ଜଣେ ବାପାଙ୍କ ଅଜବ ସଉକ ! ବିଭିନ୍ନ ଦେଶର ନାଁ ଅନୁସାରେ ୬ ଝିଅଙ୍କ ନାମକରଣ

43

ଏଭଳି ଏକ ଅଜବ ଖବର ଶୁଣିବାକୁ ମିଳିଛି ଉଦୟପୁର ଅଂଚଳରେ । ଯେଉଁଠି ଏକ ଘରେ ଆଉ ଏକାସଙ୍ଗେ ବାସ କରୁଛନ୍ତି ଗୋଟେ ନୁହେଁ କି ଦୁଇଟା ନୁହେଁ ପାଖାପାଖି ଛ’ଟି ଦେଶର ଝିଅ । କଥା ଆପଣଙ୍କୁ ଟିକେ ଅଜବ ଲାଗୁଥିବ ନିଶ୍ଚୟ । ତେବେ ପ୍ରକୃତ ଘଟଣାଟି ହେଲା ନିଜର ବନ୍ଧୁତାକୁ ସୁଦୁଢ କରିବାକୁ ଯାଇ ଜଣେ ବ୍ୟକ୍ତି ତାର ଝିଅମାନଙ୍କ ନାମକରଣ କରିଛନ୍ତି କିଛି ଏଭଳି ଢଙ୍ଗରେ । ଅର୍ଥାତ୍ ସେ ତାଙ୍କ ୬ଟି ଝିଅଙ୍କ ନାଁ ରଖିଛନ୍ତି ସତ ମାତ୍ର ସେ ପୁଣି ୬ଟି ଦେଶର ନାଁକୁ ନେଇ । ଯାହାଦ୍ୱାରା ସେ କେବଳ ନିଜ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ପାଲଟି ଯାଇଛନ୍ତି ଚର୍ଚ୍ଚାର ବିଷୟ ।

ତେବେ ଉଦୟପୁରରେ ବାସକରୁଥିବା ରାମଲାଲ ପାରଗୀ ଏକ ସେବାମନ୍ଦିରରେ ପାଖାପାଖି ୩୦ ବର୍ଷ ଧରି କାମ କରି ଆସୁଛନ୍ତି । ମାତ୍ର ତାଙ୍କର ସେବାତ୍ମକ ମନଭାବରେ ସେଠାକୁ ଆକର୍ଷିତ ହୋଇ ଆସନ୍ତି ବିଶ୍ୱର କୋଣ ଅନୁକୋଣରୁ ଅନେକ ପର୍ଯ୍ୟଟକ । ଯାହା ଫଳରେ ରାମଲାଲଙ୍କ ସହ ସେମାନଙ୍କ ବନ୍ଧୁତା ସୃଷ୍ଟି ହୋଇଥିଲା । ବନ୍ଧୁତାର ଅନାବିଡ ସଂପର୍କ ତଥା ନିଜର ଏହି ବନ୍ଧୁତାକୁ ସୁଦୁଢ କରିବାକୁ ଯାଇ ରାମଲାଲ ନିଜ ୬ ଝିଅଙ୍କ ନାଁ ସେହି ଦେଶଗୁଡିକ ନାଁରେ ରଖିଛନ୍ତି ଯେଉଁଠାରୁ ତାଙ୍କ ବନ୍ଧୁମାନେ ବୁଲିବାକୁ ଆସିଥାନ୍ତି । ରାମଲାଲଙ୍କ ବଡ ଝିଅ ନାଁ ଆମେରିକା କୁମାରୀ,ଦ୍ୱିତୀୟ ଝିଅ ନାଁ ଜାପାନ,ତୃତୀୟ ଝିଅ ନାଁ ମଲେସିଆ କୁମାରୀ, ଚତୁର୍ଥ ଝିଅ ନାଁ ଇଣ୍ଡିଆ କୁମାରୀ,ପଂଚମ ଝିଅର ନାଁ ଜର୍ମାନୀ ଏବଂ ଷଷ୍ଠ ଝିଅଟିର ନାଁ ରଖିଛନ୍ତି ଇଟାଲୀ କୁମାରୀ ।

ଏହା ବ୍ୟତୀତ ରାମଲାଲଙ୍କ ଏକ ପୁଅ ମଧ୍ୟ ଅଛି ଯାହାର ନାଁ ଆଜାଦ୍ ବୋଲି ରଖିଛନ୍ତି । ନିଜ ସନ୍ତାନମାନଙ୍କରଏଭଳି ନାମ ରଖିବା କାରଣରୁ ରାମଲାଲଙ୍କୁ ନିଜ ପଂଚାୟତରେ ନୁହେଁ ବରଂ ସାରା ଦେଶରେ ବିଶେଷ ରୂପରେ ଜାଣିବାକୁ ମିଳିଛି । ଝିଅଙ୍କୁ ବୋଝ ପରି ମନେକରୁଥିବା ବ୍ୟକ୍ତିଙ୍କ ପାଇଁ ରାମଲାଲ ବାସ୍ତବରେ ଏକ ମିଶାଲ ପାଲଟିିଛନ୍ତି । ବର୍ତ୍ତମାନ ରାମଲାଲଙ୍କ ୬ଟି ଝିଅ ଉଚ୍ଚ ଶିକ୍ଷିତା ହେବା ସହ ବିଭିନ୍ନ କାର୍ଯ୍ୟରେ ମଧ୍ୟ ବାପାଙ୍କୁ ସହଯୋଗ କରୁଛନ୍ତି ।