ପ୍ରତିଦିନ ଏକ କପ୍ ପିଆଜର ଚା’ ପିଅନ୍ତୁ ! ୬ଟି ରୋଗ ଜମା ପାଖ ମାଡିବନି !

83

 ପିଆଜ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ଭଲ ବୋଲି କୁହାଯାଏ । ଆପଣ ଖାଇବାରେ ସାଲାଡ୍ ଭାବରେ ଖାଆନ୍ତୁ ବା ଏହାକୁ ପରିବାରେ ମସଲାରେ ସିିଝାଇ ଖାଆନ୍ତୁ ଏହା ସବୁ ପ୍ରକାରେ ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ଉପକାରୀ ଅଟେ । ପିଆଜ ଖାଇବା ଦ୍ୱାରା କୋଷ୍ଠ କାଠିନ୍ୟ ସମସ୍ୟା , କୋଲେଷ୍ଟ୍ରାଲ୍ , ଏନିମିଆ ବା ଅନ୍ୟ ଯେଉଁ ବି ରୋଗ ହେଉ ସବୁ ଠିକ୍ ହୋଇଥାଏ ।

ଯଦି ଆପଣ ନିଜର ସ୍ୱାସ୍ଥ୍ୟରେ ଅଧିକ ଚମକପଣ ଆଣିବାକୁ ଚାହୁଁଛନ୍ତି ,ବିଳମ୍ବ ନକରି ପିଆଜର ଚା ପିଇବା ଆରମ୍ଭ କରିନିଅନ୍ତୁ । ଆଉ ଆପଣ ନିଶ୍ଚୟ ଏପରି ଚା କୁ ପସନ୍ଦ ମଧ୍ୟ କରିବେ । ଏମିତି ବି ବିଭିନ୍ନ ପ୍ରକାରର ଚା’ ରେ ଅଲଗା ଅଲଗା ସ୍ୱାସ୍ଥ୍ୟବର୍ଦ୍ଧକ ଗୁଣ ଥାଏ । କିନ୍ତୁ ପିଆଜ ଚା’ରେ କିଛି ଅଧିକ ସ୍ୱାସ୍ଥ୍ୟକର ଭାବେ କୁହାଯାଏ । ଯଦି ଡାକ୍ତରଙ୍କ ଉପଦେଶ ପରେ ଏହାକୁ ସେବନ କରାଯାଏ ତ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ମିଳିପାରିବ ।

ଆପଣଙ୍କ ଜାଣିବା ପାଇଁ ଏହା ଜଣାଉଛୁ କି ପିଆଜ ବାଇଗଣି ରଙ୍ଗର ହେବା ଉଚିତ୍ । ଧଳା ରଙ୍ଗର ପିଆଜ କୌଣସି ପ୍ରଭାବ ପକାଇନଥାଏ । ଆପଣଙ୍କ ପିଆଜ ଚା’ ର ଉପକାରୀ ଗୁଣ ବିଷୟରେ ତଥ୍ୟ ଦେଉଛୁ –
ପିଆଜ ଚା’ ତିଆରି କରିବାର ବିଧି –

୧ –ଏକ ପିଆଜକୁ ନେଇ ଭଲ ଭାବେ ଧୋଇ କାଟନ୍ତୁ । ଏବଂ ଏମିତି ଭାବେ ଏହାକୁ ୧୦ ମିନିଟ୍ ଯାଏ କଟାଭାବେ ଛାଡିଦିଅନ୍ତୁ ।

୨ – ଏବେ ପାଣିକୁ ଅଧିକ ଗରମ କରନ୍ତୁ ।

୩- ଗରମ ପାଣିରେ କଟା ପିଆଜକୁ ପକାନ୍ତୁ ଏବଂ ୧୫ ମିନିଟ୍ ପାଇଁ ଏମିତି ରଖିଦିଅନ୍ତୁ ।

୪-ବର୍ତ୍ତମାନ ପିଆଜର ଚା’କୁ ଛାଣି ପିଅନ୍ତୁ ।

ସୂଚନା – ଏହି ଚା’ କୁ ଗର୍ଭବତୀ ମହିଳା ଓ ପିଲାକୁ ଦୁଗ୍ଧ ପିଆଉଥିବା ମା’କୁ ଦିଅନ୍ତୁ ନାହିଁ

ଏହି ପିଆଜ ଚା’ କିଭଳି ଉପକାରୀ ଅଟେ ?
ପିଆଜକୁ କାଟି ଗରମ ପାଣିରେ ଭିଜାଇବା ଦ୍ୱାରା ଏହାର ଚୋପା ଭିତରର କମ୍ପାଉଣ୍ଡ ବାହାରିଯାଏ । ଏମିତି କଂଚା ପିଆଜ ଖାଇବା ଦ୍ୱାରା ମଧ୍ୟ ଆପଣଙ୍କୁ ସମାନ ଲାଭ ମିଳିଥାଏ । କିନ୍ତୁ କିଛି ଲୋକଙ୍କୁ କଂଚା ପିଆଜ ହଜମ ହୋଇନଥାଏ ବା ପେଟ ଖରାପ ହୋଇଥାଏ । ଏବଂ ପେଟରେ ଗ୍ୟାସ ହୋଇଯାଇଥାଏ । ସେହି ପିଆଜକୁ ଚା’ ଭାବରେ ପିଇବା ଦ୍ୱାରା ଆପଣଙ୍କ ଶରୀରର ପେଟର ସବୁ ରୋଗ ଠିକ୍ ହୋଇଯିବ ।

