୮ଟି ତରିକାରେ କରନ୍ତୁ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାର ଚିକିତ୍ସା !

141

ତୁରନ୍ତ ଗଣ୍ଠି ଯନ୍ତ୍ରଣାରୁ ଆରାମ ନିମନ୍ତେ ପ୍ରାୟ ସମସ୍ତେ ପେନକିଲର ବ୍ୟବହାର କରିଥାନ୍ତି । ମାତ୍ର ଏଥିରେ ପାଶ୍ୱ ପ୍ରତିକ୍ରିୟାର ଆଶଙ୍କା ଥାଏ । ତେଣୁ ଦେଶୀ ବା ଘରୋଇ ଚିକିତ୍ସା କରିବା ଭଲ ଅଟେ । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ କିଛି ଟିପ୍ସ ।

• ଜୁଆଣିକୁ ପାଣିରେ ପକାଇ ସିଝାନ୍ତୁ । ବ୍ୟଥା ସ୍ଥାନରେ ସେହି ପାଣିର ସେକ ଦିଅନ୍ତୁ ।

• ଜୁଆଣି ତେଲ ମାଲିସ୍ କଲେ ଗଣ୍ଠି ଦରଜରୁ ଆରାମ ମିଳିଥାଏ ।

• ନିମ ତେଲ ମାଲିସରେ ମଧ୍ୟ ଉପଶମ ମିଳିଥାଏ ।

• ଶୁଣ୍ଠି, ଗୋଲମରିଚ ଏବଂ ଲହୁଣୀ ଆଦି ସମାନ ମାତ୍ରାରେ ମିଶାଇ ଗୁଣ୍ଡ କରି ରଖନ୍ତୁ । ପ୍ରତିଦିନ ଏହାକୁ ମହୁ ସହିତ ମିଶାଇ ସେବନ କରନ୍ତୁ ।

• ୨୦୦ ଗ୍ରାମ ମେଥିକୁ ଭାଜି ଗୁଣ୍ଡ କରି ଦିଅନ୍ତୁ । ୫୦ ଗ୍ରାମର ଶୁଣ୍ଠି, ୨୫ ଗ୍ରାମର ହଳଦୀ, ୨୫୦ ଗ୍ରାମର ମିଶ୍ରିକୁ ପେଶି ଏକ ବୋତଲରେ ରଖନ୍ତୁ । ଏହାକୁ ପ୍ରତିଦିନ ସକାଳ ଏବଂ ସଂଧ୍ୟାରେ ଗୋଟିଏ ଲେଖାଏଁ ଚାମଚ କ୍ଷୀର ସହିତ ମିଶାଇ ସେବନ କରନ୍ତୁ ।

• ହରଡ, ଶୁଣ୍ଠି ଏବଂ ଜୁଆଣି ଆଦିକୁ ସମାନ ପରିମାଣରେ ମିଶାଇ ତାକୁ ଭଲଭାବେ ଗୁଣ୍ଡ କରି ଦିଅନ୍ତୁ । ଏବଂ ଏହି ଗୁଣ୍ଡକୁ ସକାଳ ଓ ସଂଧ୍ୟାରେ ୫ଗ୍ରାମ ମାତ୍ରାରେ ଗରମ ପାଣିରେ ମିଶାଇ ପିଅନ୍ତୁ ।

• ଦିନରେ ୪ରୁ ୫ ଥର ସେବନ କରନ୍ତୁ କିମ୍ବା ଏହାର ରସ ଏକ ଗ୍ଲାସ୍ ସକାଳ ଓ ସଂଧ୍ୟାରେ ପିଇଲେ ଲାଭ ମିଳିଥାଏ ।

• ଜଡା ତେଲରେ ଜୁଆଣି ଏବଂ ରସୁଣ ଜାଳି ସେହି ତେଲ ମାଲିସ୍ କରିବାଦ୍ୱାରା ଆରାମ ମିଳିଥାଏ ।

ଏହାସହ ମଧ୍ୟ ପଢନ୍ତୁ- ପିଲାଙ୍କୁ ଅଧିକ ପସନ୍ଦ ଚା’ ପିଇବା ! କିନ୍ତୁ କଣ ପିଲାଙ୍କୁ ଚା’ ଦେବା ଉଚିତ୍