ସାବଧାନ ! ଧୂମ୍ରପାନ ଠାରୁ ଅଧିକ ଭୟଙ୍କର ଅଟେ ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ବସିରହିବା ! ଜାଣନ୍ତୁ ଏହାର କାରଣ
ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମେ ଆମ ଶରୀର ପ୍ରତି ଧ୍ୟାନ ଦେଇପାରୁନାହୁଁ । କୌଣସି ଖରାପ ଅଭ୍ୟାସର ବଶବର୍ତ୍ତୀ ନହେବା ଚେଷ୍ଟା କରିଥାଉ । ଯଦି ଆପଣ କୌଣସି ଖରାପ ଅଭ୍ୟାସକୁ ଆପଣେଇଛନ୍ତି ତେବେ ଯଥାଶୀଘ୍ର ଏହାକୁ ପରିତ୍ୟାଗ କରନ୍ତୁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଯଦିଓ ଆମେ ମଦ୍ୟ, ସିଗାରେଟ ଭଳି ଖରାପ ଅଭ୍ୟାସକୁ ନିଜର କରିନାହୁଁ କିନ୍ତୁ ଆମେ ଦିନସାରା କିଛିି ଏପରି କାର୍ଯ୍ୟ କରୁଛୁ ଯାହାଦ୍ୱାରା ଆମ ଶରୀରରେ ଅନେକ ସମସ୍ୟା ଦେଖାଦେଉଛି । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଧୂମ୍ରପାନ ଠାରୁ ଅଧିକ ଭୟଙ୍କର ଅଟେ ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସିରହିବା ।
ସ୍ୱାସ୍ଥ୍ୟବିଶେଷଜ୍ଞଙ୍କ ମତାନୁସାରେ ଆମେ ସମସ୍ତେ ଅଫିସରେ ବେଶୀ ସମୟ ବସିବା ଉଚିଚ୍ ନୁହେଁ । ବେଶୀ ସମୟ ବସିବା ଦ୍ୱାରା ହୃଦୟ ସମସ୍ୟା ଜନିତ ରୋଗ ଏବଂ ମଧୁମେହ ରୋଗ ଭଳି ଅନେକ ଗମ୍ଭୀର ସମସ୍ୟା ଦେଖାଯାଇପାରେ । ଯେଉଁଥିପାଇଁ ଟ୍ରେଡମିଲ ଓ ଷ୍ଟାଣ୍ଡିଂ ଡେସ୍କ ଭଳି ମେସିନର ଚାହିଦା ବୃଦ୍ଧି ପାଉଛି । ମାତ୍ର ଏହାଦ୍ୱାରା ସ୍ୱାସ୍ଥ୍ୟରେ ପରିବର୍ତ୍ତନ ସିନା ଦେଖାଯିବ ମାତ୍ର ଏହା ମସ୍ତିଷ୍କ ଉପରେ ସୁପ୍ରଭାବ ପକାଇବ ନାହିଁ ।
ଆମେ ସମସ୍ତେ ଜାଣୁ ଛିଡା ହୋଇ କିମ୍ବା ଏପଟସେପଟ ହେବା ପରିବର୍ତ୍ତେ ଗୋଟିଏ ସ୍ଥାନରେ ବସି ଭଲ ଟାଇପ କରିହୁଏ । କ’ଣ ଏହା ମସ୍ତିଷ୍କ କ୍ଷମତା ଉପରେ ମଧ୍ୟ ଲାଗୁ ହେଉଛି ? ‘ଦ ଜର୍ନଲ ଅଫ ସାଇନସ୍ ଏଣ୍ଡ ମେଡିସିନ ସ୍ପୋର୍ଟ’ରେ ଛାପା ଯାଇଥିବା ଏକ ରିପୋର୍ଟ ଅନୁସାରେ, ଅରିଜୋନା ଷ୍ଟେଟ ୟୁନିଭର୍ସିଟିର ଗବେଷକମାନେ ଅଧିକ ଓଜନ ଥିବା ୯ଜଣ ମହିଳା ଏବଂ ପୁରୁଷଙ୍କୁ ନିଯୁକ୍ତି ଦେଇଥିଲେ । ସେମାନଙ୍କ ମଧ୍ୟରୁ କେହି ବେଶୀ କ୍ରିୟାଶୀଳ ନଥିଲେ ।
ସେମାନଙ୍କୁ ଏକ ନକଲି ଅଫିସ ନିର୍ମାଣ କରି କାମରେ ରଖାଯାଇଥିଲା । ପ୍ରଥମ ଦିନରେ ଏମାନେ ୮ଘଂଟା ପର୍ଯ୍ୟନ୍ତ(କେବଳ ବାଥରୁମ ବ୍ରେକ ଛାଡି)ଲଗାତାର ଗୋଟିଏ ସ୍ଥାନରେ ବସି ଅଫିସରେ ଯେପରି କାର୍ଯ୍ୟ କରାଯାଏ ସେହିପରି କମ୍ପ୍ୟୁଟର ଏବଂ ଫୋନରେ କଥା ହେଲା ଭଳି କାର୍ଯ୍ୟ କରିଥିଲେ । ଦିନରେ ଦୁଇଥର ସେମାନେ ମସ୍ତିଷ୍କର ସାହାରା ନେଇ ଅନେକ କାମ ଯେପରିକି ଅନେକ ନିଷ୍ପତ୍ତି ନେବାଭଳି କାର୍ଯ୍ୟ ମଧ୍ୟ କରିଥିଲେ ।
ଗବେଷକମାନଙ୍କୁ ଲାଗୁଥିଲା କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଛିଡା ହେବାଦ୍ୱାରା କିମ୍ବା ବ୍ୟାୟାମ କରିବାଦ୍ୱାରା କାର୍ଯ୍ୟରେ ବାଧା ସୃଷ୍ଟି ହେବା କିମ୍ବା କୌଣସି ପଦକ୍ଷେପ ନେବା କ୍ଷମତା ଉପରେ ଆଂଚ ଆସିପାରେ ମାତ୍ର ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଥିଲା । ବ୍ରେକ ନେବା ଦ୍ୱାରା ଚିନ୍ତା କରିବାର କ୍ଷମତାରେ ଅନେକ ସୁଧାର ହୋଇଛି ଏବଂ ସେମାନେ ଉତ୍ତମ କାର୍ଯ୍ୟ ପ୍ରଦର୍ଶନ କରିଛନ୍ତି । ୧୦ମିନିଟ୍ ପର୍ଯ୍ୟନ୍ତ ଚଲାବୁଲା, ଡେସ୍କ ପ୍ୟାଡେଲିଂ ଓ ବୁଲାବୁଲି କରି ଆସିବାପରେ ମସ୍ତିଷ୍କ ସୁସ୍ଥ ରହୁଛି ।ଏହାର ପରିଣାମ ସ୍ୱରୂପ କର୍ମଚାରୀମାନେ ଉତ୍ତମ କାର୍ଯ୍ୟ ପରିବେଷଣ କରିପାରୁଛନ୍ତି । ( ସୌଜନ୍ୟ- ନବଭାରତ ଟାଇମ୍ସ)