ପରୀକ୍ଷା ଋତୁ ପାଇଁ କିଭଳି ହେବେ ପ୍ରସ୍ତୁତ ? ବିଦ୍ୟାର୍ଥୀଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଉପାୟ

105

ପରୀକ୍ଷା ଋତୁ ପାଖେଇ ଆସିଆଣି ଆଉ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଭରି ରହିଛି ପ୍ରବଳ ଭୟ ଆଉ ଆତଙ୍କ । ତେବେ ପରୀକ୍ଷା ସମୟର ମାନସିକ ଉଦବେଗ ହେବା ପରୀକ୍ଷାର ପରିଭାଷା ହୋଇ ନଥାଏ ଏହା ଏକ ଅନୁଚ୍ଛେଦର ଅଭିପ୍ରାୟ । ତେବେ ଏଭଳି ସମୟରେ ଜଣେ ବିଦ୍ୟାର୍ଥୀ କିଭଳି ଭାବରେ ନିଜକୁ ପ୍ରସ୍ତୁତ କରିବେ ତାହା ସଂପର୍କରେ କିଛିଟା କଥା ଉପରେ ନିଶ୍ଚୟ ଧ୍ୟାନଦେବା ଆବଶ୍ୟକ ।

ପରୀକ୍ଷା ସମୟର ପ୍ରସ୍ତୁତି

• ଦୈନନ୍ଦିନ କାର୍ଯ୍ୟସୂଚୀ ତଥା ପାଠପଢା ସମୟ ସମାନ ରଖିବାକୁ ଚେଷ୍ଟା କରିବା ଉଚିତ

• ପ୍ରତ୍ୟେକ ଦିନର ଶେଷ ସମୟରେ କିଛି ସମୟ ଅଭ୍ୟାସ କରିବାକୁ ଚେଷ୍ଟା କରିବା ଉଚିତ ।

• ପଢିବା ସମୟରେ ପ୍ରତି ୪୦-୪୫ ମିନିଟ ବ୍ୟବଧାନରେ ବିରତି ଦେବା ଉଚିତ୍ ।

• ପଢା ସମୟରେ ପ୍ରତ୍ୟେକ ୧-୨ ଘଂଟାରେ ବିଷୟବସ୍ତୁ ବଦଳାଇବା ଉଚିତ । ଏହା ଫଳରେ ପଢାରେ ପଢା ପ୍ରତି ଇଚ୍ଛାଶକ୍ତି ବୃଦ୍ଧି ପାଏ ।

ମାନସିକ ବିଶ୍ରାମ

• ମନ ଅତ୍ୟଧିକ ଚିନ୍ତିତ ଅଥବା ଭାରାକ୍ରାନ୍ତ ହୋଇଗଲେ ଯେକୌଣସି ଉପାୟରେ ମନକୁ ହାଲୁକା ଏବଂ ଶାନ୍ତ କରେଇବା ଅତ୍ୟନ୍ତ ଆବଶ୍ୟକ ଯେପରିକି ଗୀତ ଶୁଣିବା,ଟିଭି ଦେଖିବା, ଦୀର୍ଘ ନିଃଶ୍ୱାସ ନେବା ଅଭ୍ୟାସ କରିବା ।

କମ୍ ଘୋଷିବା

• ଜବରଦସ୍ତ ମୁଖସ୍ଥ କରିବାଠାରୁ ଦୂରେଇ ରହିବା ଉଚିତ ଯାହାକି ଉଦବେଗଠାରୁ ଦୂରେଇ ରଖେ ଏବଂ ମସ୍ତିଷ୍କର ଦ୍ୱନ୍ଦକୁ ଦୂର କରେ । କେବଳ ସମସ୍ତ ବିଷୟରେ ସମ୍ୟକ ଧାରଣା ଥିବା ଜରୁରୀ । ବହୁତ ପଢି କିଛି ମନେରଖିବା ଅପେକ୍ଷା ଅଳ୍ପ ପଢି ସମସ୍ତ ମନେ ରଖିବା ଅତ୍ୟନ୍ତ ଆବଶ୍ୟକ ।

ସମୟାନୁବର୍ତ୍ତିତା

• ପରୀକ୍ଷା କେନ୍ଦ୍ରରେ ଡେରିରେ ପହଂଚିଲେ ଅତ୍ୟଧିକ ଉଦବେଗ ଦେଖାଯାଏ । କୌଣସି ମତେ ଏହାକୁ ଏଡାଇଯିବା ଉଚିତ ।