ସୁସ୍ଥ ରହିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ କିଛି ଘରୋଇ ଉପାୟ

107

ଦୀପାବଳି ହେଉଛି ଆଲୋକର ପର୍ବ । ଏହା ଅନ୍ଧକାରକୁ ଦୂର କରି ଆଲୋକ ଆଣିଥାଏ । ଖୁସି ଆଣିଥାଏ । ଦୀପାବଳି ଆସିଲେ ସମସ୍ତଙ୍କର ମନରେ ଆନନ୍ଦ ଭରିଯାଏ । ଦୀପାବଳୀ ସମୟରେ ସମସ୍ତେ ଫୋଟକା, ବାଣ ଆଦି ଫୁଟାନ୍ତି । ବହୁତ ମିଠା ବଣ୍ଟାଯାଏ । ଲୋକମାନଙ୍କୁ ମିଠା ଖାଇବା ମନା ଥିଲେ, ମଧ୍ୟ ଖୁସିରେ ସେ ଖାଇଥାଆନ୍ତି । ଆସନ୍ତୁ ଜାଣିବା କିଛି ଆୟୁର୍ବେଦିକ ଟିପ୍ସ ଯାହା ଏହି ଦୀପାବଳିରେ ଆପଣଙ୍କୁ ଫିଟ୍ ରଖିବ ।

ଆପଣଙ୍କର ଯଦି ଡାଇବେଟିସ୍ ଅଛି, ତା’ହେଲେ ଆପଣଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡିବ । ବେଶି ମିଠା ଖାଇବା ଦ୍ୱାରା ବ୍ଲଡ୍ ସୁଗାର ଅଧିକ ହୋଇଯାଏ । ଫଳରେ ଏହା ଶରୀରର ଅଙ୍ଗକୁ ନଷ୍ଟ କରିବାରେ ପ୍ରଭାବ ପକାଇଥାଏ । ସେଥିପାଇଁ ମିଠା ବଦଳରେ ଆମେ ଡ୍ରାଇ ଫ୍ରୁଟ୍ସ ମଧ୍ୟ ଖାଇପାରିବା । ଯେତେ ପର୍ବ ପାଳନ କଲେ ମଧ୍ୟ ଠିକ୍ ସମୟରେ ଠିକ୍ ପରିମାଣର ଖାଦ୍ୟ ଖାଇବା ଉଚିତ୍ । ଏହା ଆମ ପାଇଁ ଭଲ । ଏହି ପର୍ବରେ ବହୁତ ସଂପର୍କୀୟମାନଙ୍କୁ ମଧ୍ୟ ମିଠା ଦେବାକୁ ପଡିଥାଏ । ସେଥିପାଇଁ ଆମେ କମ୍ ବଜେଟ୍ରେ ସବୁ କରିବା ସେହି କଥା ଭାବିଥାଉ । ସେଥିପାଇଁ ଆମେ ଦୂର ସଂର୍ପକୀୟଙ୍କପାଇଁ କମ୍ ଦାମରେ ମିଠା କିଣିଥାଉ । କିନ୍ତୁ ଧ୍ୟାନ ରଖନ୍ତୁ ଶସ୍ତାରୁ ହିନସ୍ତା ହୋଇଥାଏ । ଯେମିତି କମ୍ ଦାମ୍ରେ ମିଠା ଦେବେ ସେମିତି ଆପଣଙ୍କ ପକେଟ୍ରୁ ହସ୍ପିଟାଲ ପାଇଁ ବିଲ୍ ଯିବ । ସେଥିପାଇଁ ସବୁ ଜିନିଷ ହାଇଜେନିକ୍ ହେବା ଦରକାର ।

