କମ୍ପ୍ୟୁଟର ଓ ମୋବାଇଲ ସ୍କ୍ରିନଠାରୁ କିପରି କରିବେ ଆଖିର ସୁରକ୍ଷା ?

46

କମ୍ପ୍ୟୁଟର,ମୋବାଇଲ ସ୍କ୍ରିନରେ ଦୀର୍ଘ ସମୟ ଧରି ବ୍ୟବହାର କରିବା ଦ୍ୱାରା ଏହାର ଅଧିକ ପ୍ରଭାବ ଆଖି ଉପରେ ହିଁ ପଡିଥାଏ । ଯାହା ଦ୍ୱାରା ଦୃଷ୍ଟି ଶକ୍ତି ହ୍ରାସ ପାଇବା ଭଳି ସମସ୍ୟା ଦେଖା ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଆଜି ଆମେ ଆପଣଙ୍କୁ ଏସଂପର୍କରେ କିଛି ତଥ୍ୟ ଜଣାଇବୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିବ ।

• କମ୍ପ୍ୟୁଟରରେ କାମ କରିବା ସମୟରେ ୧ ମିନିଟ୍ ଅନ୍ତରର ବ୍ୟବଧାନ ରଖନ୍ତୁ । କିନ୍ତୁ ଯଦି ଏହା କରିବାକୁ ଆପଣ ଅସମର୍ଥ ଥାନ୍ତି ତେବେ ମନିଟର ଏବଂ ଆଖି ମଧ୍ୟରେ ପାଖାପାଖି ଦେଢ-ଦୁଇ ମିଟର ଦୂରତା ଅବଲମ୍ବନ କରିନ୍ତୁ ।

• କମ୍ୟୁଟର ସ୍କ୍ରିନର ଉପରି ଭାଗ ଅଂଶ ଆଖିର ସ୍ତରଠାରୁ ଉପରେ ରହିବା ଦରକାର । ମନିଟରକୁ ଲଗାତର ରୂପେ ଚାହିଁ ରୁହନ୍ତୁ ନାହିଁ । ସମୟ ସମୟ ମଧ୍ୟରେ ଆଖି ପଲକ ପକାନ୍ତୁ । ଏହା ଦ୍ୱାରା ଆଖିରେ ଡ୍ରାଇନେଲସ ଏବଂ ଷ୍ଟ୍ରେନ ଦେଖାଦେଇଥାଏ ।

• ଯଦି ଆପଣ ଚଷମା ବ୍ୟବହାର କରୁଛନ୍ତି ତେବେ କମ୍ପ୍ୟୁଟର କିମ୍ବା ମୋବାଇଲ ବ୍ୟବହାର କରୁଥିବା ସମୟରେ ଏହାକୁ ପିନ୍ଧିବାକୁ ଜମା ଭୁଲନ୍ତୁ ନାହିଁ । ଏଥିସହ ସବୁବେଳେ ଚଷମାର ପାୱର ଯାଂଚ ମଧ୍ୟ କରିବାକୁ ଭୁଲନ୍ତୁ ନାହିଁ ।

• ଆଖିରେ ଦିନକୁ ୧-୨ ଥର ଗୋଲାପ ଜଳ ମଧ୍ୟ ଆପଣ ପକାଇ ପାରିବେ ।

• ଆଖିକୁ ବିଶ୍ରାମ ଦେବା ପାଇଁ ୨୦-୨୦ ଖେଳ ଖେଳି ପାରିବେ । ଅର୍ଥାତ୍ ୨୦ ମିନିଟ୍ କମ୍ପ୍ୟୁଟର ସ୍କ୍ରିନରେ ଫୋକସ୍ କରନ୍ତୁ ଏବଂ ଆଉ ୨୦ ମିନିଟ୍ ବାହାରର ପ୍ରାକୃତିକ ପରିବେଶକୁ ଅନୁଭବ କରନ୍ତୁ ।

• ଲଗାତର ଭାବେ ଘଂଟା ଘଂଟା ଧରି କମ୍ପ୍ୟୁଟର ପାଖରେ ବସି କାମ କରନ୍ତୁ ନାହିଁ । ସମୟେ ସମୟେ ବାହାରକୁ ହେଉ କିମ୍ବା ଘର ଭିତରେ ଏଣେତେଣେ ବୁଲାବୁଲି କରନ୍ତୁ ।

• ଅଧିକ ସମୟ ଧରି କମ୍ପ୍ୟୁଟର ପାଖରେ ବସୁଥିଲେ ମଝିରେ ମଝିରେ ଥଣ୍ଡା ପାଣିରେ ଆଖିକୁ ଭଲ ଭାବରେ ଧୁଅନ୍ତୁ ।

ସୌଜନ୍ୟ: ଡେଲି ହଂଟ୍