ଗ୍ରୀଷ୍ମ ଋତୁରେ କିପରି ନେବେ ତ୍ୱଚାର ଯତ୍ନ ! ମନେ ରଖନ୍ତୁ କିଛି ଟିପ୍ସ . . .

40

ସାଧାରଣତଃ ଗରମ ଦିନରେ ବିଭିନ୍ନ ଚର୍ମ ଜନିତ ସମସ୍ୟା ଦେଖାଦେଇଥାଏ । ବିଶେଷ କରି ସୂର୍ଯ୍ୟଙ୍କ ପ୍ରଖର କିରଣରୁ ତ୍ୱଚାର ଆକର୍ଷଣ ମଧ୍ୟ ହ୍ରାସ ପାଇଥାଏ । ଅତ୍ୟଧିକ ଗରମ ଯୋଗୁଁ ତ୍ୱଚା ଶୁଷ୍କ ଓ ଜୀବନହୀନ ଦେଖାଯାଇଥାଏ । ଏଥିପାଇଁ ଯଦି ଆପଣ କିଛି ସାବଧାନୀ ଅବଲମ୍ବନ କରନ୍ତି ତେବେ ଏହି ଦିନମାନଙ୍କରେ ଆପଣଙ୍କ ତ୍ୱଚାର ଆକର୍ଷଣ ନଷ୍ଟ ହେବା ପୂର୍ବରୁ ରକ୍ଷା କରିପାରିବେ ।

• ସୂର୍ଯ୍ୟଙ୍କ ପ୍ରଖର କିରଣରେ ଥିବା ହାନୀକାରକ ୟୁବି ରେଡିଏସନ ତ୍ୱଚାର ଅଧିକମାତ୍ରାରେ କ୍ଷତି ଘଟିଥାଏ । ଏଥିସହ ଏହାର ପୋଷଣ ମଧ୍ୟ ନଷ୍ଟ ହୋଇଥାଏ । ଯାହାଦ୍ୱାରା ପିଗମେଟେସନ ଓ ସନ ବର୍ନ ଭଳି ସମସ୍ୟା ଦେଖାଦେଇଥାଏ । ଏଥିପାଇଁ ପ୍ରତିଦିନ ତ୍ୱଚାର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ହେବାସହ ଏହାକୁ ସଫା ରଖିବା, ମଶ୍ଚରାଇଜିଂ କରିବା ସହ ଖାଦ୍ୟ ପେୟ ଉପରେ ଧ୍ୟାନ ଦେବା ମଧ୍ୟ ଜରୁରୀ ଅଟେ । ସବୁଠାରୁ ବଡ କଥା ହେଲା ନିୟମିତ ଭାବରେ ସନସ୍କ୍ରିନ ଲୋସନ ବ୍ୟବହାର କରିବାକୁ ମଧ୍ୟ ପଡିଥାଏ ।

• ଏହି ସମୟରେ ସାଧାରଣତଃ ଏପରି ସନସ୍କ୍ରିନ ଲୋସନ ବ୍ୟବହାର କରିବା ଉଚିତ ଯାହା ଆପଣଙ୍କ ତ୍ୱଚା ପାଇଁ ଉପଯୋଗୀ ହୋଇଥାଏ । ଆଉ ଏହା ଆପଣଙ୍କ ତ୍ୱଚାକୁ ସୂର୍ଯ୍ୟ କିରଣରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ତେବେ ଭାରତୀୟ ତ୍ୱଚା ଅନୁସାରେ ପାଖାପାଖି ୩୦ ଏସପିଏଫ୍’ ର ସନସ୍କ୍ରିନ ଏଥିପାଇଁ ଉପଯୁକ୍ତ ହୋଇଥାଏ । ତେବେ ପଦାକୁ ବାହାରର ପ୍ରାୟ ୨୦-୩୦ ମିନିଟ ପୂର୍ବରୁ ସନସ୍କ୍ରିନ ଲୋସନ ଲଗାଇବା ଉଚିତ । ଏଥି ସହ କଳା ଚଷମା ମଧ୍ୟ ବ୍ୟବହାର କରିପାରିବେ ।

• ତ୍ୱଚାକୁ ରୋଗ ମୁକ୍ତ କରିବା ପାଇଁ ହେଲେ ପ୍ରତିଦିନ ୨ ଥର ଲେଖାଏଁ କ୍ଲିନଜିଂ, ଟୋନର,ମଶ୍ଚରାଇଜର ଆଦିରେ ସଫା କରିବା ଉଚିତ । ମାତ୍ର ଏଥିପାଇଁ ଆପଣ ତୈଳ ମୁକ୍ତ ମଶ୍ଚରାଇଜର ବ୍ୟବହାର କରିବା ଜରୁରୀ ଅଟେ ।

• ଏହିଦିନମାନଙ୍କରେ ସ୍କ୍ରବ କରିବା ଉଚିତ । ଶୁଷ୍କ ତଥା ମୃତ କୋଷିକାକୁ ତ୍ୱଚାରୁ ହଟାଇବା ପାଇଁ ସ୍କ୍ରବ କରିବା ଜରୁରୀ ଅଟେ । ଏହାଦ୍ୱାରା ତ୍ୱଚାର ମୃତ କୋଷିକାଗୁଡିକ ବାହାରି ଯାଇଥାଏ । ଏବଂ ରକ୍ତ ସଂଚାର ଭଲଭାବରେ ହୋଇ ପାରିଥାଏ । ଏଥିପାଇଁ ତ୍ୱଚାକୁ ଧିରେ ଧିରେ ସ୍କ୍ରବ କରନ୍ତୁ ଓ ଏହା ଶୁଖି ଗଲା ପରେ ପାଣିଦ୍ୱାରା ଭଲଭାବରେ ଧୋଇ ଦେବା ସହ ମଶ୍ଚରାଇଜର ଲଗାଇ ଦିଅନ୍ତୁ ।

• ଗରମ ଦିନରେ କେଶ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡିଥାଏ । ଏହାଦ୍ୱାରା କେଶର ପୋଷଣ ନଷ୍ଟ ହୋଇ ଯିବା ସହ ଏହାର ଆକର୍ଷଣ ମଧ୍ୟ ହ୍ରାସ ପାଇଥାଏ । ଏଥିପାଇଁ ଯଦି ଆପଣ କୌଣସି ପ୍ରକାରର କେମିକାଲ କିମ୍ବା ହେୟାର ଷ୍ଟାଇଲ୍ କରିବାକୁ ଚାହୁଁଛନ୍ତି ତେବେ କୌଣସି ହେୟାର ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ । ଲଗାତର ଭାବେ ଶାମ୍ପୁ ବ୍ୟବହାର କରିବାଦ୍ୱାରା ମଧ୍ୟ ଏହା କେଶର ଚମକ ନଷ୍ଟ କରିଦେଇଥାଏ । କେଶ ପାଇଁ ନରମ ଶାମ୍ପୁ ଓ କଣ୍ଡିସନର ବ୍ୟବହାର କରନ୍ତୁ ।