ଆମେ କାମବ୍ୟସ୍ତରେ ପାଣି ପିଇବା ପାଇଁ ଭୁଲି ଯାଇଥାଉ । ସେଥିପାଇଁ ମନେ ରଖନ୍ତୁ ଯେତେ କାମ ଥିଲେ ମଧ୍ୟ ପାଣି ପ୍ରଚୁର ପରିମାଣରେ ପିଇବା ଉଚିତ୍ । ଆମେ ଭାବୁକି ହଁ ଦୀପାବଳି ଆସିଛି, ଆଜି ଦିନକ ମିଠା ଖାଇଦେବା । କିନ୍ତୁ ଏହି ଅଧିକ କ୍ୟାଲୋରୀ ପରେ ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଆମେ ଘରେ ବିଭିନ୍ନ ପ୍ରକାରର ମିଠା, ପିଠା ବନେଇଥାଉ । ତେଣୁ ଧ୍ୟାନ ରଖିବା ଉଚିତ୍ କି ଆମେ ଏସବୁ ପ୍ରସ୍ତୁତ କରିବା ସମୟରେ କମ୍ ତେଲ ବ୍ୟବହାର କରିବା । ନହେଲେ ଆମ କୋଲେଷ୍ଟ୍ରଲ୍ ବଢିଯିବାର ସମ୍ଭାବନା ରହିଛି । ରାତ୍ରିରେ ଅଧିକ ଭୋଜନ କରିବା ଫଳରେ ହଜମ ପ୍ରକ୍ରିୟାରେ ମଧ୍ୟ ବାଧା ସୃଷ୍ଟି ହୋଇପାରେ । ତେଣୁ ଯାହା ବି ଖାଇବେ, ହଜମ ଯେମିତି ହୋଇପାରିବ ସେଥିପ୍ରତି ଧ୍ୟାନ ରହିବା ଦରକାର । ଖାଦ୍ୟ ଗ୍ରହଣ କରିସାରିଲା ପରେ ଶୋଇବା ନିହାତି ଦରକାର ।

ଅନହେଲଦି ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ । ଯେମିତ ଡ୍ରିଙ୍କିଙ୍ଗ୍ , ସ୍ମୋକିଙ୍ଗ୍ ଓ ଡ୍ରଗ୍ସ ଆଦି । ଏସବୁ ନେଳେ ଖରାପ ପ୍ରଭାବ ପକେଇଥାଏ । ଆୟୁର୍ବେଦରେ ଉଲ୍ଲେଖ ଅଛି ଯେ ଶୀଘ୍ର ଶୋଇ କି ଶୀଘ୍ର ଉଠିବା ଠିକ୍ । ସେଥିପାଇଁ ରାତିରେ ୧୦.୩୦ ପରେ ଶୋଇବା ଉଚିତ୍ । ଫଳରେ ଭୋରୁ ଉଠିହେବ । ସକାଳେ ଓଜନ ସ୍ତର ଅଧିକ ଥାଏ, ଯାହା ଶରୀର ଉପରେ ଭଲ ପ୍ରଭାବ ପକେଇଥାଏ । ଯଦି ଆପଣଙ୍କର ହଜମ କରିବାର କ୍ଷମତା ନଥାଏ, ତା’ହେଲେ ଆପଣ ବିଭିନ୍ନ ପ୍ରକାର ମିଠା ଖାଇବା ଉଚିତ୍ ନୁହେଁ । ଏହା ଫଳରେ ଲୁଜ୍ ମୋସନ୍ ମଧ୍ୟ ହୋଇପାରେ ।

ସବୁବେଳେ ଯେମିତି ବ୍ୟାୟାମ କରୁଛନ୍ତି, ସେମିତି ମଧ୍ୟ ଦୀପାବଳି ଦିନ କରିବେ । ଦୀପାବଳି ଅଛି କହି ଅଳସୁଆ ହୋଇଯିବା ଉଚିତ୍ ନୁହେଁ । ନିଜ ଡାଏଟ୍ରେ ଫାଇବର୍ ପରିମାଣ ବଢାନ୍ତୁ । ଲୁଣ କମ୍ ଖାଆନ୍ତୁ । ଯଦି ଘରେ ପାର୍ଟି ରଖିବାକୁ ଚାହୁଁଛନ୍ତି , ତା’ହେଲେ ଘରେ ମହୁ , ଗୁଡ ଓ ସ୍କିମ୍ଡ ମିଲକ୍ ଆଦି ବ୍ୟବହାର କରି ଡେଜର୍ଟ ବନାନ୍ତୁ ।