ଉଚ୍ଚ ରକ୍ତଚାପର ସମସ୍ୟା କମ୍ ହୋଇଥାଏ –
ପିଆଜର ଚା’ ପିଆଜର ଚୋପାରେ ତିଆରି ହୋଇଥାଏ । ଏହାର ବାହାର ସ୍ତରରେ ଉଚ୍ଚ ମାତ୍ରାରେ କ୍ୱେରସେଟିନ୍ ନାମକ ପିଗମେଂଟ ଥାଏ । ଯାହାର ଅନେକ ପ୍ରକାରର ଔଷଧୀୟ ଗୁଣ ଥାଏ । ଏହା ଧମନୀରେ ରକ୍ତର କ୍ଲଟିଂ ହେବାରୁ ରୋକିବା ସହ ଉଚ୍ଚ ରକ୍ତଚାପର ବିପଦକୁ କମ୍ କରିବା ସହ ଅନିଦ୍ରାର ରୋଗରୁ ମଧ୍ୟ କିଛି ସମୟ ଯାଏ ମୁକ୍ତି ମିଳେ ।

କ୍ୟାନସରରୁ ବଂଚାଇଥାଏ –
ପିଆଜର ଚା’ କ୍ୟାନସରର ସେଲ୍ସକୁ ବଢାଇବାରୁ ରୋକିଥାଏ । ଏବଂ କୋଲୋନ କ୍ୟାନସରକୁ ଠିକ୍ କରିବାରେ ସହାୟକ ହୋଇଥାଏ । କ୍ୱୋରସେଟିନ୍ ରେ ଆଣ୍ଟି କ୍ୟାନସରକାରୀ ଗୁଣ ହେବାର କାରଣ , ଏହା ଫ୍ରି ରେଡିକଲ୍ସକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ ।

ପାଚନ କ୍ରିୟାକୁ ଠିକ୍ କରିଥାଏ –
ପିଆଜରେ ଅନେକ ଫାଇବର ଥାଏ । ଯାହା କୋଲୋନର ସଫା କରିବାରେ ସାହାଯ୍ୟ କରିଥାଏ । ଏହି ଫାଇବର ଅନ୍ତଃନଳୀରୁ ଟକ୍ସି୍ସିନକୁ ବାହାର କରିବାରେ ସାହାଯ୍ୟ କରିଥାଏ ।

ଟାଇପ୍-୨ ଡାଇବେଟିସ୍ –
ଏକ ଅଧ୍ୟୟନ ଅନୁସାରେ , ପିଆଜରେ ଗ୍ଲୁକୋଜ ପ୍ରତିକ୍ରିୟାକୁ ଭଲ କରିବା ପାଇଁ ଇନସୁଲିନ୍ ରେଜିଟେଂଟକୁ ବଢାଇ ଟାଇପ୍-୨ ଡାଇବେଟିସ୍ ରୁ ମୁକ୍ତି ପାଇଁ ସାହାଯ୍ୟ କରିଥାଏ । ପିଆଜର ଚା’ ଫ୍ରି ରେଡିକଲ୍ସକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ ।

ଅନିଦ୍ରା ଦୂର କରେ –
ଏହା ବ୍ୟତୀତ ଯଦି ଅନିଦ୍ରା ସମସ୍ୟାରେ ପୀଡିତ ତ ପିଆଜର ଚା’ଏଥିପାଇଁ ବହୁତ ଲାଭଦାୟୀ ହୋଇଥାଏ । ଏହାକୁ ଦିନରେ ଥରେ ପିଅନ୍ତୁ । ବ୍ୟତିକ୍ରମ ଜାଣିପାରିବେ ।

ଥଣ୍ଡା-କଫରୁ ମୁକ୍ତି ମିଳିବ –
ଏବେ ପାଗ ବଦଳିବା କାରଣରୁ ଲୋକଙ୍କୁ ଥଣ୍ଡା –କଫ ହେବାର ଦେଖାଯାଏ । ପିଆଜରେ ଭିଟାମିନ୍ –ସି ବ୍ୟତୀତ ଏମିତି ଅନେକ ଔଷଧୀୟ ଗୁଣକୁ ମିଳିଥାଏ । ଯାହା ବାହାର ସଂକ୍ରମଣକୁ ଦୂର କରି ଆମକୁ ଥଣ୍ଡା-କଫରୁ ବଂଚାଇଥାଏ ।

 

( ସୌଜନ୍ୟ-ବୋଲ୍ଡସ୍କାଏ)