ମାତ୍ର ୧୦ ଟଙ୍କାରେ ଗାଏବ ହୋଇଯିବ ଗାଡିରେ ହୋଇଥିବା ସ୍କ୍ରାଚ୍ ! ଆପଣାନ୍ତୁ ଏହି ସହଜ ତରିକା
କାର ଏବଂ ବାଇକରେ ସ୍କ୍ରାଚ୍ ଲାଗିବା ଏକ ସାଧାରଣ କଥା ଅଟେ । କିନ୍ତୁ ଏହାଦ୍ୱାରା ଗାଡିର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଇଥାଏ ଆଉ ଯେଉଁଥିପାଇଁ ଆପଣଙ୍କୁ ଗାଡିର ସେହି ପାର୍ଟକୁ ନୁଆ କରି ଲଗାିବାକୁ ପଡିଥାଏ ନଚେତ୍ ପୁଣି ଥରେ ତାକୁ ରିପାୟର କରିବାକୁ ପଡିଥାଏ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଏଣିକି ଆପଣଙ୍କୁ ଆଉ ଏଭଳି କିଛି କରିବାକୁ ପଡିବ ନାହିଁ କି କୌଣସି ଗ୍ୟାରେଜକୁ ଯାଇ ଗାଡିକୁ ଠିକ୍ କରିବାକୁ ପଡିବନାହିଁ କାରଣ ଆପଣ ଚାହିଁଲେ ଘରେ ବସି ବି ଆପଣଙ୍କର ସ୍କ୍ରାଚ୍ ହୋଇଥିବା ଗାଡିକୁ ଠିକ୍ କରିପାରିବେ । ହେଲେ ଏଥିପାଇଁ ଆପଣଙ୍କୁ ଟିକିଏ ପରିଶ୍ରମ କରିବାକୁ ପଡିବ । ଖାସ୍ କଥା ହେଲା ଏଥିପାଇଁ ଆପଣଙ୍କର ପକେଟରୁ ଖର୍ଚ୍ଚ ହେବ ମାତ୍ର ଦଶଟି ଟଙ୍କା । ତେବେ ୧୦ ଟଙ୍କାରେ କିପରି ଆପଣ ନିଜର ସ୍କ୍ରାଚ୍ ହୋଇଥିବା ଗାଡିକୁ ଠିକ୍ କରିପାରିବେ ଆସନ୍ତୁ ଜାଣିବା ।
• ଏଥିପାଇଁ ଆପଣଙ୍କୁ ମାତ୍ର ୧୦ ଟଙ୍କାର କୌଣସି ବି ଟୁଥପେଷ୍ଟ ବଜାରରୁ କିଣିବାକୁ ପଡିବ ।
• ଟୁଥପେଷ୍ଟକୁ ବ୍ୟବହାର କରିବାର ଉଦ୍ଦେଶ୍ୟ ହେଲାକି ଟୁଥପେଷ୍ଟରେ ସାଧାରଣତଃ ଏକ ପ୍ରକାରର ରସାୟନିକ ପଦାର୍ଥରେ ପ୍ରସ୍ତୁତ କରାଯାଇଥାଏ । ଯାହାର ବ୍ୟବହାର ବେକିଂ ସୋଡା ତିଆରିରେ ବ୍ୟବହୃତ କରାଯାଇଥାଏ ।
• ଯାହାକୁ ଧାତୁ ଉପରେ ଲାଗିଥିବା ଜଙ୍କକୁ ମଧ୍ୟ ସଫା କରିବାରେ କାମରେ ଆସିଥାଏ ।
• ଏଥିପାଇଁ ସ୍କ୍ରାଚ୍ ହୋଇଥିବା ସ୍ଥାନମାନଙ୍କରେ ଟୁଥପେଷ୍ଟର କିଛି ମାତ୍ରା ଲଗାନ୍ତୁ ।
• ଏହାପରେ ଏକ କର୍ଟନ କପଡା ସହାୟତାରେ ଟୁଥପେଷ୍ଟ ଲଗାଇଥିବା ସ୍ଥାନକୁ ଧିରେ ଧିରେ ରଗଡି ଘସନ୍ତୁ ।
• ଏଭଳି କରି ସାରିବା ପରେ ଏହାକୁ ପାଣିରେ ଭଲଭାବେ ଧୋଇ ସଫା କରିଦିଅନ୍ତୁ ।
• ଏହାପରେ ଆପଣ ନିଜେ ଏହାର ଫରକ୍ ଦେଖିପାରିବେ ।
• ଏହି ପଦ୍ଧତିରେ ମଧ୍ୟ ଆପଣ କାରରେ ହୋଇଥିବା ସ୍କ୍ରାଚକୁ ମଧ୍ୟ ହଟାଇ ପାରିବେ ।
ସୌଜନ୍ୟ: ଅମର ଉଜାଲା