ସାବଧାନ୍ ! କଳା ଛଡାଇ ନେଇପାରେ ଦୃଷ୍ଟି ଶକ୍ତି, ଶିଶୁଙ୍କ ଆଖିରେ କାଜଲ ଲଗାଇଦେବା ପୂର୍ବରୁ ଥରେ ପଢିନିଅନ୍ତୁ ଏହି ଖବର

76

ପ୍ରତିଟି ମାଆ ନିଜ ପିଲାର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସବୁବେଳେ ଯତ୍ନବାନ ହୋଇଥାନ୍ତି । ପିଲାର ଦେଖାଶୁଣାକୁ ନେଇ ସବୁବେଳେ ଚିନ୍ତାରେ ମଧ୍ୟ ରହିଥାନ୍ତି । ଏପରିକି ପିଲାର କପଡା ଠାରୁ ଆରମ୍ଭ କରି ମାଲିସ୍ ପର୍ଯ୍ୟନ୍ତ, ପ୍ରତିଟି କାମକୁ ଅତି ଗୁରୁତର ସହ ଗ୍ରହଣ କରିଥାଏ । ସେହିପରି ଅନେକ ମାଆମାନଙ୍କ ବିଶ୍ୱାସ ରହିଛି କି, କାଜଲ ବା କଳା ଲଗାଇବା ଦ୍ୱାରା ପିଲାମାନେ ସୁସ୍ଥ୍ୟ ରହିଥାନ୍ତି । ଏହାଛଡା କଳା ପିଲାମାନଙ୍କୁ ବିଭିନ୍ନ ନକରାତ୍ମକ ଶକ୍ତିରୁ ବି ରକ୍ଷା କରିଥାଏ । ହେଲେ କେହି ଜାଣନ୍ତି ନାହିଁ କି, କଳା ଲଗାଇବା ଶିଶୁଙ୍କ ପାଇଁ ସଂପୂର୍ଣ୍ଣ ରୂପରେ ସୁରକ୍ଷିତ କି ନୁହେଁ । ତେବେ ଆସନ୍ତୁ ଜାଣିବା ପିଲାଙ୍କ ପାଇଁ କଳା ଲଗାଇବା ଠିକ୍ ନା ଖରାପ ।

କାଜଲ ବା କଳା ମେକଅପ ପ୍ରଡକ୍ଟଗୁଡିକ ମଧ୍ୟରେ ଗୋଟିଏ । ଯାହାକୁ ସବୁ ପିଲାଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ବି ବ୍ୟବହାର କରିପାରିବେ । କାହିଁକି ନା କାଜଲ ଆଖିର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣି କରିଦେଇଥାଏ । ବଜାରରେ ଆଜିର ଦିନରେ ବିଭିନ୍ନ ପ୍ରକାର ବ୍ରାଣ୍ଡର କାଜଲ ଉପଲବ୍ଧ । ତେବେ ଛୋଟ ପିଲାଙ୍କ ଆଖିରେ କାଜଲ ବା କଳା ଲଗାଇବା ବଳି ପରମ୍ପରା କାହିଁ କେତେ କାଳରୁ ଚାଲିଆସିଛି । ବିଶ୍ୱାସ ରହିଛି କି, ବୟୋଜେଷ୍ଠ୍ୟ ଲୋକମାନେ ଖରାପ ନଜରରୁ ରକ୍ଷା କରିବା ପାଇଁ ନବଜାତ ଶିଶୁଙ୍କ ଆଖିରେ ଏବଂ କପାଳରେ କଳା ଲଗାଇଥାନ୍ତି । ଏହାଛଡା ବିଶ୍ୱାସ ରହିଛି କି, କଳା ଆଖିକୁ ଉଭୟ ସଂକ୍ରମଣ ଏବଂ ସୂର୍ଯ୍ୟର ପ୍ରଖର କିରଣରୁ ରକ୍ଷା କରିଥାଏ । ଏବଂ ଆଖିକୁ ସଫା ରଖିଥାଏ । କିନ୍ତୁ ଏହା ଏକ ଅନ୍ଧବିଶ୍ୱାସ । କାରଣ ନବଜାତ ଶିଶୁଙ୍କୁ କଳା ଲଗାଇବା ଦ୍ୱାରା ସେମାନଙ୍କର ଦୃଷ୍ଟି ଶକ୍ତି ପିଲାବେଳରୁ ହିଁ ହ୍ରାସ ପାଇବାରେ ଲାଗିଥାଏ । ତେବେ କିଭଳି ଜାଣିବା ପାଇଁ ପଢନ୍ତୁ ପୂରା ଖବର ।

