ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ କମଳା 

73

କମଳା ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । କେତେକ ରୋଗ କୁ ମଧ୍ୟ ଏହା ଭଲ କରିବାରେ ସାହାଯ୍ୟ କରିଥାଏ । କମଳାରେ ସାଇଟ୍ରିକ୍ ଏସିଡ୍, ମ୍ୟାଗ୍ନେସିୟମ୍, ଫସଫରସ ଏବଂ ଆଇରନ ପ୍ରଚୁର ପରିମାଣରେ ଥାଏ । କମଳାରେ ପ୍ରଚୁର ମାତ୍ରାରେ ଭିଟାମିନ୍ ସି ବି ଥାଏ । ଏଥିରେ ଥିବା ଫ୍ରୁଟୋଜ ଏବଂ ଭିଟାମିନ୍ ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ଏହା ମନକୁ ଥଣ୍ଡା ରଖେ । ଉପବାସ ଏବଂ ଦେହ ଖରାପ ସମୟରେ ସାଧାରଣତଃ ସମସ୍ତେ କମଳା ଖାଆନ୍ତି ।

• ହଜମ କ୍ରିୟା ବାଧା ପ୍ରାପ୍ତ ହେଉଥିଲେ, କମଳା ରସକୁ ଅଳ୍ପ ଉଷୁମୁ ପାଣିରେ ମିଶେଇ ପିଇଲେ ଭଲ ହୋଇଯାଏ । ଦିନରେ ଜଣେ ବ୍ୟକ୍ତି ଙ୍କୁ ଗୋଟେ କିମ୍ବା ଦୁଇଟା କମଳା ଖାଇବା ଉଚିତ୍ । ଜଣେ ବ୍ୟକ୍ତି କୁ ଯେତିକି ଭିଟାମିନ୍ ସି ଆବଶ୍ୟକ, ତାହା କମଳା ଖାଇଲେ ସେଥିରୁ ମିଳିଯାଏ ।

• ଥଣ୍ଡା-କାଶ ହେଲେ ପ୍ରତିଦିନ ଏକ ଗ୍ଲାସ କମଳା ରସ ପିଇବା ଦ୍ୱାରା ଲାଭ ମିଳିଥାଏ ।

• କମଳା ରସ କୋଲେଷ୍ଟରଲ କୁ କମେଇଥାଏ । ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।

• ହାଡକୁ ମଧ୍ୟ ଶକ୍ତ ରଖିବାରେ ସହାୟକ ହୋଇଥାଏ ।

• ରକ୍ତସ୍ରାବ ବନ୍ଦ କରିବାର କ୍ଷମତା ଅଛି କମଳା ରସରେ ।

• ଭୀଷଣ ଜ୍ୱରରେ କମଳା ରସ ପିଇବା ଦ୍ୱାରା ତାପମାତ୍ରା କମ୍ ହୋଇଯାଏ ।

• ଏଥିରେ ଥିବା ସାଇଟ୍ରିକ୍ ଏସିଡ୍ ମୂତ୍ର ରୋଗକୁ ଦୂର କରିଥାଏ । ଦାନ୍ତ ଓ ମାଢି ଶକ୍ତ ରହିଥାଏ । ଛୋଟ ଛୁଆଙ୍କ ପାଇଁ ଏହା ଖୁବ୍ ଭଲ ।

• ଛୁଆଙ୍କୁ ସୁସ୍ଥ୍ୟ ରଖିବା ପାଇଁ କ୍ଷୀରରେ ମିଠା କମଳାର ରସ ମିଶାଇ ପିଇବାକୁ ଦେଲେ ତାହା ଏକ ପ୍ରୋଟିନ ପରି କାମ କରିବ ।

• ପେଟରେ ଗ୍ୟାସ, ଉଚ୍ଚ ରକ୍ତଚାପ, ବେରି-ବେରି ରୋଗ ମଧ୍ୟ କମଳା ଖାଇବା ଦ୍ୱାରା ଭଲ ହୋଇଯାଏ ।

• ଗର୍ଭବତୀ ମହିଳା ତଥା ଯକୃତ ରୋଗରେ ପୀଡିତ ମହିଳାଙ୍କ ପାଇଁ ମଧ୍ୟ କମଳା ରସ ବହୁତ ଲାଭକାରୀ ହୋଇଥାଏ ।

• କମଳା ରସ କଫକୁ ପତଳା କରି ବାହାର କରିଥାଏ ।

• କମଳା ଚୋପାକୁ ଶୁଖାଇ ଗୁଣ୍ଡ କରି ଗୋଲାପ ଜଳ କିମ୍ବା କଞ୍ଚା କ୍ଷୀରରେ ମିଶାଇ ଲଗାଇବା ଦ୍ୱାରା ମୁହଁ ସୁନ୍ଦର ଏବଂ ସଫା ଦିଶିଥାଏ ।

• କମଳାର ତାଜା ଫୁଲର ରସକୁ ବାହାର କରି ମୁଣ୍ଡରେ ଲଗାଇବା ଦ୍ୱାର କେଶର ଚମକ ବଢିଥାଏ ।

• କମଳା ଚୋପାରୁ ତେଲ ବାହାର କରାଯାଏ ।

• ଶରୀରରେ ଏହି ତେଲ ଲଗେଇଲେ ମଶା କାମୁଡେନି ।