ଭୁଲରେ ବି ଏହି ୭ଟି ହେଲଥ କଣ୍ଡିସନରେ ଖାଆନ୍ତୁ ନାହିଁ ସୋୟାବିନ । ଚାଲିଯାଇପାରେ ଆପଣଙ୍କ ଜୀବନ

124

ପ୍ରୋଟିନ, ଅମିନୋ ଏସିଡ, କାଲସିୟମ ଏବଂ ଫାଇବରରୁ ଭରପୁର ସୋୟାବିନ ସେବନ ଶରୀର ପାଇଁ ଅଧିକ ଲାଭଦାୟକ ଅଟେ । ସୋୟାବିନ ଖାଇବା ଦ୍ୱାରା ଚର୍ମଠାରୁ ଆରମ୍ଭ କରି ଅନେକ ରୋଗବେମାରୀ ଦୂରିଭୁତ ହୋଇଥାଏ, କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହା ସ୍ୱାସ୍ଥ୍ୟ ପାଇଁ ବି କ୍ଷତିକାରକ ହୋଇପାରେ । କିଛି ହେଲଥ କଣ୍ଡିସନରେ ସୋୟାବିନର ସେବନ ବିଷ ଭଳି କାମ କରିଥାଏ । ଏକି ରିସର୍ଚ୍ଚ ଅନୁସାରେ, କିଛି ରୋଗବେମାରୀରେ ସୋୟାବିନର ସେବନ ବିଷ ବୋଲି ଗ୍ରହଣ କରାଯାଇଛି । ରୋଗୀ ଯଦି ଲଗାତର ଭାବରେ ସୋୟାବିନ ସେବନ କରନ୍ତି ତେବେ ଏହା ଏକ ସ୍ଲୋ ପଏଜନ ଭଳି ଶରୀରକୁ ନିଷ୍ଟ କରିଦେଇଥାଏ । ଯଦି ଆପଣ ମଧ୍ୟ ସୋୟାବିନ ସେବନ କରୁଛନ୍ତି ତେବେ ଆଜିଠାରୁ ଖାଇବା ବନ୍ଦ କରିଦିଅନ୍ତୁ । ତେବେ ଆସନ୍ତୁ ଜାଣିବା କେଉଁ ହେଲଥ ପ୍ରୋବଲେମରେ ସୋୟାବିନ ଖାଇବା କ୍ଷତିକାରଣ ହୋଇପାରେ ।

ହାର୍ଟ ପ୍ରୋବଲେମ

ଯଦି ଆପଣଙ୍କୁ କୌଣସି ବି ପ୍ରକାରର ହାର୍ଟ ପ୍ରୋବଲେମ ରହିଛି ତେବେ ସୋୟାବିନ ଖାଇବା ଆଜିଠାରୁ ବନ୍ଦ କରିଦିଅନ୍ତୁ । ଅଧ୍ୟୟନ ଅନୁସାରେ, ସୋୟାବିନରେ ଟ୍ରାନ୍ସ ଫ୍ୟାକ୍ଟ ଉପଲବ୍ଧ ଥାଏ । ଯାହାକି ହାର୍ଟ ପାଇଁ କ୍ଷତିକାରକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ହୃଦୟକୁ ଦୁର୍ବଳ କରି ଆପଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ।

ଗର୍ଭବତୀ ମହିଳାଙ୍କୁ ଖାଇବାକୁ ମନା ସୋୟାବିନ

ସମୟରେ ସୋୟାବିନ ଖାଇବା କୌଣସି ବିପଦରୁ କମ ନୁହେଁ । ଏହାଦ୍ୱାରା ପାଚନ କ୍ରିୟାରେ ଅନେକ ଅସୁବିଧା ହୋଇଥାଏ । ଯେଉଁ କାରଣରୁ ମହିଳାମାନଙ୍କୁ ବାନ୍ତି କିମ୍ବା ଦୁର୍ବଳତା ଅନୁଭବ କରିଥାନ୍ତି ।

କିଡନୀ ରୋଗୀଙ୍କ ପାଇଁ କ୍ଷତିକାରକ

ଯଦି ଆପଣଙ୍କର କିଡନୀ ସହ ଜଡିତ କୌଣସି ବି ସମସ୍ୟା ରହିଛି । ତେବେ ଆପଣଙ୍କୁ ସୋୟାବିନ ଠାରୁ ଦୂରରେ ରହିବା ଉଚିତ । କାରଣ କିଡନୀ ପାଇଁ ଏହା ରସାୟନିକ ତତ୍ୱ ବିଷ ଭଳି କାମ କରିଥାଏ । ଏହାଦ୍ୱାରା କିଡନୀ ଫେଲ୍ ଭଳି ସମସ୍ୟା ବି ହୋଇପାରେ ।

 ୟୁରିନ କ୍ୟାନସର

ଏଭଳି ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ସୋୟାବିନଠାରୁ ଦୂରରେ ରହିବା ଉଚିତ ।

ଡାଇବେଟିସ

ଡାଇବେଟିସ ରୋଗୀ ମଧ୍ୟ ଅଧିକ ମାତ୍ରାରେ ସୋୟାବିନ ସେବନ ନକରିବା ଉଚିତ । ଏହା ସେମାନଙ୍କ ପାଇଁ ବେଶି କ୍ଷତିକାରକ ପ୍ରମାଣିତ ହୋଇପାରେ । ଯଦି ଆପଣଙ୍କ ପରିବାରରେ କାହାକୁ ଡାଇବେଟିସ ହୋଇଛି ତେବେ ଆପଣଙ୍କୁ ବି ଏହି ରୋଗ ହେବାର ବିପଦ ରହିଛି । ତେଣୁ ଏଭଳି ପରିସ୍ଥିତିରେ ସୋୟାବିନଠାରୁ ଦୂରେଇ ରହିବା ବେଷ୍ଟ ।

ଆଲର୍ଜି ପ୍ରୋବଲେମ

ଯଦି ଆପଣ ଚର୍ମ ଜନିତ ରୋଗରେ ଆକ୍ରାନ୍ତ ଅଛନ୍ତି । ତେବେ ଭୁଲରେ ବି ସୋୟାବିନ ଖାଆନ୍ତୁ ନାହିଁ । ଏହାଛଡା ଯଦି ଆପଣଙ୍କଠାରେ ମାଇଗ୍ରେନ ସମସ୍ୟା ରହିଛି ତେବେ ବି ସୋୟାବିନ ଖାଆନ୍ତୁ ନାହିଁ ।

ଥାଇରଏଡ

ଯଦି ଆପଣଙ୍କୁ ମେଦବହୁଳତା ଥାଇରଏଡ ହୋଇଛି ତେବେ ସୋୟାବିନ କିମ୍ବା ଏଥିରେ ପ୍ରସ୍ତୁତ ହୋଇଥିବା କୌଣସି ବି ଖାଦ୍ୟ ଜିନିଷ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରଣ ଅଟେ । ଏହାଦ୍ୱାରା ଆପଣଙ୍କ ଓଜନ ନିୟନ୍ତ୍ରଣ ରହିବା ପରିବର୍ତ୍ତେ ଅଧିକ ବଢି ଯାଇଥାଏ । ତେଣୁ ଏଥିପାଇଁ ଭୁଲରେ ବି ସୋୟାବିନ ଖାଆନ୍ତୁ ନାହିଁ ।