ସର୍ବପ୍ରଥମେ ଏଠାରେ ଆମେ କହି ରଖୁଛୁ କି, କାଜଲ ବା କଳା ଘିଅ ଏବଂ କେଷ୍ଟରର ତେଲ ସହିତ ଅଏଲ ଲେମ୍ପସର ସୁଟକୁ ମିଶାଇ ଘରେ ପ୍ରସ୍ତୁତ ହେଉଥିବା ଏକ ବ୍ଲାକ୍ ପେଷ୍ଟ । ତେଣୁ ଏଥିପାଇଁ ପଡିଓଟ୍ରିସିୟନ ନବଜାତ ଶିଶୁଙ୍କ ଆଖିରେ କଳା ଲଗାଇବାକୁ ପରାମର୍ଶ ଦେଇନଥାନ୍ତି ।

ଇନଫେକସନ- କଳା ଲଗାଇବା ଦ୍ୱାରା ଶିଶୁଙ୍କ ଆଖିରୁ ପାଣି ବାହାରିବା ଆରମ୍ଭ କରିଥାଏ, ଯାହାଦ୍ୱାରା ତାଙ୍କୁ ଇନଫେକସନ ହେବାର ଭୟ ରହିଥାଏ ।

କୁଣ୍ଡାଇ ହେବା- ଛୋଟ ପିଲାଙ୍କୁ ପ୍ରତି ଦିନ କଳା ଲଗାଇବା ଦ୍ୱାରା କଳା ଧିରେ ଧିରେ ସେମାନଙ୍କ ଆଖିରେ ଜମିବାକୁ ଲାଗିଥାଏ , ଯାହାଦ୍ୱାରା ଆଖି କୁଣ୍ଡାଇ ହୋଇଥାଏ । ଖାଲି ଏତିକି ନୁହେଁ , ଏହାଦ୍ୱାରା ଆଖିକୁ ଝାପସା ଝାପସା ବି ଦେଖାଯାଇଥାଏ ।  ସେହିପରି ଯଦି କଳାରେ ଲେଡ ଅଧିକ ମାତ୍ରାରେ ରହିଥାଏ, ତେବେ ଏହା ପିଲାଙ୍କ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ମଧ୍ୟ ପକାଇଥାଏ । ଏହାଦ୍ୱାରା ପିଲାଙ୍କ ମାନସିକ ବିକାଶ ଭଲ ଭାବରେ ହୋଇପାରିନଥାଏ ।

ଡ୍ରାଏ ଆଖି- ଯଦି କଲା ଲଗାଇବା ପରେ ପିଲାଟି ଆଖିକୁ ବାରମ୍ବାର ମଳିବାକୁ ଲାଗେ, ତେବେ ଏହାର ଅର୍ଥ ହେଲା, କଳା ନାଇବା ଦ୍ୱାରା ତାର ଆଖି ଜଳାପୋଡା ହେଉଛି । ତେଣୁ ତୁରନ୍ତ ପିଲାଟିର ଆଖିରୁ କଳା ହଟାଇ ଦିଅନ୍ତୁ । କାହିଁକି ନା ଏହାଦ୍ୱାରା ଶିଶୁଟିର ଆଖି ଡ୍ରାଏ ହୋଇପାରେ ।