ନିଜ ସାଥୀର ମନ ଜିଣିବାକୁ ଚାହୁଁଛନ୍ତି କି? ଭାଲେଣ୍ଟାଇନ୍ ଡେ’ରେ କରନ୍ତୁ ଏହି ପ୍ରୟାସ

54

valentine day romantic ideas (10)ନିଜର ବୟଫ୍ରେଣ୍ଡ ବା ଜୀବନସାଥୀଙ୍କ ଅଧିକ ନିକଟତର ହେବାକୁ ଚାହୁଁଛନ୍ତି କି ? ଏବେ ହେଉଛି ଏହାର ପ୍ରକୃତ ସମୟ । ତାଙ୍କର ମନ ମୁତାବକ ଉପହାର ଦେଇ ତାଙ୍କ ମନ ଜିଣନ୍ତୁ । ଭାଲେଣ୍ଟାଇନ ଡେରେ ତାଙ୍କର ଅଧିକ ନିକଟତର ହୁଅନ୍ତୁ –
କେମିତି କରିବେ ଭାଲେଣ୍ଟାଇନ ଡେ ସେଲିବ୍ରେଟ୍
୧ – କେବଳ ଯେ ଖାଲି ନିଜର ପ୍ରିୟଙ୍କୁ ଗିଫ୍ଟ  ଦେବେ , ତା ନୁହେଁ । ଗୋଲାପ ଫୁଲ ଦେଇ ନିଜର ଫିଲିଙ୍ଗସକୁ ଏକ୍ସପ୍ରେସ କରନ୍ତୁ ।
୨ – ପ୍ରଥମ ଡେଟରେ ଯେଉଁଠାକୁ ଯାଇଥିଲେ ସେହି ସ୍ଥାନକୁ ଆଉଥରେ ଯାଆନ୍ତୁ । ସେହି ଦିନ ଯେଉଁ ଖାଦ୍ୟ ଖାଇଥିଲେ ସେହିଦିନ ଆଉଥରେ ସେହିଖାଦ୍ୟ ଖାଆନ୍ତୁ ଏବଂ ପ୍ରଥମ ଭେଟରେ ଦିନଟିକୁ ଯେମିତି ବିତେଇଥିଲେ , ଏ ଦିନଟିକୁ ସେମିତି ବିତାନ୍ତୁ ।
୩ – ଭାଲେଣ୍ଟାଇନ ଡେ ସେଲିବ୍ରେସନ ପାଇଁ ଆପଣକୁ ଘର ଛାଡିବା ଦରକାର ନାହିଁ । ଫୋନକୁ ସୁଇଚ୍ ଅଫ୍ କରିଦିଅନ୍ତୁ । ଉଭୟ ଢେର ଏନଜୟ କରନ୍ତୁ ।
୪ – ଆପଣଙ୍କ ପ୍ରିୟ ସାଥୀଙ୍କୁ କିଛି ମିଠା ବା ଚକୋଲେଟ ଦିଅନ୍ତୁ । ଏହା ତାଙ୍କର ମନ ପସନ୍ଦର ହୋଇପାରେ ।
୫ – ସାଥୀକୁ ଭଲ ଲାଗୁଥିବା ପ୍ରିୟ ପୋଷାକ ଉପହାର ଦିଅନ୍ତୁ । ଏହା ତାଙ୍କୁ  ସ୍ପେଶାଲ ଫିଲିଙ୍ଗସ ଦେବ ।
୬ – ଷ୍ଟୋରରୁ କାର୍ଡ କିଣିବା ପରିବେର୍ତ୍ତ ନିଜେ ଘରେ କିଛି ଏମିତି ତିଆରି କରି ଦିଅନ୍ତୁ , ଏହା ମନ ଜିଣା କାମ ପରି ଲାଗିବ ।