ସିମେଂଟରେ ତିଆରି କରନ୍ତୁ ଘର ଉପକରଣ !

42

ଘରକୁ ସୁନ୍ଦର କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ସାଜସଜ୍ଜା ଜିନିଷ କିଣିଥାନ୍ତି । କେବଳ ଏହା ନାରୀ ମାନଙ୍କର ଇଚ୍ଛା ନୁହେଁ ବରଂ ପୁରୁଷ ମାନଙ୍କର ମଧ୍ୟ ଥାଏ ଆଉ ଏଥିପାଇଁ ଅନେକ ଲୋକ ବିଭିନ୍ନ ମେଳା ଏବଂ ସୋରୁମକୁ ଯାଇ ଏହି ସବୁ ଜିନିଷ କଣାକିଣି କରିବାକୁ ବି ପଛେଇନଥାନ୍ତି । କିନ୍ତୁ ଏହାକୁ ଘରେ ମଧ୍ୟ ଅତି ସହଜରେ ତିଆରି କରାଯାଇପାରିବ ଆଉ ସେ ବି ଖୁବ୍ କମ ଖର୍ଚ୍ଚରେ । ତାହା ପୁଣି ସାଧାରଣ ସିମେଂଟକୁ ନେଇ । ତେବେ କିପରି ଜାଣନ୍ତୁ . . .

ଏକ ପାତ୍ରରେ ସିମେଂଟ ଏବଂ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବେ ଏଥିରେ ରୁମାଲ ପକାଇ ସାମାନ୍ୟ ଚିପୁଡ଼ି ଦିଅନ୍ତୁ । ଏହାପରେ ସିମେଂଟ ଲାଗିଥିବା ରୁମାଲକୁ ପେପର ଗ୍ଲାସ ଉପରେ ଖେଳାଇ ଦିଅନ୍ତୁ । ୨୪ ଘଂଟା ପରେ ରୁମାଲ ଏବଂ ଗ୍ଲାସକୁ ଅଲଗା କରନ୍ତୁ ଏବଂ ରୁମାଲକୁ ଓଲଟାଇଦିଅନ୍ତୁ । ଏହା ମଧ୍ୟରେ କ୍ୟାଣ୍ଡେଲ ରଖି ସଜାଇ ପାରିବେ । ଏଥିରେ ଗଛ ମଧ୍ୟ ଲଗାଇପାରିବେ ।

ଗୋଟିଏ ପାତ୍ରରେ ସିମେଂଟ ଏବଂ ପାଣି ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ରବରର ଦୁଇଟି ଗ୍ଲୋବ୍ସରେ ଏହି ମିଶ୍ରଶକୁ ପୂରାନ୍ତୁ । ଏହାକୁ ଏକ ପାତ୍ରରେ ପାଖାପାଖି ରଖନ୍ତୁ । ଏହାପରେ ଏହା ଉପରେ ଆଉ ଏକ ପାତ୍ର ରଖି ଦିଅନ୍ତୁ । ୨୪ ଘଂଟା ପରେ ଗ୍ଲୋବ୍ସ ଏବଂ ସିମେଂଟକୁ ଅଲଗା ଅଲଗା କରିଦିଅନ୍ତୁ । ଏବେ ସେହି ଦୁଇ ହାତକୁ ଯୋଡ଼ି ଦିଅନ୍ତୁ । ଏଥିରେ କୌଣସି ଜିନିଷ ରଖି ସଜାଇ ପାରିବେ ।

ପିଲାଙ୍କୁ ଗଣତି ଶିଖାଇବା ପାଇଁ ବ୍ୟବହାର ହେଉଥିବା ଖେଳଣା ଆଣନ୍ତୁ । ସେଥିରେ ଭେସଲିନ କିମ୍ବା ଗ୍ରୀଜ ଲଗାଇ ଦିଅନ୍ତୁ । ଏହାପରେ ସେଥିରେ ସିମେଂଟ ଓ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବଂ ୨୪ ଘଂଟା ପରେ ତାକୁ ବାହାର କରି ଦିଅନ୍ତୁ । ସମସ୍ତ ଅକ୍ଷରକୁ ଯୋଡ଼ି ଦିଅନ୍ତୁ ଏବଂ ଦେଖନ୍ତୁ କମାଲ ।

ଯଦି ଆପଣଙ୍କ ନିକଟରେ ଏହି ଖେଳଣା ନାହିଁ ତେବେ ଆପଣ ଏଥିପାଇଁ ଯେକୌଣସି ଖେଳଣା ବି ନେଇପାରିବେ, ଯେଉଁଥିରେ କି ବାୟୁ ଚଳପ୍ରଚଳ କରିପାରୁଥିବ । କିନ୍ତୁ ଯେତେବେଳେ ସିମେଂଟ ଶୁଖାଇବା ପାଇଁ ରଖିବେ, ସେତେବେଳେ ଏହାକୁ ଏକ ଷ୍ଟାଣ୍ଡ ଉପରେ ରଖିଦେବେ ।