ନୀତା ଅମ୍ବାନୀଙ୍କ ପରି ଝିଅ ଇଶାଙ୍କୁ ବି ପସନ୍ଦ ଫ୍ୟାଶନ : ସେ ବି ବିତାନ୍ତି ଐଶ୍ୱର୍ଯ୍ୟପୂର୍ଣ୍ଣ ଜୀବନ

53

କନକ ବ୍ୟୁରୋ : ସବୁଠୁ ଧନଶାଳୀ ପରିବାର ଭାବରେ ସାରା ଦେଶରେ ମୁକେଶ ଅମ୍ବାନୀଙ୍କ ପୁରା ପରିବାର ନାଁ ରହିଛି । ତାଙ୍କର ଝିଅ ଇଶା ଅମ୍ବାନୀ ଦେଶର ସବୁଠୁ ଧନୀ ଝିଅ । ନୀତା ଅମ୍ବାନୀ article-2016102999410334863000ଫ୍ୟାଶନକୁ ବହୁତ ପସନ୍ଦ କରୁଥିବାର ସମସ୍ତେ ଜାଣନ୍ତି । ଏବଂ ସବୁ ପରିବେଶ ଓ ପରିସ୍ଥିତି ଅନୁସାରେ ସେ ନିଜକୁ ଭିନ୍ନ ଭାବରେ ସଜାଇଥାନ୍ତି । ଜଣେ ଅତ୍ୟାଧୁନିକା ଭାବେ ସେ ପରିଚିତ । ସୂଚନା ଅନୁସାରେ ତାଙ୍କ ଝିଅ ବି କିଛି କମ୍ ନୁହଁନ୍ତି । ସେ ବି ମା ନୀତାଙ୍କ ପରି ଐଶ୍ୱର୍ଯ୍ୟପୂର୍ଣ୍ଣ ଜୀବନ ବିତାଇଥାନ୍ତି ।

isha--ଚଳିତ ସମୟରେ ଇଶା ଅମ୍ବାନୀ ନିଜର ଏହି ଫ୍ୟାଶନ ଟ୍ରେଣ୍ଡକୁ ନେଇ ଖବରରେ ରହିଛନ୍ତି । ଚାରିଆଡେ ତାଙ୍କର ଚର୍ଚ୍ଚା । ନିକଟରେ ଫ୍ୟାଶନ ବ୍ରାଣ୍ଡ ଭୋଗ ୧୦ ବର୍ଷ ପୂରିବା ନେଇ ଉତ୍ସବ ପାଳିଛି । ଏହି ଉତ୍ସବରେ ବଲିଉଡର ଅନେକ ସେଲିବ୍ରିଟି ଯଥା- ଶାହାରୁଖ ଖାନ୍ , ଐଶ୍ୱର୍ଯ୍ୟା ରାୟ ବଚ୍ଚନ , ଅନୁଷ୍କା ଶର୍ମା , ସୋନମ କପୁର , ଅନିଲ୍ କପୁର , ରାଧିକା ଆପ୍ତେ, ରାଜକୁମାର ରାଓ ଆଦି ପହଁଚିଥିଲେ । ସେଠାରେ ବିଜନେସ୍ ଟାଇକୁନ୍ ମୁକେଶ ଅମ୍ବାନୀଙ୍କର ଝିଅ ଇଶା ଅମ୍ବାନୀ ମଧ୍ୟ ଉପସ୍ଥିତ ଥିଲେ । ଇଶା ବ୍ଲାକ୍ ସ୍ଲିଭଲେସ୍ ପୋଷାକ ପିନ୍ଧିଥିଲେ । ଏହି ପୋଷାକରେ ଇଶା ଏତେ ସୁନ୍ଦର ଓ ଆକର୍ଷକ ଲାଗୁଥିଲେ ଯେ ଲୋକଙ୍କ ନଜର ବଲିଉଡ କଳାକାରଙ୍କ ଠାରୁ ହଟି ତାଙ୍କ ଉପରେ ଥିଲା । ନିକଟରେ ଇଶା ଶ୍ରଦ୍ଧା କପୁର , କରୀନା କପୁରଙ୍କ ସହ ପାର୍ଟି କରିବାର ନଜର ଆସିଥିଲେ।

ଇଶା ଅମ୍ବାନୀ ଦେଶର ସବୁଠୁ ଧନୀ ଝିଅ ଅଟନ୍ତି । ତାଙ୍କର ନେଟୱର୍ଥ ଆନୁମାନିକ ୭୧୦୦ ମିଲିୟନ ଡଲାର । ଇଶାଙ୍କୁ ମହଙ୍ଗା ଗାଡି ମଧ୍ୟ ଖୁବ୍ ପସନ୍ଦ । ତାଙ୍କର ଏକ ଗାଡିର ଦାମ୍ ୩କୋଟିରୁ ଅଧିକ । ଇଶା ସାଇକୋଲୋଜିରେ ଗ୍ରାଜୁଏସନ କରିଛନ୍ତି । ଏବଂ ତାଙ୍କୁ ମଧ୍ୟ ପିଆନୋ ବଜାଇବାରେ ସଉକ ରହିଛି । (ସୌଜନ୍ୟ- ଆଜତକ୍)