ଥଣ୍ଡା-କାଶ ରୋଗରୁ ରକ୍ଷା କରେ ତୁଳସୀ 

134

ସବୁବେଳେ କ୍ଷୀର ସହିତ ତୁଳସୀ ପତ୍ର ମିଶାଇ ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ । କ୍ଷୀର ଏବଂ ତୁଳସୀ ପତ୍ରରେ ଥିବା ନ୍ୟୁଟ୍ରିଏଣ୍ଟସ କେତେ ପ୍ରକାର ରୋଗରୁ ବଞ୍ଚେଇବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଜମ୍ମୁ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦର ଡାକ୍ତର ନିଖିଲ୍ ଶର୍ମାଙ୍କ ମତରେ ରାତିରେ ସବୁବେଳେ ତୁଳସୀ ପତ୍ର କ୍ଷୀର ସହ ମିଶାଇ ପିଅନ୍ତୁ ଏବଂ ଏହାର ଲାଭ ପାଆନ୍ତୁ ।

• ତୁଳସୀ ସହିତ ଗୋଲମରିଚ ଏବଂ ମିଶ୍ରି ମିଶାଇ ପିଇବା ଦ୍ୱାରା ଥଣ୍ଡା ଭଲ ହୋଇଯାଏ ।

• ତୁଳସୀ ପତ୍ରରେ ଜୀରା ପାଉଡର ମିଶାଇ ଖାଇବା ଦ୍ୱାରା ଡିହାଇଡ୍ରେସନ୍ ର ସମସ୍ୟା ଦୂର ହୋଇଯାଏ।

• ତୁଳସୀ ପତ୍ର ଚୋବାଇବା ଦ୍ୱାରା ମୁହଁର ଗନ୍ଧ ଦୂର ହୋଇଯାଏ ।

• ତୁଳସୀ ପତ୍ର ଗୁଣ୍ଡ କରିକି ମୁହଁରେ ଲଗାଇବା ଦ୍ୱାରା ବ୍ରଣ ଦୂର ହୋଇଯାଏ ।

• ଏକ ଗ୍ଲାସ୍ କ୍ଷୀର ସହିତ ତୁଳସୀ ପତ୍ର ମିଶାଇ ପିଇବା ଦ୍ୱାରା ହୃତପିଣ୍ଡ ସୁସ୍ଥ ରହିଥାଏ । ହୃତପିଣ୍ଡ ସଂପର୍କୀତ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ ।

• ଏଥିରେ ଆଣ୍ଟି ଇନଫ୍ଲେମୋଟୋରି ତତ୍ତ୍ୱ ଅଛି । ଏହା ଗଣ୍ଠିବିନ୍ଧାକୁ କମ୍ କରିବାରେ ସହାୟକ ହୋଇଥାଏ । ଏଥିରେ ମଧ୍ୟ ଡାଇୟୁରେଟିକ୍ ଗୁଣ ରହିଛି ।

• ସବୁଦିନ ଏକ ଗ୍ଲାସ କ୍ଷୀର ସହିତ ତୁଳସୀ ପିଇବା ଦ୍ୱାରା କିଡିନ୍ ଷ୍ଟୋନ୍ ବାହାରିଯାଏ ।

• ତୁଳସୀ-ଦୁଧ ପିଇବା ଦ୍ୱାରା ଶରୀରୁ ଟକ୍ସିନ୍ସ ଦୂର ହୋଇଯାଏ । ସ୍କିନ୍ ମଧ୍ୟ ଗ୍ଲୋ କରିଥାଏ ।

• ଏଥିରେ ଆଣ୍ଟିଆକ୍ସିଡେଣ୍ଟ ଥାଏ । ଯାହା କ୍ୟାନସରରୁ ରକ୍ଷା କରିଥାଏ ।

• ଏଥିରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଛି । ଥଣ୍ଡା-କାଶ ରୋଗରୁ ଏହା ରକ୍ଷା କରିଥାଏ ।