ମନରେ ନକାରାତ୍ମକ ଭାବ ଆସୁଛି କି ? କେମିତି ଏଥିରୁ ପାଇବେ ମୁକ୍ତି ଜାଣନ୍ତୁ ଟିପ୍ସ

43

ଅନେକ ସମୟରେ ଆମର ମନରେ ନାନା ପ୍ରକାରର ଆଶଙ୍କା ଦେଖାଯାଉଥାଏ । କେତେବେଳେ ଆମେ ଘୋର ନୈରାଶ୍ୟର ଶିକାର ହୋଇଥାଉ ତ ପୁଣି କେତେବେଳେ ଅଜଣା ଭୟରେ ଆତଙ୍କିତ ହୋଇଥାଉ । ଆଉ କେତେକ ସମୟରେ ଆମେ ନିଜର ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ମଧ୍ୟ ଚିନ୍ତିତ ରହିଥାଉ । ଏହି କାରଣରୁ ମନରେ ନକାରାତ୍ମକ ବିଚାର ଆସିଥାଏ । ମନରେ ଏହି ନକାରାତ୍ମକ ଭାବନା ଯେତେ ଅଧିକ ହେବ, ଆମେ ସେତେ ଅଧିକ ବିବ୍ରତ ହୋଇ ଉଠିବା । ଏଥିରୁ ମୁୁକ୍ତ ହେବା ପାଇଁ ଆମକୁ କେତେକ ପ୍ରୟାସ କରିବାକୁ ପଡିବ । ନିଜ ଭିତରେ ଥିବା ନକାରାତ୍ମକ ଭାବନାକୁ ସକାରାତ୍ମକରେ ପରିଣତ କରିବା ପାଇଁ ଆମର ବିଚାରରେ କେତେକ ଛୋଟ ଛୋଟ ପରିବର୍ତ୍ତନ ଆଣିବାକୁ ପଡ଼ିବ ।

ମନୋବିଜ୍ଞାନକୁ ହୃଦୟଙ୍ଗମ କରନ୍ତୁ- ମନୋବିଜ୍ଞାନରେ ନକାରତ୍ମକ ଭାବନାରୁ ଦୂରେଇବା ଲାଗି ସାଇକୋ ଥେରାପି, ବିହେଭିଅରାଲ୍‌ ଥେରାପି ଆଦି ଉପାୟ ରହିଛି । ଆପଣ ସେହି ସଂପର୍କୀତ ପୁସ୍ତକ ପଢିପାରନ୍ତି । ଏହାଦ୍ୱାରା ଆପଣଙ୍କ ବିଚାରରେ ଥିବା ପରିବର୍ତ୍ତନ ଘଟିବ ଓ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇବ ।

କୌଣସି ସମସ୍ୟା ବଡ଼ ନୁହେଁ- ଏହି ସମସ୍ୟା ଜୀବନରେ କେବେ ନା କେବେ ଦେଖିବାକୁ ମିଳିଥାଏ । ତାହା ବେଶି ଦିନ ତିଷ୍ଠି ରହେନା । ଏଣୁ ଯେତେବେଳେ ବି ମନରେ ନକାରାତ୍ମକ ଭାବନା ଆସୁଛି, ପ୍ରଥମେ ଚିନ୍ତା କରନ୍ତୁ ଯେ କୌଣସି ସମସ୍ୟା ସେତେ ବଡ଼ ନୁହେଁ, ଯାହା ଆପଣଙ୍କ ଠାରୁ ଦୂରେଇବ ନାହିଁ । ଯଦି ଆପଣ ଭାବି ବସିବେ ଯେ ସମସ୍ୟାରୁ ମୁକୁଳିବା କଷ୍ଟକର, ତେବେ ତାହା ଆପଣଙ୍କୁ ଅଧିକ ଗ୍ରାସିବ । ଏଣୁ ମନରେ ଭାବିନିଅନ୍ତୁ ପ୍ରତ୍ୟେକ ସମସ୍ୟାରୁ ମୁକୁଳିବାର ରାସ୍ତା ଅଝି ତାହା କ୍ଷଣସ୍ଥାୟୀ ।

ନିଜର ପାରଦର୍ଶିତାକୁ ଭୁଲନ୍ତୁ ନାହିଁ- ଧରନ୍ତୁ ଆପଣ କୌଣସି ସମୟରେ ନିଜର ଭୁଲ୍‌ ପାଇଁ ଦଣ୍ଡ ଭୋଗୁଛନ୍ତି । ଏହାକୁ ନେଇ ଆପଣ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି । କିନ୍ତୁ ଏହି ସମୟରେ କେବେ ବି ନିଜର ପାରଦର୍ଶିତାକୁ ଭୁଲନ୍ତୁ ନାହିଁ । ଯେତେ ଖରାପ ସମୟ ଆସିଲେ ବା ଯେତେ ଅସୁବିଧାର ସମ୍ମୁଖୀନ ହେଲେ ବି ନିଜର ପାରଦର୍ଶିତାକୁ ଭୁଲନ୍ତୁ ନାହିଁ । ନିଜର ବ୍ୟକ୍ତିତ୍ୱ ଓ ଦକ୍ଷତା ଉପରେ ଭରସା ରଖନ୍ତୁ । ମନେ ରଖନ୍ତୁ କୌଣସି ବ୍ୟକ୍ତି ସଂପୂର୍ଣ୍ଣ ନୁହେଁ, ସମସ୍ତଙ୍କ ଭିତରେ କିଛି ନା କିଛି ଭଲ -ମନ୍ଦ ଗୁଣ ଅଛି । ଏଣୁ ନିଜର ଦୋଷ ତ୍ରୁଟିକୁ ଚିହ୍ନନ୍ତୁ ଏବଂ ନିଜର ଦକ୍ଷତା ଉପରେ ଭରସା ରଖନ୍ତୁ । ଏପରି କରିପାରିଲେ ନିଜ ଭିତରେ ଥିବା ନକାରତ୍ମକ ଭାବନା ଆପେ ଆପେ ଚାଲିଯିବ ।