ସ୍ମାର୍ଟଫୋନରେ ରଖନ୍ତୁ ଏହି ଆପ୍ : ଜରୁରୀ ପରିସ୍ଥିତିରେ ବଂଚାଇପାରେ ଜୀବନ

68

ଆପଣ ଜାଣନ୍ତି କି ? ଏକ ଆପ୍ “ଆଇସିଇ” ଜୀବନ ବଂଚାଇବାରେ ବି ସହାୟକ ହୋଇଥାଏ । ଏହି ମୋବାଇଲ ଆପ୍ “ଆଇସିଇ”ର ଅର୍ଥ ଇନ୍ କେସ୍ ଅଫ୍ ଏମର୍ଜେନ୍ସି । ଏହା ଏମିତି ଏକ ଇନଫର୍ମେସନ ଆପ୍ ଯାହା ଜରୁରୀ ସମୟରେ ଖୁବ୍ ସାହାଯ୍ୟ କରିଥାଏ ।

ଆପଣ କୈାଣସି ଦୁର୍ଘଟଣାର ଶିକାର ହୋଇଥାନ୍ତୁ ବା ଅଚାନକ ରୋଗରେ ପଡିଥାନ୍ତୁ ଆମର ସ୍ମାର୍ଟଫୋନ ବହୁତ କାମରେ ଆସିପାରେ । ଏହା ଆପଣଙ୍କ ସଂପର୍କୀୟଙ୍କୁ ଆପଣଙ୍କ ସମସ୍ୟା ବିଷୟରେ ସୂଚନା ଦେଇଥାଏ । ଆଉ ଏହି ସବୁ କାମ ଏହି “ଆଇସିଇ” ଆପ୍ ମାଧ୍ୟମରେ ହିଁ ହୋଇଥାଏ । “ଆଇସିଇ” ଇନଫର୍ମେସନରେ ଆପଣ କହିପାରିବେ ଆପଣଙ୍କର ସ୍ୱାସ୍ଥ୍ୟର ସମସ୍ୟା ଓ କଣ କଣ ଔଷଧ ଖାଉଛନ୍ତି । ଏହା ଦ୍ୱାରା ଡାକ୍ତର ଓ ଅନ୍ୟ ମେଡିକାଲର ଷ୍ଟାପ ମଧ୍ୟ ଜାଣିପାରିବେ ଆପଣଙ୍କର କେଉଁଭଳି ଚିକିତ୍ସା ଦରକାର । ଏହି ଆପକୁ ଆପଣ ଆଇଫୋନ୍ , ଏଣ୍ଡ୍ରଏଡ୍ , ୱିଣ୍ଡୋଜ୍ ଓ ବାକ୍ଲବେରୀ ଫୋନ ଆଦିରେ ରଖିପାରିବେ ।