ସ।ଧାରଣତଃ,ଆମେ ଆମ ଜୀବନକାଳରେ ଅନେକ ସମସ୍ୟା ମଧ୍ୟରେ ଗତି କରିଥାଉ । ଯଦିଓ ଏହାକୁ ସବୁଦିନ ପାଇଁ ଦୂର କରିବା କଷ୍ଟସାଧ୍ୟ ହୋଇଥାଏ କିନ୍ତୁ ଏହାକୁ କିଛି ସମୟ ପାଇଁ ଏଡାଇ ପାରିବାରେ ଆପଣ ସଫଳ ହୋଇପାରିବେ । ଯେଉଁଥିପାଇଁ ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ଦେବାକୁ ପଡିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଶାସ୍ତ୍ରରେ କୁହାଯାଇଛି, ଆମେ କରୁଥିବା ସମସ୍ତ କାର୍ଯ୍ୟର କିଛି ନିର୍ଦ୍ଦିଷ୍ଟ ସମୟ ଥାଏ ଅର୍ଥାତ୍ କିଛି କାମ ରାତି ସମୟରେ କରାଯିବାବେଳେ କିଛି କାମ ଦିନ ସମୟରେ କରାଯାଇଥାଏ । କାରଣ ଏହାଦ୍ୱାରା ଆପଣ ସୁରକ୍ଷିତ ରହିବା ସହ ଏକ ସୁନ୍ଦର ଜୀବନ ମଧ୍ୟ ପାଇପାରିବେ । ତେଣୁ ଏମିତି କିଛି କାର୍ଯ୍ୟ ରହିଛି ଯାହାକୁ ରାତିରେ କରିବା ଆଦୌ ଉଚିତ୍ ନୁହେଁ । ଆସନ୍ତୁ ସେ ସଂପର୍କରେ ଜାଣିବା ।
• ରାତିରେ ଶୋଇବାବେଳେ ମହିଳାମାନେ ମୁଖ୍ୟତଃ କେଶ ଖୋଲା କରି ଶୋଇବା ଉଚିତ ନୁହେଁ । କାରଣ ଏପରି କରିବାଦ୍ୱାରା ମନରେ ବିଭିନ୍ନ ନକରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ । ଯାହାକୁ ଆପଣଙ୍କ ଜୀବନରେ ଗଭୀର ପ୍ରଭାବ ପକାଇବା ସହ ବିଭିନ୍ନ କାର୍ଯ୍ୟରେ ଅସଫଳ ମଧ୍ୟ ହୋଇଥାନ୍ତି ।
• ଚାରିଛକ ରାସ୍ତା ଅର୍ଥାତ୍ ଚାରିଟି ରାସ୍ତା ଥିବା ମାର୍ଗରେ ବିଳମ୍ବିତ ରାତିରେ ଯିବା ଆଦୌ ଶୁଭଙ୍କର ନୁହେଁ । ଶାସ୍ତ୍ରନୁସାରେ, ଏହି ରାସ୍ତାରେ ଖରାପ ଶକ୍ତି ତଥା ଭୂତ ପିଶାଚଙ୍କ ବାସ ହୋଇଥାଏ । ଖାଲି ସେତିକି ନୁହେଁ ଏହି ରାସ୍ତାରେ ମଧ୍ୟ ମୃତ ବ୍ୟକ୍ତିର କ୍ରିୟାକର୍ମ କରାଯାଇଥାଏ । ଆଉ ଯେଉଁଥିରେ ନକରାତ୍ମକ ଶକ୍ତିର ପାର୍ଦୁଭାବ ଅଧିକ ଦେଖିବାକୁ ମିଳିଥାଏ । ତେଣୁ ଏହି ରାସ୍ତାମାନଙ୍କରେ ରାତିରେ ଯିବା କୌଣସି ବିପଦରୁ କମ୍ ହୋଇ ନଥାଏ ।
• ଅଧିକାଂଶ ଲୋକ ରାତିରେ ବାସନା ତେଲ କିମ୍ବା ଅତର ଲଗାଇ ଶୋଇବାକୁ ବେଶି ପସନ୍ଦ କରିଥାନ୍ତି । ତେବେ ଶାସ୍ତ୍ରନୁସାରେ କୌଣସି ପ୍ରକାରର ତୀବ୍ର ବାସନା ଯୁକ୍ତ ଅତର କିମ୍ବା ତେଲ ଲଗାଇବା ଆଦୌ ଉଚିତ ନୁହେଁ । କାରଣ ଏହା ବିଭିନ୍ନ ନକରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ । ତେଣୁ ଶୋଇବାବେଳେ କୋଣସି ଅତର ଲଗାଇ ନ ଶୋଇ ବରଂ ଭଗବାନଙ୍କୁ ପ୍ରାର୍ଥନା କରି ଶୋଇବା ଉଚିତ୍ ।
• ରାତି ସମୟରେ କୌଣସି ପରପୁରୁଷ କିମ୍ବା ପରସ୍ତ୍ରୀ ସହିତ ମିଳାମିଶା କରିବା ଅନୁଚିତ । ଏହା କରିବାଦ୍ୱାରା ଆପଣଙ୍କ ଗୌରବ ନଷ୍ଟ ହେବା ସହ ସମ୍ମାନରେ ମଧ୍ୟ ହାନୀ ଘଟିଥାଏ । ତେଣୁ ଏସବୁ କାର୍ଯ୍ୟରୁ ସର୍ବଦା ନିବୃତ୍ତ ରହିବା ଆବଶ୍ୟକ ।
• ଶାସ୍ତ୍ରନୁସାରେ, ରାତି ୧୨ଟାପରେ ଶାରୀରିକ ସଂପର୍କ ରଖିବା ଅନୁଚିତ । କାରଣ ରାତି ୧୨ଟା ପରେ ଆଗାମୀ ଦିନର ଆରମ୍ଭ ହୋଇଥାଏ । ଏହି ବେଳକୁ ବ୍ରହ୍ମ ବେଳା କୁହାଯାଏ । ତେଣୁ ଏହି ସମୟରେ ଭୂଲରେ ମଧ୍ୟ ଶାରୀରିକ ସଂପର୍କ ରଖିବା ଆଦୌ ଉଚିତ ନୁହେଁ । ଏହାଦ୍ୱାରା ବ୍ୟକ୍ତିର ପୁରୁଷତ୍ୱ ନଷ୍ଟ ହେବା ସହ ଖରାପ ଦିନ ଆରମ୍ଭ ହୋଇଥାଏ ।