ କରିବା ଉଚିତ ।

୪ – କଦାପି ମାନସିକଗ୍ରସ୍ତ ରହିବା ଉଚିତ୍ ନୁହେଁ । ଏହା ଦ୍ୱାରା ରକ୍ତଚାପ ବଢିଥାଏ । ଆଧ୍ୟାତ୍ମିକ ଚିନ୍ତନରେ ମନ ଦେବା ଓ ବେଦ ,ପୁରାଣ ଆଦି ପାଠ କରିବା ।